ରାଜ୍ୟ ସଂମ୍ପାଦକ ବିଶ୍ୱରଂଜନ ସମର୍ଥକଙ୍କ ଗହଣରେ ନୂଆବର୍ଷ ପାଳିଲେ

Spread the love

ଯାଜପୁର ସଦର, ୦୨ା୦୧: ଯାଜପୁର ଜିଲ୍ଲା ବରୀ ନର୍ବାଚନ ମଣ୍ଡଳୀର ଲଢ଼ୁଆ ନେତା ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ବିଶ୍ୱରଂଜନ ମଲିକ ସମର୍ଥକ ମାନଙ୍କ ସହିତ ପୁରୁଣା ୨୦୨୩ ବର୍ଷକୁ ବିଦାୟ ଦେଇ ନୂଆବର୍ଷ ୨୦୨୪କୁ ପାଳନ କରିଥିବା ଅବସରରେ ବିଭିନ୍ନ ସମର୍ଥକ ମାନଙ୍କ ସହିତ ଶ୍ରୀ ମଲିକ ସମର୍ଥକ ମାନଙ୍କୁ ସ୍ୱାଗତ କରିବା ସହିତ ଶୁଭ ମନାସୀଥିଲେ । ଏହି ଅବସରରେ ୪୭ଟି ପଂଚାୟତର ସମର୍ଥକ ମାନେ ତାଙ୍କ ବାସଭବନ ରାମଚନ୍ଦ୍ରପୁର ଠାରେ ପାଳନ କରିଥିଲେ । ସମର୍ଥକ ମାନେ ଶ୍ରୀ ମଲିକଙ୍କୁ ପୁଷ୍ପଗୁଚ୍ଛ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିôତଲେ । ୨୦୨୪କୁ ସ୍ୱାଗତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଷରେ ଚାଲୁଥିବା ଜନହିତର କାର୍ଯ୍ୟକୁ ଲୋକମାନଙ୍କ ନିକଟରେ ପହଁଚାଇବା ପାଇଁ ଲୋକମାନଙ୍କୁ ଶ୍ରୀ ମଲିକ ପରାମର୍ଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ବିକାଶ ଦିଗରେ ସାଢ଼େ ୪କୋଟି ଲୋକ ମାନଙ୍କ ପ୍ରିୟପାତ୍ର ହୋଇଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବରୀ ମାଟି ସହିଦ ମାଟିର ବିଜୟ ଟିକାକୁ ଗୌରବ ଆଣିଦେବାପାଇଁ ବରୀ ନିର୍ବାଚନ ମଣ୍ଡଳୀର କର୍ମି ମାନଙ୍କୁ ଏବଂ ସମର୍ଥକ ମାନଙ୍କୁ ଶ୍ରୀ ମଲିକ ଆହ୍ୱାନ ଦେଇଥିଲେ । ବରୀ ପଂଚାୟତ ସମିତିର ଅଧ୍ୟକ୍ଷ ଅଶୋକ ଗେଡ଼ି, ଜିଲ୍ଲା ପରିଷଦ ସଭ୍ୟ ଦିଲିପ ମହାନ୍ତି, ସଭ୍ୟ ସୁମିତ୍ରା ଜାଦଲ, ସନ୍ତୋଷ ମହାନ୍ତି ବିଭିନ୍ନ ପାଂୟତରୁ ଆସିଥିବା ସମର୍ଥକ ସରପଂଚ ସମିତି ସଭ୍ୟ ସଭ୍ୟା ଏବଂ କର୍ମିମାନେ ଯୋଗଦାନ କରିଥିଲେ ।

Related Posts

About The Author

Add Comment