ଯାଜପୁର ସଦର, ୧୫ା୧୦ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ପଟୁଣିଆ ପଂଚାୟତ ଡିହନରସିଂହପୁର ଗ୍ରାମରେ ନଳିତା କଟାକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ୭ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗରୁତର ଥିବା ଜଣାଯାଇଚି । ସେମାନେ ହେଲେ ଚଇନ ଦଳେଇ, ଘନଶ୍ୟାମ ଦଳେଇ, ପଦି ଦଳେଇ, ରଜନି ଦଳେଇ । ଏହି ଘଟଣାକୁ ଧର୍ମଶାଳା ଥାନାରେ ଏତଲା କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହ ଗ୍ରାମର ଚଇନ ଦଳେଇ ନଳିତା ଚାଷ କରିଥିବା ବେଳେ, ଆଜି ମଧ୍ୟାହ୍ନ ୧ଘଟିକା ବେଳେ, ତାଙ୍କ ଭାଇ ବିନୋଦ ଦଳେଇଙ୍କ ବିଲରୁ ନଳିତା କାଟୁଥିବା ବେଳେ, ଚଇନ ସେଠାକୁ ଯାଇ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାକୁ କେନ୍ଦ୍ରକରି ଗ୍ରାମବାସୀଙ୍କ ହସ୍ତକ୍ଷେପ ଫଳରେ ଝଗଡ଼ା ବନ୍ଦ ହୋଇଥିଲା । ଅପରାହ୍ନ ୩ ଟା ବେଳେ, ବିନୋଦଙ୍କ ପରିବାର ଲୋକ ବିଭିନ୍ନ ମାରଣାସ୍ତ୍ର ଧରି ଚଇନଙ୍କ ଘର ନିକଟକୁ ଆକ୍ରମଣ କରିବାକୁ ଆସିଥିଲେ । ଏହି ଆକ୍ରମଣରେ ଚଇନଙ୍କ ସମେତ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ, ପୁଅ, ମା, ଭାଈବୋହୁ ଆହତ ହୋଇଥିଲେ । ଅନ୍ୟପକ୍ଷରେ ୩ ଜଣ ଆହତ ହୋଇଥିଲେ । ଅପର ପକ୍ଷ ପରିବାର ସଦସ୍ୟମାନେ ଗୁରୁତର ଥିବାରୁ ଧର୍ମଶାଳା ମେଡିକାଲକୁ ଚିକିତ୍ସା ପାଇଁ ସେମାନଙ୍କୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଅଛି । ଧର୍ମଶାଳା ଥାନା ପୋଲିସ ତଦନ୍ତ କରିଥିବା ବେଳେ, ରିପୋର୍ଟ ଲେଖା ହେବା ବେଳେକୁ କାହାରିକୁ ଗିରଫ କରାଯାଇନଥିବା ଜଣାଯାଇଚି ।
ନଳିତା କଟାକୁ କେନ୍ଦ୍ରକରି ଗଣ୍ଡଗୋଳ ହେବାରୁ ୭ଜଣ ଆହତ
|
October 16, 2022 |