ଅବିବାହିତ ଝିଅର କାନ୍ଧରେ ପରିବାରର ବୋଝ , ପୁରୁଷ ଶୂନ୍ୟ ପରିବାର ସରକାର ସାହାଯ୍ୟ ଅପେକ୍ଷାରେ ଛବିରାଣି

Spread the love

ଜେନାପୁର/୦୮/୦୬/ ସନ୍ଧାନ ନିଉଜ୍ ) ପ୍ରଶାନ୍ତ ସାମଲ)ନିଜ ଛୁଆ ମାନଙ୍କୁ ନେଇ ବାପା “ମାଙ୍କର ଅନେକ ସ୍ବପ୍ନଥାଏ, ଛୁଆ ବଡ଼ ହୋଇ ଭଲ  ପାଠପଢନ୍ତୁ. ବଡ ଚାକିରୀ କରନ୍ତୁ. ୱେଲ  ସେଟଲ ହୁଅନ୍ତୁ.କୌଣସି ଛୁଆ ବାପା ମାଙ୍କ ଆଖି ସାମ୍ନାରେ ମୂଲଲାଗୁ କେହି ଚାହିଁ ନଥାନ୍ତି! କିନ୍ତୁ ପରିସ୍ଥିତି ଆଗରେ  ହାରମାନୀ ନିଜ ଝିଅକୁ ପ୍ରତ୍ୟେକ ଦିନ ମୂଲ ଲାଗୁଥିବାର ଦେଖୁଛନ୍ତି ବୁଢ଼ୀ ମା”. ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମପଞ୍ଚାୟତ ଏଣ୍ଡଳବା ଗ୍ରାମରେ ଛବିରାଣୀ ତାରାଇଙ୍କର! ବୟସ 36ଛୁଇଁଲାଣି!ପରିବାର କହିଲେ ପାଞ୍ଚ ଜଣ ସମସ୍ତେ ମହିଳା. ପରିବାରରେ ପୁରୁଷ ଶୂନ୍ୟ.ପରିବାରର ଏକମାତ୍ର ଛବିରାଣୀ ତରାଇ ରୋଜଗାରକ୍ଷମ! ବାପା ପରମାନନ୍ଦ ତରାଇ ଆଜକୁ ଦଶବର୍ଷ ହେବ ଆରପାରିରେ ! ବୁଢ଼ୀ ମା” କମଳୀ ତରାଇ ବୟସ ବାର୍ଦ୍ଧକ୍ୟରେ ଆସିକି ପଞ୍ଚାଅଶି ଛୁଇଁଲାଣି! ସରକାରୀ ସାହାଯ୍ୟ କହିଲେ ଭତ୍ତା ବାବଦକୁ ପାଞ୍ଚ ଶହ ଟଙ୍କା, ମୁଣ୍ଡ ପିଛା  ପାଞ୍ଚ କେଜି ଚାଉଳ ! ସେଥିରେ ଔଷଧ ଖର୍ଚ୍ଚ!  ଯାହା ସମୁଦ୍ରକୁ ଶଙ୍ଖେ! ସାନ ଭଉଣୀ  କବିତା ତରାଇ ସ୍ୱାମୀ ପରିତ୍ୟକ୍ତା, ସାଙ୍ଗରେ ଛୋଟ ଛୁଆ  ଅଛି! ସେ ଛ ବର୍ଷ ହେବ ବାପ ଘରେ ଛବିରାଣୀ ପାଖରେ!  କୌଣସି ସରକାରୀ ସାହାଯ୍ୟ ମିଳିନାହିଁ ବୋଲି ମତ ଦେଇଛନ୍ତି!  ଛବିରାଣୀ ଘରର ଏକମାତ୍ର ରୋଜଗାରୀଆ  ଝିଅ ହେଇଥିବାରୁ ପରିସ୍ଥିତି ବାଧ୍ୟକଲା ମୂଲ ଲାଗିବାକୁ! ଘରର ଆର୍ଥିକ ଅବସ୍ଥା ଦିନକୁ ଦିନ ବିଗିଡି ବାରେ ଲାଗିଲା!ଦିନେ ଖାଇଲେ  ଦିନେ ଉପାସ ରହିବାକୁ ପଡୁଛି! ଘରେ କେହି ପୁରୁଷ ପିଲା ନଥିବାରୁ ବାଧ୍ୟ ହୋଇ ଛବିରାଣୀଙ୍କୁ ମୂଲ ଲାଗିବାକୁ ପଡୁଛି! ଅନେକ ସମୟରେ ସାହି ପଡିଶା ଲୋକ ମାନଙ୍କର ସାହାଯ୍ୟ ସହଯୋଗ ଲୋଡ଼ା ପଡିଥାଏ !ପରିବାରର ସମସ୍ତ ବୋଝକୁ ମୁଣ୍ଡରେ ମୁଣ୍ଡାଇ ନିଜର ସଂସାର କରିବାକୁ ଭୁଲିଗଲେ ଛବିରାଣୀ! ମୂଲ ଦୁଃଖ ଲାଗି ଯେଉଁ ଦୁଇ ପଇସା ଆଣୁଚି ସେତିକିରେ ପରିବାର ଚଳାଇବା କଷ୍ଟ କର !ଯଦି ଆମକୁ ସରକାରୀ ସାହାଯ୍ୟ ମିଳନ୍ତା ତାହାହେଲେ ମୁଁ ମୋର ପରିବାରକୁ ମୁଠିଏ ଭଲରେ ଖାଇବାକୁ ଦେଇ ପାରନ୍ତି ବୋଲି ଛବିରାଣୀ ଦୁଃଖର ସହିତ କହିଛନ୍ତି!ଦେଖିବାକୁ ବାକି ରହିଲା ଯେ କେତେ ଶୀଘ୍ର ଏହି ଅସହାୟ ପୁରୁଷ ଶୂନ୍ୟ ପରିବାରକୁ ପ୍ରଶାସନର ସାହାଯ୍ୟ ମିଳୁଛି !

Related Posts

About The Author

Add Comment