ଯାଜପୁର ତା ୧୦.୧୨.୨୦୨୨(ସନ୍ଧାନ ନିଉଜ) ଆଜି ସମଗ୍ର ବିଶ୍ୱରେ ବିଭିନ୍ନ ସ୍ତରରେ ବିଶ୍ୱ ମାନବିକ ଅଧିକାର ଦିବସ ଡିସେମ୍ବର ୧୦ ତାରିଖ ୧୯୪୮ ମସିହାର ମାନବିକ ଅଧିକାର ଘୋଷଣାନାମାକୁ ସ୍ମୁରଣ କରି ପାଳନ କରାଯାଇଛି, ଏହି ପରିପ୍ରେକ୍ଷିରେ ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ହରିସାମନ୍ତ ଉଚ୍ଚ ବିଦ୍ୟାଳୟ,ଯାଜପୁର ପରିସରରେ ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଂପାଦକ ଶ୍ରୀ ଦୁର୍ବାଶା ଦୁର୍ଗାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାନବିକ ଅଧିକାର ଦିବସ ପାଳନ କରାଯାଇଛିି । ଏଥିରେ ଜେ.ଏମ.ଏଫ.ସି ଶ୍ରମତୀ ଲକ୍ଷ୍ମିପ୍ରିୟା ସ୍ୱାଇଁ ଓ ଶିଶୁ ମଙ୍ଗଳ କମିଟି ସଦସ୍ୟ ଡ଼ଃ. ଋୁଦ୍ରନାରାୟଣ ପୃଷ୍ଟି, ପ୍ୟାନେଲ ଲୟର ଶ୍ରୀ ଅଖିଳମୋହନ ଦାସ, ହରିସାମନ୍ତ ଉଚ୍ଚବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତୀଭା ଓଝା ପ୍ରମୁଖ ଯୋଗଦେଇ ଜାତି ବର୍ଣ୍ଣ ନିର୍ବିଶେଷରେ ଶିଶୁ, ବୃଦ୍ଧ ଓ ପ୍ରତ୍ୟେକ ବ୍ୟକ୍ତି କିପରି ମର୍ଯ୍ୟାଦାର ସହ ସ୍ୱାଧିନଭାବେ ବଂଚିବେ ଉପଯୁକ୍ତ ନ୍ୟାୟ ପାଇପାରିବେ ସେହି ମୁଳଲକ୍ଷ୍ୟ ଉପରେ ମାନବିକ ଅଧିକାର ପର୍ଯବେଶିତ ବୋଲି କହିଥିଲେ । ବ୍ୟକ୍ତିର ଧର୍ମ, ଭାଷା, ଚଳଣୀ ଉପସନା ଇତ୍ୟାଦି ଉପରେ କାହାରି ହସ୍ତକ୍ଷେପ ରହିବ ନାହିଁ । ସୁସ୍ଥ ପିଡ଼ିତ, ଏପରିକି ବିଚାରଧିନ ବା ଦୋଷଯୁକ୍ତ ବନ୍ଦୀ ଜୀବନ ବିତାଉଧିବା ବ୍ୟକ୍ତିର ମାନବୀୟ ଅଧିକାର କ୍ଷୁର୍ଣ୍ଣ ହେବ ନାହିଁ, ଚଳିତ ବର୍ଷର ମାନବିକ ଅଧିକାର ବିଷୟ “ସମସ୍ତଙ୍କ ପାଇଁ ମର୍ଯ୍ୟାଦା ସ୍ୱାଧିନତା ଓ ନ୍ୟାୟ” ଆଧାରରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବିକ ଅଧିକାର ଦିବସ ପାଳିତ
|
December 10, 2022 |
