କୋହଲା ପାଗ ସାଙ୍ଗକୁ ଘନ କୁହୁଡି ର ଆବରଣ ରେ ଯୋଡ଼ା ବଡ଼ବିଲ ଅଞ୍ଚଳ

Spread the love

ଯୋଡ଼ା ୫/୧ – କେନ୍ଦୁଝର ଜିଲ୍ଲା ର ଯୋଡ଼ା ବଡ଼ବିଲ ଖଣି ଅଂଚଳ ଜଙ୍ଗଲ, ପାହାଡ଼,ନଦୀ, ନାଳ ରେ ଘେରା ହୋଇ ଥିବା ବେଳେ ପ୍ରତିବର୍ଷ ପ୍ରବଳ ଥଣ୍ଡା ଅନୁଭୂତ ହୋଇ ଥାଏ | ପ୍ରତିବର୍ଷ ଶୀତ ଋତୁ ସମୟରେ ପାରଦ ତଳକୁ ଖସି ୬ରୁ ୭ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ଗତ ନଭେମ୍ବର ଓ ଡିସେମ୍ବର ମାସ ଗୁଡିକ ରେ ପାରଦ ୭ ଡିଗ୍ରୀ ଭିତରେ ରହି ଥିଲା | ଚଳିତ ନବ ବର୍ଷ ୨୦୨୩ ପର ଠାରୁ ହଠାତ ଆକାଶ ମେଘୁଆ ରହୁଥିବା ବେଳେ , କୋହଲା ପବନ ଚଳନ ଯୋଗୁଁ ଯୋଡ଼ା ବଡ଼ବିଲ ଖଣି ଅଂଚଳ ରେ ପୁଣି ଥରେ ଥଣ୍ଡା ର ପ୍ରକୋପ ବଢିଥିବା ଦେଖିବାକୁ ମିଳିଛି | ଗତ ଦୁଇ ଦିନ ହେବ ଖଣି ଅଞ୍ଚଳ ରେ ସକାଳ ଓ ସନ୍ଧ୍ୟା ସମୟରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି | ସକାଳ ପାଞ୍ଚ ଘଟିକା ରୁ ନଅ ଘଟିକା ପର୍ଯ୍ୟନ୍ତ କୁହୁଡି ର ପରିମାଣ ଅଧିକ ହେତୁ ରାସ୍ତା ଉପରେ ଦଶ ଫୁଟ ଦୂର ରେ ଥିବା ଲୋକ କୁ ଚିହିଁ ହେଉ ନ ଥିବା ଦେଖିବାକୁ ମିଳିଛି |ସକାଳ ସମୟରେ ସ୍କୁଲ ଭେନ, ବାଇକ ଯୋଗେ ସ୍କୁଲ ଯାଉଥିବା ଛୋଟ ପିଲା ମାନେ ପ୍ରବଳ ଥଣ୍ଡା ଦ୍ୱାରା ହଇରାଣ ହେଉଥିବା ଦେଖିବାକୁ ମିଳିଛି | ଗାଡି ଡ୍ରାଇଭର ମାନେ ପ୍ରବଳ କୁହୁଡି ରେ ଗାଡି ଚଳାଇବା ରେ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି | ପ୍ରବଳ ଥଣ୍ଡା ସାଙ୍ଗକୁ ପ୍ରବଳ କୁହୁଡି ଯୋଗୁଁ ସନ୍ଧ୍ୟା ସମୟରେ ଯୋଡ଼ା ଓ ବଡ଼ବିଲ ବଜାରରେ ପୂର୍ଵ ଭଳି ଭିଡ଼ ଦେଖିବାକୁ ମିଳୁ ନାହିଁ | ପ୍ରବଳ ଥଣ୍ଡା ରୁ ରକ୍ଷା ପାଇବା ପାଇଁ ସ୍ଥାନୀୟ ଲୋକ ମାନେ ଜ୍ୟାକେଟ, ସୁଇଟର, ଟୋପି ଆଦି ପିନ୍ଧି ବଜାର, ଓ ଘର ବାହାରକୁ ବାହାରୁଥିବା ଦେଖିବାକୁ ମିଳିଛି | ପୂର୍ଵ ବର୍ଷ ଗୁଡିକ ରେ ଯୋଡ଼ା ଖଣି ଅଞ୍ଚଳ ରେ ମାଳ ମାଳ ସମାଜ ସେବୀ ମାନେ ଗରିବ ଲୋକ ଙ୍କୁ କମ୍ବଳ ବାଣ୍ଟୁ ଥିବା ଦେଖିବାକୁ ମିଳୁଥିବା ବେଳେ ଚଳିତ୨୦୨୨-୨୩ବର୍ଷ ରେ ସମାଜ ସେବୀ ମାନ ଙ୍କୁ ପୂର୍ଵ ପରି ଦେଖିବାକୁ ମିଳୁନାହିଁ | ଗରିବ ଲୋକ ମାନେ ଥଣ୍ଡା ପୋଷାକ ଅଭାବ କାରଣ ରୁ ପ୍ରବଳ ଥଣ୍ଡା ରେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି | ସରକାର ଙ୍କ ହେଲପିଙ୍ଗ ହେଣ୍ଡ ନାମକ ଅନୁଷ୍ଠାନ ଗରିବ ଲୋକଙ୍କୁ ସବୁ ସମୟରେ ସାହାଯ୍ୟ କରି ଆସୁ ଥିବା ବେଳେ ଏବେ କିନ୍ତୁ ଯୋଡ଼ା ରେ ଥିବା ଅଫିସ ରେ ତାଲା ଝୁଲୁ ଥିବା ଦେଖିବାକୁ ମିଳୁଛି | ସରକାର ଙ୍କ ତରଫରୁ ଥଣ୍ଡା ଦାଉରୁ ରକ୍ଷା ପାଇଁ ଗରିବ, ବେସାହାରା ଲୋକଙ୍କୁ ଶୀତ ବସ୍ତ୍ର ଯୋଗାଇ ଦେବାକୁ ସାଧାରଣ ରେ ଆଲୋଚନା ହେଉଛି |

Related Posts

About The Author

Add Comment