ଯାଜପୁର ମେଡିକାଲକୁ କବିଙ୍କ ନାମରେ କରିବାକୁ ଦାବି କରାଯାଉଚି

Spread the love

ଯାଜପୁର ସଦର, ୦୭ା୧୧: ଯାଜପୁର ଜିଲ୍ଲା ଯାଜପୁର ଠାରେ ନିର୍ମାଣ କରାଯାଇଥିବା ଯାଜପୁର ମେଡିକାଲ କଲେଜକୁ ରାଜ୍ୟ ସରକାର ଓଡ଼ିଶରା ମାନ୍ୟବର ମୁଖ୍ୟମନ୍ତ୍ରୀ ଯଯାତିଙ୍କ ନାମରେ ସ୍ୱୀକୃତି ଦିଆଯାଇଥିବା ବେଳେ, ଏହି କଲେଜକୁ କବିଙ୍କ ନାମରେ ନାମିତ କରାଯିବା ଲାଗି ବିଭିନ୍ନ ମହଲରୁ ଦାବି କରାଯାଉଚି । ଏନେଇ ଅଭିମନ୍ୟୁ ସାମନ୍ତ ସିଂହାର ସ୍ମୃତି ସୁରକ୍ଷା ମଞ୍ଚର ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଅବସରପ୍ରାପ୍ତ କର୍ମଚାରୀ ସଂଘ ପରିଶରରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ସ୍ମୃତୀ ସୁରକ୍ଷା ମଞ୍ଚର ଆବାହକ ନିମାଇଁ ଚରଣ ରାୟଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଟିତ କରାଯାଇଥିବା ବେଳେ, ୩୬ ନଂ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ କରାଯାଇଥିବା ବେଳେ, ଏହି ସଭାରେ ଶ୍ରୀମତୀ ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ, ବରିଷ୍ଠ ନାଗରିକ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷାବିତ ଗଗନ ବିହାରୀ ଜେନା ବିଦଗ୍ଧ କବି ଅଭିମନ୍ୟୁଙ୍କ ନାମରେ ନିର୍ମାଣ କରାଯାଇôବା ଯାଜପୁର ମେଡିକାଲ କଲେଜକୁ ନାମକରଣ କରାଯିବାକୁ ଜିଲ୍ଲାର ବରିଷ୍ଠ ନାଗରିକ ମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ବିରଷ୍ଠ ଶିକ୍ଷାବିତ ଗଗନ ବିହାରୀ ଜେନା ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଅଭିମନ୍ତ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମମାଟି ଯାଜପୁର ଜିଲ୍ଲାରେ ହୋଇଥିବାରୁ କବିଙ୍କ ନାମରେ ମେଡିକାଲ କଲେଜକୁ ନାମକରଣ କରାଯାଇ କବିଙ୍କୁ ଯଥେଷ୍ଠ ସମ୍ମାନ ଦିଆଯିବା ଲାଗି ଶ୍ରୀ ଜେନା ଦାବି କରିଥିଲେ । ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ସ୍ମୃତି ସଂସଦର ନିର୍ଦ୍ଦେଷକ ଶରଣ ଜେନା ଅଭିମନ୍ୟୁ ସାମନ୍ତ ସିଂହାରଙ୍କୁ ସମ୍ମାନ ଦିଆଯିବା ଲାଗି ଶ୍ରୀ ଜେନା ସବୁଦିନେ ମନେ ପକାଇବାପାଇଁ ତାଙ୍କ ନାମରେ ନାମକରଣ କରାଯିବା ପାଇଁ ଦାବି କରାଯାଇଚି । ସେହିପରି ମନ୍ମଥ ରାୟ ତାଙ୍କ ବକ୍ତବ୍ୟରେ କହିଲେ ବରୁଆଁ ଠାରୁ ଯାଜପୁର ମାନସା ପୋଲ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ରାସ୍ତାକୁ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ନାମିତ କରାଯିବା ଲାଗି ଦାବି କରିଥିଲେ । ପର ମୁହୁର୍ତ୍ତରେ ଏହାକୁ ବଦଳାଇ ମହାତ୍ମା ଗାନ୍ଧୀ ମାର୍ଗ ରୁପେ ନାମିତ କରାଯିବା ଘଟଣାକୁ ଏନେଇ ଶ୍ରୀ ରାୟ କ୍ଷୋଭ ପ୍ରକାଶ କରିଥିଲେ । ଅବସରପ୍ରାପ୍ତ କର୍ମଚାରୀ ସଂଘର ସଂମ୍ପାଦକ ବିଶ୍ୱନାଥ ପଣ୍ଡା ଏବଂ କଂଗ୍ରେସ ମହିଳା ସଭାନେତ୍ରୀ ଆରତୀ ଦେଓ, ସମାଜ ଡ. ପ୍ରଫୁଲ ଚନ୍ଦ୍ର ଗିରି, ଶିଳ୍ପପତି ହେମନ୍ତ ସାହୁ, ବ୍ରହ୍ମବରଦାର ବିରଷ୍ଠ ନାଗରିକ ପୂର୍ବତନ ସରପଂଚ ବିପିନ ବିହାରି ଦେଓ, ଅବସରପ୍ରାପ୍ତ ଶିକ୍ଷାବିତ ଶ୍ୟମାସୁନ୍ଦର ପାଢ଼ୀ, କବି ନିମାଇଁ ଦସ, ସମାଜସେବୀ ଯୁବନେତା ପ୍ରଦିପ ଦାସ, ପୂର୍ବତନ ସରପଂଚ ବିଜୟ ଦାସ, ଯୁବନେତା ଅତୁଲ୍ୟ ରାଉତ ଓ ବହୁ ବରିଷ୍ଠ ନାଗରିକ କବିଙ୍କ ନାମରେ ମେଡିକାଲ କଲେଜକୁ ନାମକରଣ କରାଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ନିବେଦନ କରିଛନ୍ତି ।

Related Posts

About The Author

Add Comment