ଶେଷଦେବ ବାସନ୍ତୀ ହାଇସ୍କୁଲରେ ଜ୍ଞାନ ବିକାଶ କାର୍ଯ୍ୟକ୍ରମ

Spread the love

ଯାଜପୁର ୩୦/୧୨ (ସନ୍ଧାନ ନିୟୁଜ) : ଯାଜପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶେଷଦେବ ବାସନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜ୍ଞାନ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆମ ପାଠ ପଢ଼ା ଆମ ଭବିଷ୍ୟତ ଶିର୍ଷକ ଏକ ଆଲୋଚନା ଚକ୍ର ସୁରେଶ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୂଳପତି ବୈଜ୍ଞାନିକ ପ୍ରପେଂସର ଡକ୍ଟର ସଂଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ଶିକ୍ଷାନିତୀ ୨୦୨୦ର ଉପଯୋଗୀତା ସହିତ ଜ୍ଞାନର ବିକାଶରେ ନୁହଁ ଜ୍ଞାନ ସହିତ ଦକ୍ଷତାର ବିକାଶ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ।ଉକ୍ତ ବିଦ୍ୟାଳୟକୁ ତାଙ୍କ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ପକ୍ଷରୁ ଅନୁବନ୍ଧିତ କରାଯିବାର ପ୍ରତିଶୃତି ଦେଇଥିଲେ । ପରେ ପରେ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଉତ୍ସାହୀ ଛାତ୍ର ଛାତ୍ରୀ ମାନଙ୍କର ପ୍ରଶ୍ନର ସରଳ ଉତର ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ସେହି ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ସହଯୋଗୀ ଅଧ୍ୟାପକ ଡକ୍ଟର ଶରତ କୁମାର ରାଉତ ଏମ.ଏଡ ଛାତ୍ର ମାନଙ୍କ ପାଇଁ ଉକ୍ତ ବିଦ୍ୟାଳୟକୁ ଏକ ପ୍ରୟୋଗାତ୍ମକ ବିଦ୍ୟାଳୟ ଭାବେ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଯାଜପୁର ବ୍ଲକର ବରିଷ୍ଠ ଶିକ୍ଷାଧିକାରୀଣୀ ତଥା ଗବେଷିକା ସ୍ମୃତିରେଖା ନାୟକ ଯୋଗ ଦେଇ ଉଚ୍ଚ ବିଦ୍ୟାଳୟର ଶିକ୍ଷା ଓ ଅନ୍ୟ ସମସ୍ତ ପରିବେଶ ତାଙ୍କୁ ଭଲ ଲାଗେ ବୋଲି ଏହାକୁ ସେ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି । ଏହାର ଉନ୍ନତି ହିଁ ତାଙ୍କର ସ୍ୱପ୍ନ ଓ ଏ ସ୍ୱପ୍ନକୁ ସେ ଅବଶ୍ୟ ପୂରଣ କରିପାରିବେ ବୋଲି ଆଶା ବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ସ୍ତମ୍ଭକାର ସନ୍ତୋଷ ଦାସ ଯୋଗ ଦେଇ ବିଦ୍ୟାଳୟର ଉନ୍ନତି ପାଇଁ ଅତିଥି ମାନଙ୍କ ସହଯୋଗ ଲୋଡିଥିଲେ । ବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ ସୁରେନ୍ଦ୍ର କୁମାର ରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନଶିକ୍ଷୟତ୍ରୀ ଗୀତାରାଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ଉତରୀୟ ପୁଷ୍ପଗୁଚ୍ଛ ଓ ପୁଂଲ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ରତିକାନ୍ତ ରାୟ,ଗଦାଧର ବିଶ୍ୱାଳ,ସୁରେନ୍ଦ୍ର ବେହେରା,ଅବିନାଶ ତରାଇ,ଲିପସିତା ସାହୁ,ସୁସ୍ମିତା ସେଠୀ,ମୁରସିଦ ଅଲ୍ଲୀ,ଦିଲ୍ଲିପ ସାମଲ,ସୂଚିସ୍ମିତା ପାଣିଗ୍ରାହୀ,ସୁମିତ୍ରା ସାହୁ,ସ୍ମୃତି ଶିଖା ଦାସ ,ରିଜୱାନା
ଅଖତର,ପୂର୍ବତନ ଶିକ୍ଷକ ରବିନାରାୟଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment