ବୁର୍ଲା ଈସ୍କନ ମନ୍ଦିରରେ ରାଧାଷ୍ଟମୀ ଉତ୍ସବ ମହା ଆଡମ୍ବରରେ ପାଳିତ

Spread the love

ସମ୍ବଲପୁର,( ସନ୍ଧାନ ନିଉଜ /ହେମନ୍ତ ଭଇଁଷା) ଆଜି ଈସ୍କନ ବୁର୍ଲା ମନ୍ଦିର ରେ ରାଧାଷ୍ଟମୀ ଉତ୍ସବ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି । ଏହି ଅବସର ରେ ଭୋର ୪.୩୦ ମିନିଟ ସମୟ ରେ ମଙ୍ଗଳ ଆଳତୀ, ସକାଳ ୭.୩୦ ମିନିଟ ସମୟ ରେ ଦର୍ଶନ ଆଳତୀ କରା ଯାଇଥିଲା ।ଏହା ପରେ ଶ୍ରୀପାଦ ପାଦ ସେବା ଦାସ ଓ ଶ୍ରୀପାଦ ସନ୍ଦିପନି ମୁନି ଦାସ ଙ୍କ ଦ୍ଵାରା ରାଧା ତତ୍ତ୍ୱ ଓ ରାଧାଷ୍ଟାମୀ ପାଳନ ର ଗୁରୁତ୍ୱ ଓ ମହିମା କୁ ଭାଗବତ କଥା ପ୍ରବଚନ ମାଧ୍ୟମ ରେ ପ୍ରଦାନ କରିଥିଲେ । ଏହା ପରେ ଦିନ ୧୦.୩୦ ମି ସମୟ ରେ ରାଧାକୃଷ୍ନ ଯୁଗଳ ମୂର୍ତି ଙ୍କ ସଂକଳ୍ପ ପୂଜା ଓ ବିଭିନ୍ନ ପୂଜା ସାମଗ୍ରୀ ରେ ମହାଅଭିଷେକ କରାଯାଇଥିଲା ।ଦିନ ୧୨.୩୦ ସମୟରେ ମହା ଆଳତୀ କରାଯାଇଥିଲା ଓ ସମସ୍ତ ଭକ୍ତ ମାନଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା । ଉକ୍ତ ଉତ୍ସବ ରେ ପ୍ରାୟ ୫୦୦ ଭକ୍ତ ଯୋଗ ଦେଇ ଅତି ଆନନ୍ଦ ଉଲ୍ଲସିତ ରେ ନାମ ସଂକୀର୍ତ୍ତନ ଓ ନୃତ୍ୟ ଗୀତ ରେ ଭାଗ ନେଇ ଉତ୍ସବ କୁ ମହା ଆଡମ୍ବର ରେ ପାଳନ କରିଥିଲେ । ଏହି ଉତ୍ସବ ଟି ମନ୍ଦିର ର ବରିଷ୍ଟ ଭକ୍ତ ଶ୍ରୀପାଦ ଅମାୟୀ ଦାସ,ଶ୍ରୀପାଦ ସଂଜୀବ ଦାସ,ଆଶ୍ରିତ କୃଷ୍ଣ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସୁରୁଖୁରୁ ରେ ସମାପନ ହୋଇଥିଲା ।

Related Posts

About The Author

Add Comment