ଏସ.ଏସ.ଜି ପଂଚାୟତ ଏବଂ ବ୍ଲକ ସ୍ତରୀୟ ମହାସଂଘରେ ଦୀର୍ଘଦିିନ ଧରି ନିର୍ବାଚନ ନାହିଁ
ନିୟମକୁ ପାଦରେ ଦଳି ମୋକଚି ଦେଇଛନ୍ତି
ମନ ଇଚ୍ଚା ବିଭିନ୍ନ ପ୍ରକଳ୍ପ କରାଇଦେବା ନାଁରେ ଚାଲିଛି ଟଙ୍କା ଆଦାୟ
ଚଣ୍ଡିଖୋଲ, : ଯାଜପୁର ଜିଲ୍ଲା ବଡଚଣା ମହିଳା ବ୍ଲକ ସ୍ତରୀୟ ମହାସଂଘର ନେତ୍ରୀ କିଚିନା ମହାପାତ୍ର ଖୁଲୁମ ଖୁଲା ସିଆରପି ଏବଂ ଏମବିକେ ନିଯୁକ୍ତି ନେଇ ଟଙ୍କା ଆଦାୟର ଭିଡିଓ ଭାଇରାଲ ହେବା ପରେ ମିଶନ ଶକ୍ତିକୁ ନେଇ ରାଜନିତୀ ଚର୍ଚ୍ଚା ଜୋର ଧରିଛି । ଏପରକି ଖାଲି ନିଯୁକ୍ତି କ୍ଷେତ୍ରରେନୁହେଁ ବରଂ ବିଭିନ୍ନ ପ୍ରକଳ୍ପ କରାଇଦେବା ନାଁରେ ବଡଚଣାର ବିଭିନ୍ନ ସଂୟ ସହାୟକ ଗୋଷ୍ଠୀ ମାନଙ୍କରୁ ଲକ୍ଷାଧିକ ଟଙ୍କା ଆଦାୟ କରିଛି । ଏହି ଟଙ୍କା କାଳେ ,ସ ଏମ,ଏଲ,ଓ ବଡଚଣାର ଅମର ପ୍ରସାଦ ଶତପଥୀ, ବିଡିଓ, ମିଶନ ଶକ୍ତିର ବିପିସି, ସିଡିପିଓ ନେଉଥିବାର କଥା ମଧ୍ୟ ଭିଡିଓରେ ପରିପକ୍ରାଶ କରିଛି । କିନ୍ତୁ ରୋଚକ ତଥ୍ୟ ଏବଂ ଏହାର ମୂଳ ନିୟମକୁ ବଡଚଣା ସମେତ ପୁରା ଜିଲ୍ଲାରେ ଦଳି ମୋକଚି ଦେଇଛନ୍ତି । ଜିଲ୍ଲାରେ ମୋଟ ୧୧ଟି ବିଏଲଏଫ ଗଠନ ହୋଇଛି । ବଡଚଣାରେ ୨୦୧୦ ଏବଂ ୨୦୧୧ ମସିହାରୁ ଏହି ମହାସଂଘ ଗଠନ ହୋଇଛି । ସଂଘ ଗଠନ ହେବା ସମୟରେ ଏହା ୨ବର୍ଷ ପାଇଁ ରହିବା ସହିତ ପୁଣିଥରେ ନିବ;ାଚନ ଆଧାରରରେ ମହାସଂଘ ଗଠନ ହେବା କଥା । ମାତ୍ର କେଉଁ ନିୟମ ଆଧାରରେ ଏମାନେ ଦୀର୍ଘ ୧୦ବର୍ଷ ହେବ ସଂଘର ସଭାପତି ସମ୍ପଦିକା ଏବଂ ଅନ୍ୟାନ ପଦ ମାଡିବସିଛନ୍ତି । ଗ୍ରାମରେ ହୋଇଥିବା ଏସ.ଏସ.ଜି ମାନେ ପଂଚାୟତର ହୋଇଥିବା ପଂଚାୟତ ସ୍ତରୀୟ ମହାସଂଘକୁ ନିର୍ବାଚନ ମଧ୍ୟମରେ ପୁଣିଥରେ ଚୟନ କରିବେ । ଏବଂ ଯେଉଁମାନେ ଥରେ ନିର୍ବାଚିତ ହୋଇଛନ୍ତି ସେମାନେ ଆଉ ହୋଇପାରିବେ ନାହିଁ ବୋଲି ନିୟମ ରହିଛି । ନୂତନ ସଭ୍ୟ ସଭ୍ୟାକୁ ନେଇ ପ୍ରଥମେ ପଂଚାୟତ ସ୍ତରୀୟ ମହାସଂଘ ହେବା ପରେ ଏମାନଙ୍କ ମଧ୍ୟରୁ ନିର୍ବାଚନ ଆଧାରରେ ବ୍ଲକ ସ୍ତରୀୟ ମହାସଂଘ ଗଠନ ହେବା । ପୁଣି ଯେଉଁମାନେ ପୂର୍ବରୁ ବ୍ଲକ ସ୍ତରୀୟ ମହାସଂଘରେ ସଭ୍ୟ ସଭ୍ୟା ହୋଇଛନ୍ତି ସେମାନେ ଆଉ ପୁର୍ନବାର ହୋଇପାରିବେ ନାହିଁ ବୋଲି ନିୟମ ରହିଛି । କହିବାକୁ ଗଲେ ସମ୍ପର୍ଣ୍ଣ ଭାବେ ଏକ ନୂତନ ସଂଘ ଗଠନ ହୋଇ କାର୍ଯ୍ୟ କରିବ । ଏମାନଙ୍କ କାର୍ଯ୍ୟ ହେଉଛି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ବିଭିନ୍ନ ମଟିଙ୍ଗରେ ଯୋଗଦାନ କରି ପଂଚାୟତ ସ୍ତରୀୟ ମହାସଂଘକୁ ଜଣାଇବେ ଏବଂ ସେମାନେ ଗ୍ରାମଂଚଳରେ ହୋଇଥିବା ସଂଘକୁ । ମାତ୍ର ଏମାନେ ତାହା ନକରି ବିଭିନ୍ନ ଅନøତିକ ଉପାୟରେ ଟଙ୍କା ଅର୍ଜନ କରିବାରେ ବ୍ୟସ୍ତ ରହିଛନ୍ତି । ବଡଚଣାରେ ଦୁଇ ଦୁଇଟି ବ୍ଲକ ସ୍ତରୀୟ ମହାସଂଘ ଗଠନ ହୋଇ କିଚିନା ମାହାପାତ୍ର ଭଳି ଦୁର୍ନିତି ଖୋର ନେତ୍ରୀ ମାନେ ଦୀର୍ଘ ଦିନ ରହି ଦୁର୍ନିତି କରିବାରେ ଲାଗିପଡିଛନ୍ତି । ଫଳରେ ବିଭିନ୍ନ ଯୋଜନାର ସବସିଡି ଅର୍ଥରାଶି କରାଇଦେବା ଏବଂ ବିଭିନ୍ନ ପ୍ରକଳ୍ପ କରାଇଦେବା ନାଁରେ ଏମାନେ ଏସ.ଏସ.ଜି ମାନଙ୍କ ଠାରୁ ୫୦ହଜାରରୁ ୧ଲକ୍ଷ ଟଙ୍କା ପ୍ରର୍ଯ୍ୟନ୍ତ ଟଙ୍କା ଆଦାୟ କରିଛନ୍ତି । ଏବଂ କେଉଁଠି କେଉଁଠି ସଂଘ ନାଁରେ ବିଭିନ୍ନ ପ୍ରକଳ୍ପ ନେଇ ସେମାନଙ୍କ ସମ୍ପର୍କିୟ ମାନଙ୍କ ହାତକୁ ଟେକିଦେଇଛନ୍ତି । ଏବଂ ସଂଘ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁ କରିଛନ୍ତି । ବାସ୍ତବରେ ସଂଘ ପକୃତ କର୍ମକତ୍ତାକେହିବି ଯୋଜନାରୁ ସୁଫଳ ପାଉନାହାନ୍ତି । ଜିଲ୍ଲା ସଂଯୋଜିକା କେବେବି ସଂଘର ନୂତନ ଗଠନ କରିବା ପାଇଁ ଚିଠିପତ୍ର କରିନାହାନ୍ତି । କି ଏମାନଙ୍କୁ ତର୍ଜମା କରିନାହାନ୍ତି । ଅଭିଯୋଗ ଆସିବା ଏବଂ ଭିଡିଓ ଭାଇରାଲା ହେବା ପରେ କେବଳ ଏହି ଗୋଟିଏ କାର୍ଯ୍ୟ ଉପରେ ଆସି ନିଜର କାମ ସାରିଛନ୍ତି । ତୁରନ୍ତ ଯେତେଗୁଡିଏ ପ୍ରକଳ୍ପ କାହାକୁ କାହାକୁ ଦିଆଯାଇଛି କିଭଳି ଦିଆଯାଇଛି ତାହାର ତର୍ଜମା କରିବା ସହିତ ବିଏଲଏଫ ନୂତନ ଭାବେ ଗଠନ କରିବାକୁ ସାଧରଣରେ ଦାବି ହେଉଛି । Report- Prasanta Samal