ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ -୨୦୨୨ ଅନୁଷ୍ଠିତ

Spread the love

ଯାଜପୁର, ତା ୦୩/୧୨/୨୦୨୨(ସନ୍ଧାନ ନିଉଜ) : ଶନିବାର ପୂର୍ବାହ୍ନରେ ଯାଜପୁର ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଚ୍ଥି । ଏଥିରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନର ଲକ୍ଷ୍ୟ ହେଊଚ୍ଥି ଅକ୍ଷମତା ସମସ୍ୟା ବିଷୟରେ ଏକ ବୁଝାମଣାକୁ ପ୍ରୋତ୍ସାହିତ କରିବା ଏବଂ ଭିନ୍ନକ୍ଷମଙ୍କ ସମ୍ମାନ, ଅଧିକାର ଏବଂ କଲ୍ୟାଣ ପାଇଁ ସମର୍ଥନ ସଂଗ୍ରହ କରିବା । କିନ୍ତୁ ତାଙ୍କ ସମ୍ମୁଖରେ ଥିବା ଆହ୍ୱାନ ଗୁଡିକୁ ଦୂର କରିବା ଏବଂ ସମାଜରେ ଆତ୍ମବିଶ୍ୱସର ସହ ବଞ୍ଚିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମାଜରେ ଭିନ୍ନକ୍ଷମ ମାନଙ୍କୁ ଯୋଗ୍ୟ ଜୀବନଯାପନ କରିବାକୁ ସୁଯୋଗ ଦେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ । ମଣିଷର ପାଞ୍ଚ ଆଙ୍ଗୁଠି ସମାନ ନୁହେଁ । ମାତ୍ର କାର୍ଯ୍ୟ କ୍ଷେତ୍ରରେ ସମସ୍ତେ ସମାନ । ସେହିପରି ଆମେ ସମସ୍ତେ ଅଲଗା କିନ୍ତୁ ଏକ ସମୟରେ କହିବାକୁ ଗଲେ ସମସ୍ତେ ସମାନ ବୋଲି କହିବା ସହ ଭିନ୍ନକ୍ଷମ ମାନଙ୍କ ପ୍ରତି ସମ୍ୱେଦନଶୀଳ ହେବାକୁ ନିବେଦନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ଜଣେ ବ୍ୟକ୍ତିର ଅକ୍ଷମତା ତାଙ୍କ ଜୀବନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବକ୍ତବ୍ୟ ଚ୍ଥଳରେ ସେ ମହାନ ସଙ୍ଗୀତକାର ରବିନ୍ଦ୍ର ଜୈନଙ୍କ ଊଦାହରଣ ଦେଇ ସମସ୍ତେ ନିଜ ଗୁଣରେ ବଳିୟାନ ହେବାକୁ ପରାମର୍ଶ ଦେଇଥିଲେ । ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶିବାଶିଷ ମହାରଣା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଅତିରିକ୍ତ ଶିଶୁ ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ ଏବଂ ଦିବ୍ୟାଙ୍ଗ ସାମାଜିକ କର୍ମୀ ମଣ୍ଟୁ ଦାସ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ସଚେତନତାର ଗୁରୁତ୍ୱକୁ ଊପଲବ୍ଧି କରି ବିଗତ ଦଶନ୍ଧି ମଧ୍ୟରେ ସରକାର ଭିନ୍ନକ୍ଷମ ମାନଙ୍କୁ ପ୍ରାଧାନ୍ୟ ଦେଇଚ୍ଥନ୍ତି, ଯାହାଦ୍ୱାରା ଭିନ୍ନକ୍ଷମ ଏବଂ ସମାଜ ପରସ୍ପର ପ୍ରତି ସହାନୁଭୂତିସଂପନ୍ନ ହୋଇପାରିଚ୍ଥନ୍ତି । ଅକ୍ଷମତା ସଚେତନତା ସମାଜର ଭେଦଭାବ ମାନସିକତାକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିପାରିଚ୍ଥି । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଅର୍ଥନୀତି, ରୋଜଗାର ଏବଂ ନ୍ୟାୟ କ୍ଷେତ୍ରରେ ଭିନ୍ନକ୍ଷମ ମାନେ ଭେଦଭାବପୂର୍ଣ୍ଣ ମନୋଭାବ ପୋଷଣ କରିବାର ସମ୍ଭାବନା ଅଧିକ । ତେଣୁ ଏକ ଊତ୍ତମ ଭବିଷ୍ୟତ ପାଇଁ ଆମେ ଭେଦଭାବ ସଂସ୍କୃତିକୁ କମ୍ କରିବାକୁ ଚେଷ୍ଟା କରିବା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଜିର ଦିବସର ଆଭିମୁଖ୍ୟ ଊପରେ ଆଲୋକପାତ କରିଥିଲେ । ଶେଷରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟୟନରତ ୮ ଜଣ ମେଧାବୀ ଦିବ୍ୟାଙ୍ଗ ଚ୍ଥାତ୍ର ମାନଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରପଂରୁ ପ୍ରତ୍ୟେକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଲ୍ୟାପଟପ୍ ପ୍ରଦାନ କରାଯାଇଥିଲା । ପରେ ପରେ ଭିନ୍ନକ୍ଷମ ଚ୍ଥାତ୍ରଚ୍ଥାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଊପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ସ୍ଥାନୀୟ ଗରିଆପୁର ୟୁ.ଜି.ଏମ୍‌.ଇ. ବିଦ୍ୟାଳୟରେ ଦିବ୍ୟାଙ୍ଗ ଚ୍ଥାତ୍ର ଚ୍ଥାତ୍ରୀ ଓ ଅଭିଭାବକ ମାନଙ୍କ ପାଇଁ ଏକ ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ରର ଊଦ୍‌ଘାଟନ କରାଯାଇଥିଲା । ଏହି ସାଧନା କେନ୍ଦ୍ରକ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଊଦ୍‌ଘାଟନ କରି କହିଲେ ଯେ, ପ୍ରତ୍ୟେକ ଦିବ୍ୟାଙ୍ଗ ଆମ ସମାଜର ଅଂଶ ବିଶେଷ । ସେମାନଙ୍କୁ ଊପଯୁକ୍ତ ତାଲିମ ଦେବା ପଂଳରେ ସେମାନଙ୍କର ସାମାଜିକ, ବୈାଦ୍ଧିକ ଏବଂ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ । ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ଳାଟପଂର୍ମ ମାଧ୍ୟମରେ ଅକ୍ଷମତା ସଚେତନତାକୁ ପ୍ରୋତ୍ସାହିତ କରିବା, ଯାହାଦ୍ୱାରା ସହାନୁଭୂତିର ମୂଳଦୁଆ ଊତ୍ପନ୍ନ ହୁଏ ଏବଂ ସାମାଜିକ ପ୍ରତିବନ୍ଧକ ଭାଙ୍ଗି ଆବଶ୍ୟକୀୟ ପରିବର୍ତ୍ତନ ଆଣିପାରିବା । ଏହି ଊପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଊଦ୍‌ଘାଟନୀ ଊତ୍ସବରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ସାମାଜିକ କର୍ମୀ ମଣ୍ଟୁ ଦାସ, ଜିଲ୍ଲା ସଂଯୋଜକ, ସମଗ୍ର ଶିକ୍ଷା ବନ୍ଦନା ଜେନା, ବ୍ଳ୍‌କ ଶିକ୍ଷାଧିକାରୀ ସ୍ମୃତିରେଖା ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶଶୀଧର ସିଂହ ପ୍ରମୁଖ ସେମାନଙ୍କର ବକ୍ତବ୍ୟରେ ବିଦ୍ୟାଳୟ ମାନଙ୍କରେ ଅକ୍ଷମତା ସଚେତନତାର ଅନ୍ୟ ଏକ ବଡ ଦିଗ ହେଊଚ୍ଥି ଶ୍ରେଣୀଗୃହ ଗୁଡିକରେ ତାଲିମର ଅନ୍ତର୍ଭୁକ୍ତିକରଣ ଏବଂ ବିବିଧ ସାଧନ କେନ୍ଦ୍ର ମାଧ୍ୟମରେ ସେମାନଙ୍କୁ ଶିକ୍ଷାଦାନ ଯାହାକି ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିଥାଏ । ଏହି ସଭାରେ ଗରିଆପୁର ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଚ୍ଥାତ୍ରଚ୍ଥାତ୍ରୀ, ଗଣମାଧ୍ୟମ ପ୍ରମୁଖ ଊପସ୍ଥିତ ଥିଲେ ।

Related Posts

About The Author

Add Comment