କଟକ : ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ(ଏସକେପି),କଳାବିହାର, କନ୍ଦରପୁର କଟକ ପକ୍ଷରୁ ଅନୁଷ୍ଠିତ ସାରସ୍ଵତ ସମ୍ବର୍ଧନା ପ୍ରଦାନ ଅବସରରେ ମେଧା ପ୍ରତିଭା ଦିବ୍ୟଜ୍ୟୋତି ପ୍ରଧାନଙ୍କୁ ଶିକ୍ଷାଗ୍ରଣ କ୍ଷେତ୍ରରେ ସଫଳତା,ସଂସ୍କାରବାଦୀ ଆଦର୍ଶ ବିଦ୍ୟାର୍ଥୀ,ସୁନ୍ଦର ସଙ୍ଗୀତ ପରିବେଷଣ,ଶିଶୁ କଳାକାର ଭାବେ ନାଟକରେ ଅଭିନୟ କରିବା,ଚିତ୍ରାଙ୍କନ ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ନେଇ “ମେଧା ପ୍ରତିଭା ସମ୍ମାନ – ୨୦୨୩” ପ୍ରଦାନ କରାଯାଇଛି । ଏହି ଉତ୍ସବରେ ପରିଷଦର ସଭାପତି କବୟିତ୍ରୀ ପ୍ରତିଭା ଶତପଥୀ,ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ,ଅସକାନ୍ତ ସ୍ୱାଇଁ ପ୍ରୋଗ୍ରାମ ପ୍ରଡ୍ୟୁସର କଳିଙ୍ଗ ଟିଭି,କଳାକାର କୃତ୍ତିବାସ ମୁଣ୍ଡ,ପଣ୍ଡିତ ପ୍ରମୋଦ ପଣ୍ଡା,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,କଣ୍ଠଶିଳ୍ପୀ ଅମୀୟ ରଞ୍ଜନ ପଟ୍ଟନାୟକ,ସାମ୍ବାଦିକ ପ୍ରଭାତ ମଲ୍ଲିକ,ସାମ୍ବାଦିକ ବିଭୁ ପ୍ରସାଦ ସ୍ୱାଇଁ, ଅଭିନେତା ଦୈତାରୀ ପ୍ରଧାନ,ଗୁରୁ ଅକ୍ଷୟ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଆଦର୍ଶ ଛାତ୍ର ଦିବ୍ୟଜ୍ୟୋତି କଟକ ସଦର ବ୍ଲକ କନ୍ଦରପୁର ଉପକଣ୍ଠ ଫକିରପଡା ନିବାସୀ ପିତା – ସମାଜସେବୀ ରବୀନ୍ଦ୍ର ପ୍ରଧାନ,ମାତା – ଧର୍ମପ୍ରାଣା ମିତାଞ୍ଜଳି ପ୍ରଧାନଙ୍କ ସୁପୁତ୍ର ଅଟନ୍ତି ଏବଂ ଅଧୁନା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କନ୍ଦରପୁର ସପ୍ତମ ଶ୍ରେଣୀର ଛାତ୍ର ଅଟନ୍ତି ।
ସଙ୍ଗୀତ ଓ ଅଭିନୟରେ ଦିବ୍ୟଜ୍ୟୋତି ପ୍ରଧାନଙ୍କୁ “ମେଧା ପ୍ରତିଭା – ୨୦୨୩” ସମ୍ମାନ
|
March 2, 2023 |