ଯାଜପୁର ସଦର, ୩୦/୧୨ ,ସନ୍ଧାନ ନ୍ୟୁଜ: ଯାଜପୁର ଆଂଚଳିକ ବିଡି ଶ୍ରମିକ ମାନେ ଅବହେଳାରେ କାଳତିପାତ କରୁଛନ୍ତି । ଏନେଇ ଅଭିଯୋଗ ଆଣିଲେ ଶ୍ରମିକ ସଂଘର ସଭାପତିଙ୍କ ସମେତ ଶ୍ରମିକଙ୍କ ପରିବାର । ଦିନରାତି କାର୍ଯ୍ୟ କରି ୧୦୦ଟଙ୍କାରୁ କମ ରୋଜଗାର କରୁଥ୍ôବା ଏହି ଶ୍ରମିକ ମାନେ ଆଜି ପରିବାର ଚଳାଇବା କଷ୍ଠ କର ହୋଇ ପଡିଛି । ଅନ୍ୟପକ୍ଷରେ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଭୂଷୁଡି ପଡିଛି । ଏନେଇ ତୁରନ୍ତ ଶ୍ରମିକ ମାନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି । ସୂଚନାଥାଉକି ଯାଜପୁର ଆଂଚଳିକ ବିଡି ଶ୍ରମିକ ସଂଘ ଅଧ୍ôନରେ ୨୭ଶହରୁ ଉର୍ଦ୍ଧ ବିଡି ଶ୍ରମିକ କାର୍ଯ୍ୟ କରୁଥ୍ôବା ବେଳେ ରସଲପୁର ବ୍ଲକ ବ୍ରହ୍ମବରଦା ଅଁଚଳରେ ୭ଟିରୁ ଉର୍ଦ୍ଧ କାରଖାନା ଓ ଘରୋଇ ଭାବେ ଶତାଧ୍ôକ ଶ୍ରମିକ ବିଡି ବାନ୍ଧି ପରିବାର ପ୍ରତିପୋଷଣ କରିଥାନ୍ତି ।ଫଳରେ ଅନେକ ଶ୍ରମିକ ପେଟ,ଆଖ୍ô,କିଡିନ ରୋଗ ଭଳି ବିଭିନ୍ନ ରୋଗର ଶିକାର ହୋଇ ଅଳ୍ପ ବୟସରେ ମୃତ୍ୟୁର ଶିକାର ହେଉଥ୍ôବା ବେଳେ ସରକାରଙ୍କ ସମସ୍ତ ସୁବିଧାରୁ ବଂଚିତ ରହିବା ଦୁଖକୁ ଦ୍ୱିଗୁଣିତ କରିଛି । ଶମିକ ମାନଙ୍କ ପାଇଁ ବ୍ରହ୍ମବରଦା ହାଟ ବଜାର ଠାରେ ଏକ ସ୍ୱତନ୍ତ୍ର ଡାକ୍ତରଖାନା ଖୋଲାଯାଇଛି ହେଲେ ଏଠାରେ ଡାକ୍ତର ନ ଥ୍ôବା ବେଳେ ଏଏନଏମ ଓ ଡ୍ରେସର ଦ୍ୱାରା ଡାକ୍ତରଖାନା ଚାଲିଛି । ଫଳରେ ଅନେକ ରୋଗୀ ଚିକିସ୍ôା ଅଭାବରୁ ବହୁ ଅସୁବିଧାର ସମ୍ମୁଖ୍ôନ ହେଉଛନ୍ତି । ସେହିପରି ରୋଗିଙ୍କୁ ଡାକ୍ତରଖାନାରେ କୈାଣସି ମେଡିସିନର ବ୍ୟବସ୍ଥା ନାହିଁ । ଫଳରେ ଅଳ୍ପ ରୋଜଗାରରେ ପରିବାର ପ୍ରତିପୋଷଣ କରୁଥ୍ôବା ଶ୍ରମିକ ମେଡିସିନ ନ କିଣି ପାରି ଅସମୟରେ ମୃତ୍ୟୁର ଶିକାର ହେଉଛି ।ସେହିପରି ଶ୍ରମିକ ଓ ଶ୍ରମିକଙ୍କ ପିଲାମାନେ ପୂର୍ବରୁ ବିଭିନ୍ନ ପ୍ରୋସ୍ôାହନ ରାଶି ପାଉଥ୍ôବା ବେଳେ ୧୦ ବର୍ଷ ହେଲା ଏଥ୍ôରୁ ବଂଚିତ ରହିଛନ୍ତି । ସେହିପରି ତିର୍ଥ ସ୍ଥାନ ଭ୍ରମଣ ପାଇଁ ବ୍ୟବସ୍ଥା ଥ୍ôବା ବେଳେ ତାହା ମଧ୍ୟ ବନ୍ଧ ରହିଛି । ସେହିପରି ଶ୍ରମିକ ମାନଙ୍କ ପେନସନ ସର୍ବନିମ୍ନ ମାସିକ ୯ ହଜାର ଟଙ୍କା ଧାର୍ଯ୍ୟ କରିବା ପାଇଁ ୧୦ ବର୍ଷ ହେଲା ସଂଘ ଦାବି କରି ଆସୁଥ୍ôବା ବେଳେ ତାହା ମଧ୍ୟ ସରକାର କଣ୍ଣପାତ କରୁ ନଥ୍ôବା ଅଭିଯୋଗ ହୋଇଛି । ସେହିପରି ପୁରୀ ଠାରେ ଥ୍ôବା ହଲିଡେ ହୋମକୁ ମଧ୍ୟ ବନ୍ଦ କରାଯାଇଛି । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଭିନ୍ନ ପ୍ରୋସ୍ôାହନ ରାଶି ଯୋଗାଇ ଦେଉଥ୍ôବା ବେଳେ ସେହି କେନ୍ଦୁ ପତ୍ରରୁ ବିଡି ନିର୍ମାଣ କରାଯାଉଛି । ହେଲେ ବିଡି ଶ୍ରମିକ ମାନଙ୍କୁ ଅବହେଳାରେ ରଖାଯାଇଥ୍ôବା ଅଭିଯୋଗ ହୋଇଛି । ତୁରନ୍ତ ସରକାର ଏଥ୍ôପ୍ରତି ଦୃଷ୍ଟି ଦେଇ ଶ୍ରମିକ ମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ବିଡି ଶ୍ରମିକ ସଭାପତି ପ୍ରଦିପ ଦାସଙ୍କ ସମେତ ସମସ୍ତ କର୍ମଚାରୀ ଓ ଶ୍ରମିକ ମାନେ ଦାବି କରିଛନ୍ତି । ଯଦି ସରକାର ଏଥ୍ôପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆସନ୍ତା ଦିନରେ ଶ୍ରମିକ ମାନେ ଆନ୍ଦୋଳନକୁ ଉଲ୍ଲାଇବା ନେଇ ଚେତାବନି ଦେଇଛନ୍ତି ।
ଅବହେଳାରେ ବିଡି ଶ୍ରମିକଙ୍କ ପରିବାର ଅଭିଯୋଗ ଆଣିଲେ ଶ୍ରମିକ ସଂଘ
|
January 3, 2024 |



