ସଂଜୀବନୀ ସେବା ଫାଉଣ୍ଡେସନର ଲୋକାର୍ପଣ ଉତ୍ସବ

Spread the love

କଟକ  : ପବିତ୍ର ଉତ୍କଳ ଦିବସ ଅବସରରେ ସାମାଜିକ ସେବା ଏବଂ ଜନ ମଙ୍ଗଳ କାଯ୍ୟକ୍ରମ ନିମନ୍ତେ ନବ ଗଠିତ ସଂଜୀବନୀ ସେବା ଫାଉଣ୍ଡେସନର ଲୋକାର୍ପଣ ଉତ୍ସବ ସାହେଶ୍ୱରୀ ମନ୍ଦିରରେ ଅନୁଷ୍ଟିତ ହୋଇଯାଇଛି l ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ଆନୁଷ୍ଠାନିକ ଭାବେ ସମସ୍ତ କର୍ମକର୍ତ୍ତା ଉପସ୍ଥିତି ରହି ଅନୁଷ୍ଠାନର ଆଗାମୀ ଦିନର କାଯ୍ୟପନ୍ଥା ନିମନ୍ତେ ସଂକଳ୍ପ ଗ୍ରହଣ କରିଥିଲେ l ଏହାପରେ ଉତ୍କଳର ଅନ୍ୟତମ ବରପୁତ୍ର ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା l ଏହି ଲୋକାର୍ପଣ ଉତ୍ସବର ସଂଜୀବନୀ ସେବା ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ଭୂୟାଁ,ସମ୍ପାଦକ ବିକ୍ରମ କେଶରୀ ନାଥ,କୋଷାଧକ୍ଷ ତ୍ରିନାଥ ମହାରଣା,ସଦସ୍ୟ ରଞ୍ଜନ କୁମାର ସାହୁ,ଲିଙ୍ଗରାଜ ବାରିକ,ସିମ୍ପଲ ସାହୁ, ପରକ୍ଷିତ ଦାସ,ହେମନ୍ତ କୁମାର ସାହୁ, ହରିହର ଦାସ,ନୀଳ ମାଧବ ମିଶ୍ର, ଧନଞ୍ଜୟ ରାଉତ,  ଆଦିତ୍ୟ ଗିରି ପ୍ରମୁଖ ଉପସ୍ଥିତ ଥିଲେ l

Related Posts

About The Author

Add Comment