ସମ୍ବଲପୁର ତାରିଖ:୦୯/୦୬/୨୦୨୩( ସନ୍ଧାନ ନିଉଜ /ହେମନ୍ତ ଭଇଁଷା) ଯୁଯୁମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଗ୍ରାମପଞ୍ଚାୟତର ଜୟନ୍ତପୁର ଡାକଡେରା ଠାରେ ହେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ଏଥିରେ ଏକ ପଥର ବୋଝେଇ ଟ୍ରକ ରାସ୍ତାକଡ଼ରେ ଥିବା ଘରରେ ବାଡେଇ ହୋଇଯାଇଛି । ଏହି ଛକ ଦେଇ ଜାତୀୟ ରାଜପଥ ୫୩ ଯାଇଥିବା ବେଳେ ଏଠାରେ ଲୋକଙ୍କ ଚାଲିବା ରାସ୍ତା ଦିଆଯାଇ ନାହିଁ ଯାହାଫଳରେ ଏଭଳି ଆହୁରି ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ। ଏଥିରେ ଧନଜୀବନ ବିଶେଷ ଭାବରେ ହାନି ହୋଇନଥିବା ବେଳେ ଆଗକୁ କିଛି କ୍ଷୟକ୍ଷତି ପାଇଁ କିଏ ଦାୟି ରହିବ। ଲୋକଙ୍କୁ ଠାରୁ ଆମ୍ଭେ ଜାଣିବାକୁ ପାଇଲୁ ଯେ ଏଥିରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ଏଠାରେ ସାରଭିସ ରାସ୍ତା ସହିତ ଆଲୋକ ର ବିଶେଷ ବ୍ୟବସ୍ଥା ନାହିଁ । ପ୍ରଶାସନକୁ ଲୋକଙ୍କ ଦାବି ଯେ ଏହାର କିଛି ସ୍ଥାୟୀ ବ୍ୟବସ୍ଥା କରି ଆଗକୁ ହେବାକୁ ଥିବା ଦୁର୍ଘଟଣାକୁ ଏଡାଇବା ପାଇଁ ସମାଧାନର ପନ୍ଥା ଅବଲମ୍ବନ କରୁ ।
ଏକ ପଥର ବୋଝେଇ ଟ୍ରକ ରାସ୍ତାକଡ଼ରେ ଥିବା ଘରରେ ବାଡେଇ ହୋଇଯାଇଛି
|
June 10, 2023 |