ଚଣ୍ଡିଖୋଲ,୧୯/୦୫ (ସନ୍ଧାନ ନିଉଜ) -ସ୍ୱଚ୍ଛ ଭାରତ ଯୋଜନାରେ ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଖର୍ଚ୍ଚକରି ସହର ବଜ଼ାରକୁ ସଫାସୁତରା କରିବାକୁ ଚେଷ୍ଟା କରୁଛନ୍ତି.ବିଭିନ୍ନ ଗଣ ମାଧ୍ୟମରେ ସଚେତନତା ସୃଷ୍ଟିକରିବାପାଇଁ ବିଜ୍ଞାପନ ବାବଦରେ ମଧ୍ୟ ଅର୍ଥ ଖର୍ଚ ହେଉଛି ମାତ୍ର ବାସ୍ତବ କ୍ଷେତ୍ରରେ ବହୁ ସ୍ଥାନରେ ଏହିଯୋଜନା ଫେଲ ମାରିଥିବା ଦେଖିବାକୁ ମିଳୁଛି.ଯାଜପୁର ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ଚଣ୍ଡିଖୋଲ ଛକର ପରିବା ବଜ଼ାରକୁ ଦେଖିଲେ ସ୍ୱଚ୍ଛଭାରତ ଯୋଜନା କିପରି କାର୍ଯ୍ୟକରୁଛି ତାହା ଜଣାପଡେ.ଛକର ମଝିରେ ଏହି ପରିବା ବଜ଼ାରଟି ଥିବାରୁ ସମସ୍ତଙ୍କ ନିଜର ଏହାଉପରେ ପଡିଥାଏ ମାତ୍ର କେହିକେବେ ଏହାର ସ୍ୱଛତା ଉପରେ ଦୃଷ୍ଟିଦେଇନାହିନ୍ତି ଫଳରେ ଦିନକୁଦିନ ଏହା ଚତୁର୍ପାଶ୍ୱ ଆବର୍ଜନା ସ୍ଥଳରେ ପରିଣତ ହେବାକୁ ଲାଗିଲାଣି.ପ୍ରତିଦିନ ଶତାଧିକ ବ୍ୟବସାୟୀ ଏଠାକୁ ପରିବା ନେଇ ଆସିଥାନ୍ତି.ପ୍ରଶାସନ ପକ୍ଷରୁ ପଚାସଢ଼ା ପରିବା ପକାଇବା ପାଇଁ ସେପରି କିଛି ବ୍ୟବସ୍ଥା ନଥିବାରୁ ବାଧ୍ୟହେଇ ପରିବା ବ୍ୟବସାୟୀମାନେ ନିକଟରେ ଏହାକୁ ପକାଇଥାନ୍ତି ଫଳରେ ବହୁଦିନ ଧରି ଏହିସବୁ ପଚାସଢ଼ା ପରିବା ଜମିରହି ଅତି ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେଇଛି.ଏବେ ବର୍ଷାଦିନ ଆସୁଥବାରୁ ଏହାକୁ ସଫାନକଲେ ବିଭିନ୍ନ ସଂକ୍ରାମକ ରୋଗ ହେବାର ଆଶଙ୍କା ଦେଖାଯାଇଛି.ବ୍ଲକ ପ୍ରଶାସନ ପକ୍ଷରୁ ଏହିପରିବା ବଜ଼ାରରୁ ମହାସୁଲ ଆଦାୟ କରୁଥିବା ବେଳେ ଏହାର ସ୍ୱଛତା ଉପରେ ଧ୍ୟାନ ନଦେବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି.
ଅପରିଷ୍କାର ସ୍ଥାନରେ ଚଣ୍ଡିଖୋଲ ପରିବା ବଜ଼ାର
|
June 18, 2022 |
