ଭାଇରାଲ ଭିଡିଓ ତଦନ୍ତ ପରଦିନ ଇସ୍ତଫା ଦେଲେ ଫେଡରେସନ୍ ସଭାନେତ୍ରୀ କିଛିନା ମହାପାତ୍ର

Spread the love

ଚଣ୍ଡିଖୋଲ ,(ସନ୍ଧାନ ନିଉଜ/ସାପ୍ର ): ଯାଜପୁର ଜିଲ୍ଲାର ବଡ଼ଚଣାରେ କିଛିଦିନ ହେବ ଫେସ୍ ବୁକ୍ରେ ଏକ ଭିଡିଓ ଭାଇରାଲ ହେଇଥିଲା । ଯେଉଁଥିରେ କି ବଡ଼ଚଣା ବ୍ଲକ ଫେଡେରସନ୍ ସଭାନେତ୍ରୀ କିଛିନ ମହାପାତ୍ର, ଜଣେ ମହିଳାଙ୍କ ଠାରୁ ଚାକିରି କରାଇ ଦେବି କହି ଖୁଲମଖୁଲା ସାତ ହଜାର ଟଙ୍କା ଗଣିକି ନେଉଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ଟି ଭାଇରାଲ ହେଲା ପରେ ଏହାର ସତ୍ୟା ସତ ଜାଣିବା ପାଇଁ,ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଜିଲ୍ଲା ଅତିରିକ୍ତ ମୁଖ୍ୟ ଉନୟନ୍ ଅଧିକାରି ରଶ୍ମି ରେଖା ପ୍ରଧାନ , ଡିପିମ୍ ପ୍ରସନ୍ନ ପାଢ଼ୀ ଓ ଡିପିସି ଶେଫାଳୀ ନାୟକଙ୍କ ସହ ଏକ ଟିମଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ କାଲି ତଦନ୍ତ ଟିମ୍ ବଡ଼ଚଣା ବ୍ଲକକୁ ଆସି ସିଡ଼ିପିଓ, ଓ ସଭାନେତ୍ରୀ କିଛିନା ମହାପାତ୍ର ଙ୍କୁ ବହୁ ସମୟ ଧରି ପଚରା ଉଚରା କରିଥିଲେ । ଏବଂ ଟଙ୍କା ଦେଇଥିବା ଲୋକଙ୍କୁ ମଧ୍ୟ ପଚରା ପଚରି କରିଥିଲେ । ଚାକିରି କରାଇଦେବା କହି ଟଙ୍କା ନେଇଥିବା କଥା ସତ୍ୟ ହେବା ସହ ଆହୁରି ଅନେକ ଅଭିଯୋଗ ଉକ୍ତ ସଭାନେତ୍ରୀ ଙ୍କ ବିରୋଧ ରେ ଆସିଥିଲା । ତେଣୁ ତଦନ୍ତ କାରି ଟିମ୍ ଯାହା ତଦନ୍ତ କଲେ ଜିଲ୍ଲାପାଳ ଙ୍କୁ ଜଣାଇ ସାରିବା ପରେ ଯାହା ହେବ ବୋଲି କହିଚାଲି ଯାଇଥିଲେ। କିଛି ଦିନ ତଳେ ବଡ଼ଚଣା ବ୍ଲକରେ ଓଏଲଏମ୍ ଅଧୀନ ରେ ସିଆରପି ପଦ ପାଇଁ ଲୁଚାଣିଆ ତରଭର ଭାବେ ନୋଟିସ ବାହାରି ଥିଲା। ଯାହାକୁ ନେଇ ବ୍ଲକ ଆଗରେ କିଛି ମହିଳା ଧାରଣା ମଧ୍ୟ ଦେଇଥିଲେ। ସେହି ସିଆରପି ଚାକିରି କରାଇଦେବା ପାଇଁ ଟଙ୍କା ନେଉଥିବା ବେଳ ର ଭିଡିଓ ଭାଇରାଲ ହେଲା। ତଦନ୍ତ ରିପୋର୍ଟ ଆସିବା ଆଗରୁ ଆଜି ଦିବା ଦୁଇ ଘଟିକା ସମୟରେ ଶ୍ରୀମତୀ ମହାପାତ୍ର ତାଙ୍କର ଇସ୍ତଫା ପତ୍ର ବଡ଼ଚଣା ସିଡ଼ିପିଓ ଦେଇଥିଲେ। ସମୟ ଡେରି ହୋଇ ଥିବାରୁ ଗତକାଲି ଇସ୍ତଫା ପତ୍ର ଉପରେ କମିଟି ବସିବ ବୋଲି ସିଡ଼ିପିଓ ମ୍ୟାଡମ୍ କହିଥିଲେ। କିନ୍ତୁ ଆଜି ଇସ୍ତଫା ଗ୍ରହଣ ହୋଇଛି ବୋଲି ଫୋନ୍ ଯୋଗେ ଜଣାଇ ଥିଲେ। ମିଶନ ଶକ୍ତି ନାଆଁ ଶ୍ରୀମତୀ ମହାପାତ୍ର ବହୁ ଦୁର୍ନୀତି କରିଛନ୍ତି ବୋଲି ଶୁଣିବାକୁ ମିଳୁଛି।

Related Posts

About The Author

Add Comment