ଧର୍ମଶାଳା , ୧୬/୦୭ (ଆପ୍ର) ଧର୍ମଶାଳା ବ୍ଲକ ସୁନ୍ଦରିଆ ପଂଚାୟତରେ ବର୍ଜ୍ୟବସ୍ତୁୁ ସଂଗ୍ରହ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ସୁନ୍ଦରିଆ ସରପଂଚ ନିର୍ମଳ କୁମାର ଦାସ ଫିତା କାଟି ଉଦଘାଟନ କରିଥିଲେ । ପରେ ପଂଚାୟତର ଜୟ ମା ତାରିଣୀ ସଂୟ ସହାୟକ ଗୋଷ୍ଠୀ ଏବଂ ବିଶ୍ୱ ମା ତାରିଣୀ ସଂୟ ସହାୟକ ଗୋଷ୍ଠୀର ବହୁ ସଦସ୍ୟ ଗ୍ରାମ ପରିକ୍ରମା ପୂର୍ବକ ପଂଚାୟତର ବର୍ଜ୍ୟବସ୍ତୁୁ ସଂଗ୍ରହ କରିଥିଲେ । ଏହାକୁ ପ୍ରତିଦିନ ସଂଗ୍ରହ କରି ତାହାକୁ ପୃଥକ ପୃଥକ କରି ରଖାଯିବାର ବ୍ୟବସ୍ଥା କରାଯାଇଛି । ତେଣୁ ସମସ୍ତ ଗ୍ରାମବାସୀ ମାନଙ୍କୁ ବର୍ଜ୍ୟବସ୍ତୁୁଙ୍କୁ ଏଣେତେଣେ ନପିଙ୍ଗି ତାହାକୁ ନିଜ ପାଖରେ ରଖିଥିଲେ ମହିଳା ଗୋଷ୍ଠୀ ପକ୍ଷରୁ ତାହାକୁ ସଂଗ୍ରହ କରାଯିବ ବୋଲି ଉପସ୍ଥିତ ଏସ.ଏସ.ଜିର ସଦସ୍ୟ ମାନେ ପ୍ରକାଶ କରିଥିଲେ । ଏହି ଅବସର ପଂଚାୟତର ଏମ.ବି.କେ ସୁକାନ୍ତି ନାୟକ, ୟୁନିସେଫର ବ୍ଲକ ସଂଯୋଜକ ଅମଳ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ସୁନ୍ଦରିଆରେ ବର୍ଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟକ୍ରମ ଉଦଘାଟନ
|
July 16, 2022 |