ଜିଲ୍ଲାରେ ପହଂଚିବ ହକି ବିଶ୍ୱ କପ୍ ଟ୍ରପିଂ (ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ)

Spread the love

ଯାଜପୁର, ତା ୧୭.୧୨.୨୦୨୨ (ସନ୍ଧାନ ନିଉଜ) : ରାଜ୍ୟରେ ପୁରୁଷ ହକି ବିଶ୍ୱ କପ୍ – ୨୦୨୩ କୁ ଉତ୍ସବ ମୁଖର କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଚ୍ଥନ୍ତି । ୨୦୨୩ ଜାନୁୟାରୀ ୧୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶ୍ୱ କପ୍‌କୁ ସ୍ମରଣୀୟ କରିବା ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ହକି ବିଶ୍ୱ କପ୍ ଟ୍ରପିଂ ପରିକ୍ରମା କରିବ । ଏହି ମର୍ମରେ ଆସନ୍ତା ଜାନୁୟାରୀ ୯ ତାରିଖରେ ହକି ବିଶ୍ୱ କପ୍ ଟ୍ରପିଂ ପହଂଚିବ ଯାଜପୁର ଜିଲ୍ଳାରେ । ଏହାର ଭବ୍ୟ ସମ୍ୱର୍ଦ୍ଧନା ପାଇଁ ଜିଲ୍ଲା ପ୍ରଶାସନ ତରପଂରୁ ଶୁକ୍ରବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଚ୍ଥି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ
କହିଲେ ଯେ, ଆସନ୍ତା ଜାନୁୟାରୀ ୯ ତାରିଖ ଅପରାହ୍ନରେ ଭଦ୍ରକ ଜିଲ୍ଲା ପ୍ରଶାସନ ଠାରୁ ଚ୍ଥତାବର ଠାରେ ହକି ବିଶ୍ୱ କପ୍ ଟ୍ରପିଂ ଗ୍ରହଣ କରାଯାଇ ସେଠାରୁ ଗାନ୍ଧି ଚ୍ଥକ
ଅଣାଯିବ । ସେଠାରେ ସ୍ୱାଗତ ପୂର୍ବକ ଏକ ଭବ୍ୟ ଶୋଭାଯାତ୍ରାରେ କୁସୁମା ସ୍ଥିତ କ୍ରିକେଟ୍ ଷ୍ଟାଡିୟମକୁ ନିଆଯିବ ଏବଂ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ କିଚ୍ଥି ସମୟ
ରହିବ । ଏହି ସମୟ ଭିତରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ସହ ଏଲ୍‌.ଇ.ଡି. ସ୍କ୍ରିନ ମାଧ୍ୟମରେ ହକି କ୍ରୀଡା ସମ୍ୱନ୍ଧୀୟ ଡକୁମେଣ୍ଟାରୀ ପ୍ରଦର୍ଶନ
କରାଯିବ । ଏହି କାର୍ଯ୍ୟକ୍ରମରେ କ୍ରୀଡାପ୍ରେମୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଜନ ପ୍ରତିନିଧି ଓ ସାଧାରଣ ଜନତାଙ୍କୁ ସାମିଲ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । କୁସୁମା
ଠାରେ ସ୍ୱାଗତ ଉତ୍ସବ ପରେ ବିଶ୍ୱ କପ୍ ଟ୍ରପିଂ କେନ୍ଦ୍ରାପଡା ଜିଲ୍ଲା ଅଭିମୁଖେ ଯାତ୍ରା କରିବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଦୁଃଖବନ୍ଧୁ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ପ୍ରାକ୍ତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳ୍‌କଙ୍କ ସମେତ ବିଭାଗୀୟ ଅଧିକାରୀ ଓ କ୍ରୀଡା ସଂଗଠକ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment