ଟିକାବାଲି ବ୍ଲକ ସାମ୍ବାଦିକ ସଙ୍ଘର ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ

Spread the love

ବାଲିଗୁଡା,୦୪/୧୨/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ସାମ୍ବାଦିକ ସଙ୍ଘ ର ନୂତନ କର୍ମକର୍ତା ଚୟନ ସହିତ ସାମ୍ବାଦିକ ମାନଙ୍କ ସୁରକ୍ଷିତ ନେଇ କେନ୍ଦୁଗୁଡାରି ନର୍ସରୀ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ l ପ୍ରଥମେ ରାଜ୍ୟର ବରିଷ୍ଠ ସାମ୍ବାଦିକ ବୈଷ୍ଠବ ଜେନା ଙ୍କ ଦେହାନ୍ତ ହୋଇଥିବା ଯୋଗୁଁ ଦୁଇ ମିନିଟ ନିରବ ପ୍ରାର୍ଥନା  କରାଯାଇଥିଲା l ପରେ କନ୍ଧମାଳ ଜ଼ିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ଜ଼ିଲ୍ଲା ସଭାପତି  ସନ୍ତୋଷ ଦାସ, ଉପ ସଭାପତି ବୈଦ୍ୟନାଥ ବେହେରା ଓ ସମୀର କୁମାର ସାହୁ ଙ୍କୁ ପୁଷ୍ପ ଗୁଚ୍ଛ ଅର୍ପଣ କରି ସ୍ୱାଗତ ସମ୍ବର୍ଦ୍ଧନା  କରାଯାଇଥିଲା l ଉକ୍ତ ବୈଠକ ରେ ଅତିଥି ଭାବରେ ଯୋଗଦେଇଥିବା ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଙ୍ଘ କନ୍ଧମାଳ ସଭାପତି ସନ୍ତୋଷ ଦାସଙ୍କ ପରାମର୍ଶ କ୍ରମେ ହେମନ୍ତ ମୁଖି ଙ୍କୁ ସଭାପତି, ସନ୍ତୋଷ ଦଳବେହେରା ଙ୍କୁ ସମ୍ପାଦକ, ସନୁଜ ବେହେରାକୁ ସହ ସମ୍ପାଦକ,ସଂଜୀବ ଡିଗାଲ ଙ୍କୁ କୋଷାଧକ୍ଷ, କୁନା ଡିଗାଲ ଙ୍କୁ ଉପଦେଷ୍ଟା ଏବଂ  କ୍ରିଷ୍ଣା ଚନ୍ଦ୍ର ଡିଗଲ ଙ୍କୁ ଉପ ସଭାପତି ଭାବରେ ଚୟନ କରାଯାଇ କାର୍ଯ୍ୟଭାର ନ୍ୟସ୍ତ କରାଯାଇ ଥିଲା ଏବଂ ନିରପେକ୍ଷ ସ୍ୱଛ ଭାବରେ ବାର୍ତ୍ତା ପ୍ରସାରଣ ଉପରେ ଗୁରୁତ୍ୱ ଦେବାଉପରେ ଏକ ଶପଥ ପାଠ ଗ୍ରହଣ କରାଯାଇଥିଲା l ତତ ସହିତ ପ୍ରତି ମୁହୁର୍ତରେ ଅହରହ ପ୍ରାଣ ମୁର୍ଚ୍ଛା ଉଦ୍ୟମ କରି ସମାଜକୁ ପରିବର୍ତନ କରି ସମସ୍ୟା ସମାଧାନ ଉପରେ ପଦକ୍ଷେପ ନେଇ ସର୍ବଦା ତତ୍ପର ଥିବା ସାମ୍ବାଦିକ ମାନଙ୍କୁ ଅନେକ ସମୟରେ ଆକ୍ରୋଶ ମୂଳକ ଭାବରେ ଆକ୍ରମଣ କରଯାଉଥିବା ନଜିର ରହିଛି l ଏଣୁ ତାଙ୍କର ସୁରକ୍ଷିତ କରିବା ସହିତ ଭତ୍ତା ପ୍ରଦାନ ଦାବି ନେଇ ଆଗାମୀ ଦିନରେ ସରକାର ଙ୍କୁ ଦୃଷ୍ଟି ଆକର୍ଷଣ କରାଯିବାକୁ ବୈଠକ ରେ ନିଷ୍ପତି ନିଆ ଯାଇଥିଲା l

Related Posts

About The Author

Add Comment