ଦୁର୍ଘଟଣାଗ୍ରସ୍ତ କାର୍‌ ଉପରେ ଚଢ଼ିଗଲା ଆଉ ଏକ ଦ୍ରୁତଗାମୀ ଗାଡ଼ି; ଜଣେ ମୃତ, ଅନ୍ୟ ଜଣେ ଗୁରୁତ

Spread the love
ବାଲିଗୁଡା,୧୧/୦୨/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ସାରଙ୍ଗଡ଼-କ.ନୂଆଗାଁ ମୁଖ୍ୟ ସଡ଼କର ଡାମେରିକିଆ ବୁଲାଣିରେ ଶୁକ୍ରବାର ରାତି ଗୋଟିଏ ସ୍ଥାନରେ ଦୁଇ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ହେଲେ ପ୍ରକାଶ ମନ୍ଦାର। ସୂଚନା ଅନୁସାରେ ଶୁକ୍ରବାର ରାତି ନଅଟା ସମୟରେ ଗୋଟିଏ କାର ଫୁଲବାଣୀରୁ ବାଲିଗୁଡ଼ା ଯାଉଥିବା ସମୟରେ ଡାମେରିକିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଯାଇଥିଲା। ସେହି ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ବାହାର କରିବା ପାଇଁ କିଛିଲୋକ ଘଟଣାସ୍ଥଳରେ ଠିଆ ହୋଇଥିବା ସମୟରେ ଫୁଲବାଣୀରୁ ବାଲିଗୁଡ଼ାକୁ ଦ୍ରୁତ ଗତିରେ ଯାଉଥିବା ସମୟରେ ଅନ୍ୟ ଏକ କାର (ଓଡି ୦୫ ଏବି୨୮୮୩) ଲୋକଙ୍କୁ ଧକ୍କା ଦେଇ ଗଛରେ ପିଟି ହୋଇଥିଲା। ଯାହାଫଳରେ ଜଣେ ଗୁରୁତର ହେବାସହ ଅନ୍ୟ କେତେଜଣ ଖଣ୍ଡିଆ ଖାବରା ହୋଇଥିଲେ। ପ୍ରକାଶ ମନ୍ଦାର ନାମକ ଜଣେ ଗୁରୁତର ବ୍ୟକ୍ତିଙ୍କୁ ଫୁଲବାଣୀ ଡାକ୍ତରଖାନା ନେବା ସମୟରେ ସେ ବାଟରେ ମୃତ୍ୟୁବରଣ କରିଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଡ୍ରାଇଭର ବର୍ତ୍ତମାନ ବାଲିଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବାରମ୍ବାର ସେହି ଗୋଟିଏ ସ୍ଥାନରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ତରଫରୁ କିଛି ବି ପଦକ୍ଷେପ ନିଆଯାଉନାହିଁ। ଦୁର୍ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Related Posts

About The Author

Add Comment