ସୁନ୍ଦରଗଡ଼ ତା:୬/୨/୨୦୨୪ ( ସନ୍ଧାନ ନ୍ୟୁଜ / ଦୁର୍ଯ୍ୟୋଧନ ଗରଡ଼ିଆ) ସରକାର ରାସ୍ତାର ଉନ୍ନତିକରଣ କହୁଥିବା ବେଳେ,ଦେଶ ସ୍ଵାଧୀନ ହେବା ଦିନରୁ ରାସ୍ତା ସହିତ ପୋଲ ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି।ଅନେକ ଥର ଲିଖିତ ଅଭିଯୋଗ କଲାପରେ ମଧ୍ୟ ଆଜିପର୍ଯ୍ୟନ୍ତ କିଛି ଫଳ ମିଳିପାରି ନାହିଁ। ବାଲିଶଙ୍କରା ବ୍ଲକ ବନଡେଗା ଗ୍ରାମ ପଂଚାୟତ ଅନ୍ତର୍ଗତ ଆମଝରଣ ରେ ଥିବା ଏକ ପୋଲ ବିଗତ ଅନେକ ବର୍ଷରୁ ଧସିପଡିଛି l ଆଜକୁ ତିନି ଯୋଜନା ହେଲାଣି ଗ୍ରାମବାସି ସରପଞ୍ଚ ଙ୍କୁ ବାରମ୍ବାର ଦରଖାସ୍ତ ଦେଲା ପରେ ମଧ୍ୟ ଏହା ଉପରେ ତାଙ୍କର ନଜର ପଡ଼ୁ ନି l ବ୍ଲକ ସମିତି ରେ ଦରଖାସ୍ତ ଦେଲା ପରେ ମଧ୍ୟ କିଛି ସମାଧାନ ହୋଇ ପାରୁ ନି l ଜନ ସାଧାରଣ ପ୍ରଶାସନ କୁ ଭରସା କରେ l ଯଦି ଜନ ସାଧାରଣ ଙ୍କ କଥା ପ୍ରଶାସନ ନ ଶୁଣନ୍ତି ତା ହେଲେ ସେମାନେ ଯିବେ କାହା ପାଖ କୁ ? ନିଜ ଅଂଚଳ ର ଅସୁବିଧା କହିବେ କାହାକୁ ? କଣ ଏହିପରି ପ୍ରଶାସନ ଜନ ସାଧାରଣ ଙ୍କୁ ଠକି ଠକି ଚାଲିଥିବେ ? କୁହନ୍ତୁ, ଜବାବ ଦେବ କିଏ ?ଏହାର ଜବାବ ମାଗୁଛନ୍ତି ଆମଝରଣ ର ଜନ ସାଧାରଣ l ଏଠାରେ ଭଲ ରାସ୍ତା ଟିଏ ବି ନାହିଁ l ଏହି ରାସ୍ତା ଦେଇ ପ୍ରତି ଦିନ ଶହ ଶହ ଗାଡି ମଟର ତଥା ଜନ ସାଧାରଣ ଯା ଆସ କରୁଛନ୍ତି lଆଗକୁ ବାକି ରହିଛି ରାସ୍ତାର ଉନ୍ନତିକରଣ ସହିତ ପୋଲର ଅସୁବିଧା ଦୁରହେବ।
ଆମଝରଣ ରେ ଥିବା ଏକ ପୋଲ ବିଗତ ଅନେକ ବର୍ଷରୁ ଧସିପଡିଛି
|
February 7, 2024 |
![](https://sandhannews.com/wp-content/uploads/2024/02/WhatsApp-Image-2024-02-06-at-6.47.57-PM.jpeg)