ଜେନାପୁର/୧୨/୦୧/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ/ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଧୀନ ଏଣ୍ଡଳବା ମାଳହାଟ ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଏଠି କୈଇବର୍ତ୍ତ ପରିବାର ପାଖା ପାଖି ଦୁଇ ଶହରୁ ଅଧିକ ହେବ ବସ ବାସ କରନ୍ତି, ଏବଂ ଏହି ଦୁଇ ଶହ ପରିବାର ମଧ୍ୟରୁ ୩୦ ରୁ ଅଧିକ ପରିବାର ଏହି ବ୍ରାହ୍ମଣୀ ନଦୀ ଉପରେ ମାଛ ମାରି ଚଳିବା ପାଇଁ ନିର୍ଭର କରିଥାନ୍ତି। ଆମେ ଯାଇ ପହଞ୍ଚି ଥିଲୁ ସେମାନଙ୍କ ନିକଟରେ ଆଉ ପଚାରି ବୁଝିଥିଲୁ କିପରି ନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରୁଛନ୍ତି, ହେଲେ ସେମାନଙ୍କ କହିବା କଥା, ଆଗରୁ ଯାହି ଯେମିତି ନଦୀରୁ ମାଛ ମାରି ଚଳୁଥିଲୁ ହେଲେ ଏବେ ରାତିରେ ଜାଲ ନେଇ ଯାଉଛୁ ସକାଳୁ ଫେରିଲା ବେଳକୁ କେଉଁଦିନ ଅଳ୍ପ ମାଛ ହେଉଛି ତ କେଉଁ ଦିନ ଖାଲି ଖାଲି ଜାଲ ଧରି ଘରକୁ ଫେରୁଛୁ, ଜାଲରେ ମାଛ ନ ପଡ଼ିବା ଖାଲି ହାତରେ ଘରକୁ ଫେରିବାର କାରାଣ ବୁଝିଲା ବେଳକୁ ଜଣା ଯାଉଛିକି କିଛି ଅ ସାମାଜିକ ବ୍ୟକ୍ତି ଏହି ବ୍ରାହ୍ମଣୀ ନଦୀରେ ମାଛ ମାରିବା ନିମନ୍ତେ ରାସାୟନିକ ଡିନା ମାଇଣ୍ଡ ମାରି ମାଛ ମାରୁଛନ୍ତି, ଯାହା ଫଳରେ ଯେଉଁ ଜାଗାରେ ଏହି ବିସ୍ପୋଣର ହେଉଛି ସେଇ ପାଖାପାଖି ପାଣି ମଧ୍ୟରେ ମାଛ କଙ୍କଡା ସବୁ ମରିକି ଭାସୁଛନ୍ତି, ମାଛ ତ ମାଛ ମିନ ଟିଏବି କିଛି ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳୁନାହିଁ, ଅପର ପକ୍ଷରେ ନଦୀ ପାଣି ସବୁ ବିଷାକ୍ତ ହେଇଯାଉଛି, କଲାଣ୍ଡ ଠାରୁ ଜେନାପୁର ଯେଉଁ ସବୁ ଗ୍ରାମ ରହିଲା ଏମାନେ ପ୍ରାୟତଃ ନଦୀ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିଥାନ୍ତି, ଏପଟେ ନଦିକୁଳରେ ଚରୁଥିବା ଗାଈ ଗୋରୁ ଛେଳି ମେଣ୍ଢା ବିଭିନ୍ନ ପଶୁ ପକ୍ଷୀ ମାନେ ଏହି ବିଷାକ୍ତ ପାଣି ପି ବିଭିନ୍ନ ରୋଗର ଆକ୍ରାନ୍ତ ହେଇଥିବା ଦେଖିବାକୁ ମିଳିଛି, ଅନ୍ୟ ପଟେ ନଦୀ କୁଳରେ ବସବାସ କରୁଥିବା ଲୋକମାନେ ବ୍ରାହ୍ମଣୀ ନଦୀରେ ସ୍ନାନ ଶୌଚ କରିଥାନ୍ତି ଡିନା ମାଇଣ୍ଡ ବିସ୍ପୋରକ ଦ୍ୟାରା ବିଷାକ୍ତ ହୋଇଥିବା ପାଣିରେ ବିଭିନ୍ନ ପ୍ରକାରର ଚର୍ମ ରୋଗ ଦେଖିବାକୁ ମିଳୁଛି, ଜିଲ୍ଲା ପ୍ରଶାସନ ସ୍ଥାନୀୟ ପୋଲିସ୍ ତୁରନ୍ତ ଏହାର ତଦନ୍ତ କରି ଏହି ଅ ସାମାଜିକ ଲୋକମାନଙ୍କୁ କଠିନରୁ କଠିନ ଦଣ୍ଡ ଦେବାକୁ ଅଞ୍ଚଳ ବାସୀଙ୍କ ଦାବି ହେଉଛି,।
ବୃତ୍ତି ମୋର ଏଠି ପୋସେ କୁଟୁମ୍ବ, ବ୍ରାହ୍ମଣୀ ନଦୀରେ ଡିନା ମାଇଣ୍ଡି ବିସ୍ପୋଣର, ଚିନ୍ତାରେ ଧୀବର ପରିବାର,,,
|
January 12, 2023 |