ଯାଜପୁର ସଦର, ୨୩ା୧୦(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ଭଗବତୀପୁର ଗ୍ରାମରେ ବଡ଼ଦଶଭୂଜା କଳା ପରିଷଦ ଆନୁକୁଲ୍ୟରେ ଦୁଇ ଦିନ ଧରି ନାଟକ ମଞ୍ଚସ୍ଥ କରାଯାଇଥିଲା । ଏହି ଅବସରରେ ରସୁଲପୁର ବ୍ଲକ ପଂଚାୟତ ସମିତିର ଚ୍ୟାରମ୍ୟାନ ଅରଣକାନ୍ତ ରାଉତ ମୁଖ୍ୟ ଅତିଥି ଭେବେ ଯୋଗଦାନ କରି ଏହି ମଞ୍ଚସ୍ଥ ନାଟକକୁ ଉଦ୍ଘାଟନ କରି ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରିଥିଲେ । ଅନ୍ୟତମ ଅତିଥି ୩୬ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ ଯୋଗଦାନ କରିଥିଲେ । ଏହି ଅବସରରେ ରସୁଲପୁର ବ୍ଲକ ସଭାପତି ମନୋଜ କୁମାର ରାଉତ ଯୋଗଦେଇଥିବା ବେଳେ, ଫକିର ଚରଣ ସାହାଣୀଙ୍କ ପୁଅ ପଙ୍କଜ କୁମାର ସାହାଣୀ ଯୋଗଦେଇଥିଲେ । ବଡ଼ଦଶଭୂଜା କଳାପରିଷଦର ବିରଷ୍ଠ ଅଭିନେତା ସୁବାଷ ଚନ୍ଦ୍ର ନାୟକଙ୍କୁ ଶ୍ରୀ ରାଉତ ଉପଢ଼ୌକନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତଃ ବୈଷ୍ଣମ୍ବ ଚରଣ ସାହୁ ଯାତ୍ରା ନିର୍ଦ୍ଦେଷକ ତାଙ୍କ ଆତ୍ମାର ସଦ୍ଗଗତି କାମନାର କରି ଅତିଥି ମାନେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଶ୍ରୀ ସାହୁଙ୍କ ସ୍ମୃତିଚାରଣ ସଭାରେ ତାଙ୍କ ଛାତ୍ର ଶ୍ୟାମ ସୁନ୍ଦର ସାହୁ ଯୋଗଦାନ କରି ବୈଷ୍ଣମ୍ବ ଚରଣ ସାହୁଙ୍କ ଅନୁଭୁତିକୁ ତାଙ୍କ ବକ୍ତବ୍ୟରେ କହିଥିଲେ । ବଡ଼ଦଶଭୂଜା କମିଟିର ସଭାପତି ଶ୍ରୀଯୁକ୍ତ ବିଶ୍ୱନାଥ ସ୍ୱାଇଁ ଯୋଗଦାନ କରି ବୈଷ୍ଣମ୍ବ ଚରଣ ସାହୁଙ୍କ ସମ୍ପର୍କରେ ତାଙ୍କ ବକ୍ତବ୍ୟ ରଖିଥିଲେ । ଶ୍ରୀ ସ୍ୱାଇଁ କହିଲେ ଏ ଅନୁଷ୍ଠାନର କେନ୍ଦ୍ରବିନ୍ଦୁ ପାଲଟିଥିବା ବୈଷ୍ଣମ୍ବ ଚରଣ ସାହୁ ସମସ୍ଥଙ୍କ ନିକଟରେ ବେଶ ପରିଚିତ ଥିଲେ । ସଭାପତି ବିଶ୍ୱନାତ ସ୍ୱାଇଁ ମୁଖ୍ୟ ଅତିଥି ବ୍ଲକ୍ ଅଧ୍ୟକ୍ଷ ଅରୁଣ କୁମାର ରାଉତଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଦିତ କରିଥିବା ବେଳେ, ଏ ଅନୁଷ୍ଠାନର ଶିକ୍ଷାବିତ ବିଷ୍ଣୁଚରଣ ଦାଶ ଯୋଗଦେଇ ସମ୍ମାନୀୟ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳଙ୍କୁ ପୁଷ୍ପମାଲ୍ୟ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ବରିଷ୍ଠ ସାମ୍ବାଦିକ ଗୋପିନାଥ ଦାଶ ସଭାପତିତ୍ୱ କରୁଥିବା ବେଳେ, ବନ୍ଧଡିହ ପଂଚାୟତ ସରପଂଚ ଶ୍ରୀଯୁକ୍ତ ବିକ୍ରମ କୁମାର ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବଡ଼ଦଶଭୂଜା କଳାପରିଷଦର ଅଭିନେତାଙ୍କୁ ନେଇ ପ୍ରଥମ ରଜନୀ ନାଟକ ମିଛୁଆ ରାଧିଆ ଗପ ସରିଲା, ଦ୍ୱିତୀୟ ରଜନୀ ନାଟକ ଭାଗ୍ୟ ଖେଳୁଚି ମୋ ସାଥେ ଖେଳ ଏହ ଦୁଇଟି ନାଟକ ବହୁ ଉଚ୍ଚ କୋଟିର ହୋଇଥିଲା । ହଜାର ହଜାର ଦର୍ଶକ ନାଟକକୁ ଉପଭୋଗ କରିଥିଲେ । ନାଟ୍ୟ ନିର୍ଦ୍ଦେଷନା ଅକ୍ଷୟ ଲେଙ୍କା ନାଟ୍ୟ ନିର୍ଦ୍ଦେଷନା ଦେଇଥିଲେ । ଏହି ଅବସରରେ ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।
ବଡ଼ଦଶଭୂଜା କଳା ପରିଷଦ ଆନୁକୁଲ୍ୟରେ ନାଟକ ମଞ୍ଚସ୍ଥ
|
October 23, 2022 |
