ଭୁବନେଶ୍ୱର (ସନ୍ଧାନ ନିଉଜ) ଅବତରଣ ପୂର୍ବରୁ ଫେଲ୍ ମାରିଛି ଲୁନା-୨୫। ଲ୍ୟାଣ୍ଡିଂର କିଛି ସମୟ ପୂର୍ବରୁ କ୍ରାସ୍ ହୋଇଯିବା ଫଳରେ ଋଷର ଚନ୍ଦ୍ର ଯାତ୍ରା ସ୍ୱପ୍ନ ଅଧାରେ ଅକଟିଯାଇଛି। ଆସନ୍ତାକାଲିରେ ଚନ୍ଦ୍ର ପୃଷ୍ଠରେ ଇସ୍ରୋର୍ ଲୁନା-୨୫ ଅବତରଣ କରିବାର ଥିଲା, ହେଲେ ଆଜି ମିଶନ ବିଫଳ ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲୁନା-୨୫ ସ୍ପେଶକ୍ରାଫ୍ଟ ଚନ୍ଦ୍ରକୁ ଧକ୍କା ଦେବା ଫଳରେ କ୍ରାସ୍ ହୋଇଯାଇଛି। ଏହା ପୂର୍ବରୁ ଲୁନା-୨୫ ର ଲ୍ୟାଣ୍ଡର କ୍ୟାମେରା ପୃଥିବୀରୁ ଚନ୍ଦ୍ରର ଦୂର ଚିତ୍ର ଉତ୍ତୋଳନ କରିସାରିଛି। ମହାକାଶ ଅନୁସନ୍ଧାନ ସଂସ୍ଥାରସ ମସ କସର ମୁଖ୍ୟ ୟୁରୀ ବୋରିସୋଭ ମଧ୍ୟ ଏନେଇ ପୂର୍ବରୁ ଆଶଙ୍କା କରିଥିଲେ। ଏଥର ଚନ୍ଦ୍ର ଯାତ୍ରା ବିଫଳ ହୋଇପାରେ ବୋଲି ସେ ଜୁନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅବଗତ କରାଇଥିଲେ। ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଲୁନା-୨୫ ବିଫଳ ହୋଇଥିବା କୁହାଯାଉଛି।
ଋଷର ଚନ୍ଦ୍ର ଯାତ୍ରା ବିଫଳ; କ୍ରାସ ହେଲା ଲୁନା-୨୫
|
August 20, 2023 |



