କଟକ : କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ପୁରୁଣାହାଟ ପଞ୍ଚାୟତର ଦଣ୍ଡ ଗ୍ରାମର କ୍ୟାନ୍ସର ରୋଗରେ ପୀଡିତ ଗନ କାଣ୍ଡି ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ମଞ୍ଜୁଲତା କାଣ୍ଡି ଥାଇରଡ଼ ରୋଗରେ ପୀଡିତ ହୋଇ ବହୁ ଅସୁବିଧା ଏବଂ ଜୀବନ ସହ ସଂଗ୍ରାମ କରୁଥିବାର ଖବର ଗଣମାଧ୍ୟମରୁ ଖବର ପାଇ ସମାଜସେବୀ ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର,ଶ୍ରୀଯୁକ୍ତ ସୁଶାନ୍ତ ଦାସ ପହଂଚି ଉକ୍ତ ପରିବାରକୁ ରାସନ ସାମଗ୍ରୀ,ଆର୍ଥିକ ସହାୟତା ଓ ଦୁଇ ଝିଅଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିବା ସହ ଆରୋଗ୍ୟ କାମନା କରିଛନ୍ତି ।
କ୍ୟାନ୍ସର ପୀଡିତ ପରିବାରକୁ ସମାଜସେବୀଙ୍କ ସହାୟତା
|
March 2, 2023 |
