କଟକ : ମଣିଷ ବଞ୍ଚିବା ପାଇଁ ମଧୁର ଜଳ ନିହାତି ଆବଶ୍ୟକ, କିନ୍ତୁ ଏହା ପର୍ଯ୍ୟାପ୍ତ ପରିମାଣରେ ମିଳେ ନାହିଁ। ତେଣୁ ଏହାକୁ ସଂରକ୍ଷଣ କରିବା ଆବଶ୍ୟକ । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ କାର୍ଯ କରୁଥିବା ନେହେରୁ ଯୁବ କେନ୍ଦ୍ର ବରଗଡ଼ ଦ୍ଵାରା ବର୍ଷା ଜଳ ସଞ୍ଚୟ ପାଇଁ ପଥପ୍ରାନ୍ତ ନାଟିକା ଅନୁଷ୍ଠିତ । ତୁକୁରା, କାଦୋବାହାଲ,ଲରମ୍ଭା, ଅନ୍ଧରିପାଳି,କୁମେଲସିଂହ ଆଦି ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି। ଇନ୍ଦ୍ରଜିତ ଉର୍ମାଙ୍କ ନିର୍ଦ୍ଦେଶନାରେ କଳା ଓ ସଂସ୍କୃତିର କଳାକାର ମାନେ ଏହାକୁ ପ୍ରଦର୍ଶନ କରିଥିଲେ । ଜିଲ୍ଲା ଯୁବ ଅଧିକାରୀ ରୋସନ୍ ଟଣ୍ଡନ ଓ ଉପଦେଷ୍ଟା କମିଟି ସଭ୍ୟ ତ୍ରିଲୋଚନ ଶତପଥୀଙ୍କର ତତ୍ବାବଧାନରେ ଯୁବ ସ୍ଵେଚ୍ଛାସେବୀ ତଥା ପର୍ବତାରୋହୀ ଆଶୀର୍ବାଦ ମହାପାତ୍ରଙ୍କର ପରିଚାଳନାରେ ଏହି ନାଟିକା ୫ ଟି ଗ୍ରାମରେ ପ୍ରଦର୍ଶନ ହୋଇଥିଲା । ଲିଶା ପ୍ରଧାନ ଓ ମନିସ ପ୍ରଧାନ ସାହାଯ୍ୟ କରିଥିଲେ l
କ୍ୟାଚ୍ ଦି ରେନ ସଚେତନତା କାର୍ଯ୍ୟକ୍ରମ ନେଇ ପଥପ୍ରାନ୍ତ ନାଟିକା ଅନୁଷ୍ଠିତ
|
March 14, 2023 |