ସୁନ୍ଦରଗଡ଼୨୫/୦୨/୨୩(ସନ୍ଧାନ ନିଉଜ / ରାଜୁ ପଟେଲ) ଅଖିଳ ଭାରତୀୟ ୮୪ଘର ଅଘରିଆ ସମାଜର ଗାଙ୍ଗପୁର ଆଞ୍ଚଳିକ କମିଟୀ ତରଫରୁ ସଦର ମଣ୍ଡଳ ଅନ୍ତର୍ଗତ ଭଷ୍ମା ଗ୍ରାମରେ ଦ୍ଵିତୀୟ ବାର୍ଷିକ ଅଧିବେଶନ ଉତ୍ସବ ପାଳିତ ହୋଇ ଯାଇଛି। ଏହି ସଭାରେ ପ୍ୟାରୀ ମୋହନ ପଟେଲ ସଭାପତିତ୍ଵ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଦିଲ୍ଲିପ ପଟେଲ , ଯଶୋବନ୍ତ, ଭିକାରୀଚରଣ ଚୌଧୁରୀ, ସୁରେନ୍ଦ୍ର ପଟେଲ , ବେଣୁଧର ପଟେଲ , ସୁରେଶ କୁମାର ପଟେଲ ଓ ସମସ୍ତ ମଣ୍ଡଳ ସଭାପତିମାନେ । ଏହି କାର୍ଯ୍ୟକ୍ରମରେ ଆରୋଗ୍ୟ ବିଷୟ, ସଂସ୍କୃତି ମୂଲ୍ୟବୋଧ , ମହିଳା ଜାଗରଣ ବିଷୟରେ ଆଲୋଚନା ହୋଇଥିଲା। ଅଘରିଆ ସମାଜର ଅନେକ ସଦସ୍ୟ/ସଦସ୍ୟା ଯୋଗଦାନ କରିଥିଲେ।ଆଞ୍ଚଳିକ କମିଟୀର ସଂମ୍ପାଦକ ସୁରେଶ କୁମାର ପଟେଲ ବିବରଣୀ ପ୍ରଦାନ କରିଥିଲେ। ଆଜି ସଭାର ମୁଖ୍ୟ ଆକର୍ଷଣ ପୂର୍ବତନ ବାଚସ୍ପତି କିଶୋରଚନ୍ଦ୍ର ପଟେଲ ଯୋଗ ଦେଇ ସମାଜ ର ଉନ୍ନତି ଓ ବିସ୍ତାର ଉଦ୍ୟମପାଇଁ ଆହ୍ୱାନ ଦେଇଥିଲେ। ସଭାକୁ ସଞ୍ଚାଳନ କରିଥିଲେ ମନୋଜ ଚୈଧୁରୀ ,ନାରୀନେତ୍ରୀ ସ୍ନେହଲତା ପଟେଲ, ଆରତୀ ପଟେଲ, ଲିଲି ନାଏକ , ସ୍ଵର୍ଣ୍ଣଲତା ନାଏକ ପ୍ରମୁଖ ନିଜର ବନ୍ତବ୍ୟ ରଖିଥିଲେ।
ଅଖିଳ ଭାରତୀୟ ୮୪ଘର ଅଘରିଆ ସମାଜର ଗାଙ୍ଗପୁର ଆଞ୍ଚଳିକ କମିଟୀ ତରଫରୁ ଦ୍ଵିତୀୟ ବାର୍ଷିକ ଅଧିବେଶନ ଉତ୍ସବ ପାଳିତ
|
February 25, 2023 |
