ଯାଜପୁର, ତା ୩୦/୧୧/୨୦୨୨ (ସନ୍ଧାନ ନିଉଜ) : ବାଲ୍ୟ ବିବାହ ନିରୋଧ ଓ କିଶୋର ସଶକ୍ତିକରଣ ପାଇଁ ଜିଲ୍ଲା ସ୍ତରୀୟ ଟାସ୍କପୋଂର୍ସ କମିଟି ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଚ୍ଥି । ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଷୟ ଆଲୋଚନା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ବ୍ଳକ ଓ ପଞ୍ଚାୟତ ସ୍ତରୀୟ ଟାସ୍କପୋଂର୍ସ ଗଠନର ଅଗ୍ରଗତି ଓ କାର୍ଯ୍ୟକାରୀତା ଉପରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ବ୍ଳକ ଓ ପଞ୍ଚାୟତ ସ୍ତରରେ ଟାସ୍କପୋଂର୍ସ ଗଠନ କରାଯାଇଥିଲେ ହେଁ ଗ୍ରାମାଞ୍ଚଳରେ ଏହାର ଗଠନ ନେଇ ଆସନ୍ତା ଡିସେମ୍ୱର ୭ ତାରିଖ ସୁଦ୍ଧା ଏହାର ପ୍ରକ୍ରିୟା ସାରିବାକୁ ଶ୍ରୀ ନାୟକ ନିର୍ଦ୍ଦେଶ ଦେବା ସହ ଜିଲ୍ଲା ସ୍ତରରେ ଯେଉଁ ଦୁର୍ବଳତା ରହିଚ୍ଥି ତାହାକୁ ଆଗାମୀ ଦିନରେ ତ୍ୱରାନ୍ୱିତ କରାଯାଇ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଥିଲେ । ଟାସ୍କପୋଂର୍ସକୁ ବଳିଷ୍ଠ ଓ କ୍ରିୟାଶୀଳ କରିବା ପାଇଁ ବୈଠକରେ ବିଭିନ୍ନ ନିଷ୍ପତ୍ତିମାନ ନିଆଯାଇଚ୍ଥି । ଏଣିକି ପ୍ରତି ମାସରେ ସି.ଡି.ପି.ଓ. ମାନେ ବାଲ୍ୟ ବିବାହ ସଂପର୍କିତ ବିବରଣୀ ପ୍ରଦାନ କରିବେ । ବାଲ୍ୟ ବିବାହ ନିଷେଧ ସମ୍ୱନ୍ଧିତ ପ୍ରଚାର ପ୍ରସାର ପାଇଁ ବ୍ୟାନର, ହୋଡିଂ ଆଦି ବିଭିନ୍ନ ସ୍ଥାନରେ ଲଗାଯିବ । ଏଥିପାଇଁ ୧୫ ଦିନ ମଧ୍ୟରେ କୋଟେସନ ଆହ୍ୱାନ କରାଯାଇ ବ୍ୟବସ୍ଥା ଗ୍ରହଣ କରାଯିବ । ସେହିପରି ବିଦ୍ୟାଳୟ ଓ +୨ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ବାଳିକା ମାନଙ୍କ ବିବରଣୀ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦାନ କରିବେ । ବାଲ୍ୟ ବିବାହ ଖବର ପଠାଉଥିବା ସୂଚନା ଦାତା ମାନଙ୍କ ନାମ ସି.ଡି.ପି.ଓ. ଙ୍କ ଦ୍ୱାରା ସୁପାରିଶ କରାଯାଇ ପୁରସ୍କାର ଦେବାର ବନ୍ଦୋବସ୍ତ କରାଯିବ । କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରଚାର, ପ୍ରସାର ସହିତ ସ୍ୱାସ୍ଥ୍ୟ ବିଭାଗ ନିୟମିତ ଭାବେ ଏହାର ଅନୁଧ୍ୟାନ କରିବ । ବି.ଡି.ଓ., ସି.ଡି.ପି.ଓ. ମାନେ ଯେଉଁ ସ୍ତରରେ ବୈଠକ କରନ୍ତୁ ନା କାହିଁକି ସେ ବାବଦରେ ସେମାନଙ୍କୁ ଦିଆଯାଇଥିବା ଅନୁଦାନର ସଠିକ ବିନିଯୋଗ ପ୍ରମାଣପତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବେ । ନିୟମିତ ବ୍ୟବଧାନରେ ବୈଠକ ଆୟୋଜନ ସହ ଯାଜପୁର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବାକୁ ଶ୍ରୀ ନାୟକ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥିଲେ ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର ତିଳୋତ୍ତମା ପୃଷ୍ଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଳା ଶିଶୁ ମଙ୍ଗଳ ଅଧିକାରୀ ଏ. ଉଷାରାଣୀ, ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ କୃତିବାସ ବାରିକ, ଆକ୍ସନ ଏଡ୍ର ଜିଲ୍ଲା ସଂଯୋଜକ ସୁରେନ୍ଦ୍ର କୁମାର ଡିଗାଲ, ଚାଇଲ୍ଡ ହେଲ୍ପଲାଇନର କର୍ମକର୍ତ୍ତା, ୱାନ ଷ୍ଟପ ସେଣ୍ଟରର ସଦସ୍ୟ ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ବାଲ୍ୟ ବିବାହ ନିରୋଧ ଟାସ୍କପୋଂର୍ସର ଜିଲ୍ଲା ସ୍ତରୀୟ ବୈଠକ
|
November 30, 2022 |