ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ ପାଠଚକ୍ରର ଉଦଯାପନୀ ଉତ୍ସବ

Spread the love
ବାଲିଗୁଡ଼ା,୦୩/୦୨/୨୪ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପାଠଚକ୍ର ଉଦଯାପନୀ ଉତ୍ସବ ମହାସମାରୋହରେ ପାଳନ ହୋଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଉପ-ବାଚସ୍ପତି ତଥା ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ ଭାଷା ସମ୍ମିଳନୀ ପାଠଚକ୍ରର ଅଭିଭାଷଣରେ ଓଡ଼ିଆ ଭାଷାର ବିକାଶ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଡ଼.କୁଳମଣି ଓଝା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଭାଷାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଅନୁବାଦିକା ଡ଼.ସୂଚନା ପାଢ଼ୀ ଶ୍ରୀଜଗନ୍ନାଥଙ୍କ ମହିମା ବଖାଣି ଥିଲେ। ଅଧ୍ୟାପକ    ଡ଼ ସରୋଜ କୁମାର ଜେନା ଓଡ଼ିଆ ଭାଷାର ବିକାଶକ୍ରମ ଆଲୋଚନା କରିଥିଲେ। ଓଡ଼ିଆ ଭାଷା ବିଶାରଦ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ.ମଧୁସୂଦନ ମହାପାତ୍ର ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ମହତ୍ତ୍ଵ କହିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇ ଥିଲା l ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ସଭାପତି ସମନ୍ଵୟ ଅଧିକାରୀ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ସୁଲୋଚନା କହଁର,  ଦୁଷ୍ମନ୍ତ କୁମାର ଶବର, ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ, ଅଧ୍ୟାପକ ଦଣ୍ଡପାଣି ଭୂୟାଁ, ଅଧ୍ୟାପକ କାହ୍ନୁ ଗମାଙ୍ଗ,  ଅଧ୍ୟାପିକା ସ୍ନେହଲତା ମାଝୀ,  ପ୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି, ସରୋଜ କୁମାର ପାଠୀ, ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ।

Related Posts

About The Author

Add Comment