ଯାଜପୁର ସଦର, ୦୬ା୦୯: ଯାଜପୁର ଜିଲ୍ଲାରେ ନବମ ଶ୍ରେଣୀ ଛାତ୍ର ହତ୍ୟା ଘଟନା ସନ୍ଧେହ ଘେରରେ ରହିଥିବା ବେଳେ, ଯାଜପୁର ଜିଲ୍ଲା ଏସପି ରାହୁଲ ପିଆର ଘଟନା ସ୍ଥଳରେ ପହଁଞ୍ôଚ ତଦନ୍ତ କରି ଫେରି ଯାଇଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ବିଞ୍ଝାରପୁର ଥାନା ଅନ୍ତର୍ଗତ ବରୀକୁଳ ଗ୍ରାମର ଅମୂଲ୍ୟ ଦାସଙ୍କ ଓ ସୁପ୍ରିୟା ଦାସଙ୍କ ବଡ଼ ଝୀଅ ଅମ୍ରିତା ଦାସ(୧୪) ମୁତ୍ୟୁ ଘଟଣା ୨ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅପରାଧି ନିକଟରେ ପହଁଞ୍ôଚ ପାରି ନଥିବରୁ ମଙ୍ଗଳପୁର ଥାନା ଅଧିକାରିଣୀ ଏବଂ ଝୁମ୍ପୁରୀ ବିଟ ହାଉସ ଅଧିକାରୀ ଘଟଣା ସ୍ଥଳରେ ତଦନ୍ତ କରି ଲାଲ ରଙ୍ଗର ଇଣ୍ଡିକା କାରକୁ ପୋଲିସ ଖୋଜୁଥିବା ବେଳେ ଏହି କାରକୁ ଧରିବା ପାଇଁ ପୋଲସ ଚେଷ୍ଟା ଚଳାଇଚି । ଥାନା ଅଧିକାରିଣୀ ରିନାରାଣୀ ସାହୁ ଆଜି ଅମ୍ରିତାଙ୍କ ଘରେ ପହଁଞ୍ôଚ ବାପା ଅମୂଲ୍ୟ, ମା ସୁପ୍ରିୟା, ଭାଇ ରାଜୀବଙ୍କ ସହ ଓ ପରିବାରର ଅନ୍ୟଲୋକ ମାନଙ୍କୁ ପଚରା ଉଚରା କରିଥିଲେ । ଯାଜପୁର ଜିଲ୍ଲା ଏସପି ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରି ଫେରି ଯାଇଚି । ଅମ୍ବିକାର ହତ୍ୟାକାରୀକୁ ଧରିବା ଲାଗି ପୋଲିସ ପ୍ରତିଶୃତି ଦେଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ହତ୍ୟା ଘଟଣା ଦିନ ସ୍ଥାନୀୟ ନନ୍ଦିପୁର ବଜାରରେ ଏକ ଲାଲରଙ୍ଗର କାର ବୁଲୁ ଥିବା ବଜାରରେ ଲାଗିଥିବା ସିସିଟିଭି ପୁଟେଜରୁ ପୋଲିସ ଜାଣିବାକୁ ପାଇଚି । ଅମ୍ବିକା ମୃତ୍ୟୁ ହତ୍ୟା ରହସ୍ୟର ପର୍ଦ୍ଦାଫାସ ହେବ ବୋଲି ଅନୁମାନ କରାଯାଉଚି । ସାଇଣ୍ଟିଫିକ ଟିମ ତଦନ୍ତ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ରହସ୍ୟର ପର୍ଦ୍ଧାଫାସ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଚଳିତ ମାସ ୩ ତାରିଖ ଦିନ ଅପରାହ୍ନ ୩ଟା ସମୟରେ ନନ୍ଦିପୁର ପଂଚାୟତ ବାଦଲପୁର ଗ୍ରାମର ବିଷ୍ଣୁ ଚରଣ ପାଢ଼ୀଙ୍କ ନିକଟକୁ ଟିଉସନ ହେବାକୁ ଅମ୍ରିତା ଯାଇଥିଲା । ଟିଉସନ ସାରି ୬ଟା ସମୟରେ ଘରକୁ ଆସୁଥିବା ବେଳେ, ବର୍ଷା ଆରମ୍ଭ ହୋଇଥିଲା । ନନ୍ଦିପୁର ବଜାରର ଏକ ବହି ଦୋକାନରେ ରହିଯାଇଥିଲା । ବର୍ଷା ଛାଡ଼ିବାରୁ ନିଜ ଗ୍ରାମ ବରୀକୂଳକୁ ସାଇକେଲରେ ଆସୁଥିବା ବେଳେ, ଅମ୍ରିତା ଘରେ ପହଁଚିବାରେ ବହୁତ ବିଳମ୍ବ ହେବାରୁ ଘରର ସଦସ୍ୟମାନେ ବ୍ୟସ୍ତ ହୋଇପଡ଼ିଥିଲେ । ଏନେଇ ଟିଉସନ ଶିକ୍ଷକ ବିଷ୍ଣୁ ଚରଣ ପାଢ଼ୀ ଏବଂ କିଛି ଲୋକଙ୍କୁ ପଚରା ଉଚରା କରିବା ସହିତ ବିଭିନ୍ନ ଜାଗାରେ ଖୋଜାଖୋଜି କରିଥିଲେ । ନନ୍ଦିପୁର ବଜାର ଠାରୁ ୨୦୦ ମିଟର ଦୂରରେ ଥିବା ଏକ ପୋଖରୀ ନିକଟରେ ଅମ୍ରିତାର ବ୍ୟାଗ ଓ ପୋଖରୀ ଭିତରେ ଅମ୍ରିତା ଭାସୁଥିବାର ଦେଖିବାକୁ ମିଳିଥିଲା । ଅମ୍ରିତାର ସାଇକେଲ ମିଳିଥିଲା । ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ଅମ୍ରିତାକୁ ପୋଖରୀରୁ ଉଦ୍ଧାର କରାଯାଇ ଯାଜପୁର ମେଡିକାଲକୁ ଚିକିତ୍ସାପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ଅମ୍ରିତାକୁ ମୃତ୍ୟୁ ଘୋଷଣା କରିଥିଲେ । ଅମ୍ରିତା ଟିଉସନ ଯାଉଥିବା ବେଳେ, କିଛି ଯୁବକ ୨ ତାରିଖ ଦିନ କମେଟ ମାରିଥିଲେ । ଏହି ଯୁବକ ମାନେ ଯୋଜନାବଦ୍ଧ ଭାବେ ଅମ୍ରିତାକୁ ହତ୍ୟା କରିଥିବା ପୋଲିସ ନିକଟରେ ଅମ୍ରିତାର ବାପା ଅମୂଲ୍ୟ ଦାସ ଲିଖିତ ଅଭିଯୋଗ କରିଚନ୍ତି । ଅଭିଯୋଗକୁ ଭିତ୍ତିକରି ମଙ୍ଗଳପୁର ଥାନା ଅଧିକାରିଣୀ ରିନାରାଣୀ ସାହୁ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଚି ।
ଯାଜପୁର ଜିଲ୍ଲା ଏସପି ଛାତ୍ରୀ ହତ୍ୟା ଘଟଣାର ତଦନ୍ତ କରି ଫେରିଲେ
|
September 6, 2022 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)