୩ଟି ଜାଗାରୁ ଚୋରମାନେ ଲକ୍ଷାଧିକ ଟଙ୍କାର ଜିନଷ ଲୁଟିନେଲେ

Spread the love

ଯାଜପୁର ସଦର, ୦୭ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ଥାନା ନିକଟସ୍ଥ ୩ଟି ସ୍ଥାନରୁ ଚୋରମାନେ ଲକ୍ଷ୍ୟାଧିକ ଟଙ୍କାର ଜିନିଷ ଲୁଟି ନେଇଥିବା ଜଣାଯାଇଚି । ଏନେଇ ଥାନାରେ ଅଭିଯୋଗ କରାଯିବା ପରେ କୁଆଖିଆ ଥାନା ରସୁଲପୁର ପଂଚାୟତର ବନଦୂର୍ଗା ଉପ ପ୍ରାଥମିକ ବିଦ୍ୟାଳୟ ଅଫିସ ତାଲା ଏବଂ ରୋଷେଇ ଘର ତାଲା ଭାଙ୍ଗି ୨ଟି ଗ୍ୟାସ ସିଲିଣ୍ଡର, ଗୋଟିଏ ମାଇକ ମେସିନ ଏବଂ ନଗଦ ୫ହଜାର ଟଙ୍କା ଚୋରମାନେ ଲୁଟି ନେଇଛନ୍ତି । ଏନେଇ ଗତକାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ସ୍ୱାଇଁ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜଣେ ମହିଳାଙ୍କ ଠାରୁ ଓଡ଼ିଶୋ ଗ୍ରାମର ଅଦେଇତ ପ୍ରସାଦ ସାହୁଙ୍କ ପତ୍ନୀ ମମତା ସାହୁ ବେକରେ ପିନ୍ଧିଥିବା ଏକ ମଙ୍ଗଳ ସୁତ୍ରକୁ ଚୋରମାନେ ଲୁଟି ନେଇଥିବା ଏନେଇ କୁଆଖିଆ ଥାନାରେ ଏତଲା କରାଯାଇଥିଲା । ଏନେଇ କୁଆଖିଆ ଥାନାର ଏସଆଇ ଦୁଃଷ୍ମନ୍ତ ଦାସ ସନ୍ଧାନୀ କୁକୁର ସହାୟତାରେ ଘଟଣା ସ୍ଥଳରେ ପହଁଞ୍ଚ ତଦନ୍ତ କରିବା ସହିତ ଚୋରୀ ହୋଇଥିବା ଜିନିଷ ମିଳିନଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଧର୍ମଶାଳ ଥାନା ବାରବାଟୀ ପଂଚାୟତର ବରଜପୁର ଗ୍ରାମର ହରିହର ନାୟକଙ୍କ ଘରୁ ନଗଦ ୨୦ହଜାର ଟଙ୍କା ୫ଗ୍ରାମ ଓଜନର ୩ଟି ସୁନା ଲକେଟ ଚୋରି କରିନେଇଥିବା ଧର୍ମଶାଳା ଥାନରେ ଅଭିଯୋଗ କରାଯାଇଚି । ରିପୋର୍ଟ ଲେଖା ହେବା ବେଳକୁ ତିନୋଟି ଜାଗାରୁ ଚୋରୀ ହୋଇଥିବା ଟଙ୍କା ଏବଂ ସୁନା ଏବଂ ଜିନିଷ ମିଳିନଥିବା ଜଣାଯାଇଚି । ଚୋର ମାନଙ୍କର ସନ୍ଧାନ ମିଳିନଥିବା ଜଣାଯାଇଚି ।

Related Posts

About The Author

Add Comment