ଯାଜପୁର ଜିଲ୍ଲାରେ ୩ ନାରୀ ନେତ୍ରୀ ରାଜନୀତିରେ

Spread the love

ଯାଜପୁର ସଦର, ୩୦/୦୫(ସନ୍ଧାନ ନୟୁଜ) : ଯାଜପୁର ଜିଲ୍ଲାରେ ବିଜୁ ଜନତା ଦଳରୁ ତିନି ନାରୀ ନେତ୍ରୀ ରାଜନୀତିରେ ଏହି ଜିଲ୍ଲାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବିଣ ପଟ୍ଟାନାୟକ ଯୁବ ସାଂଗଠନିକ ସମ୍ପାଦକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯାଜପୁର ଜିଲ୍ଲାକୁ ସରସ ସୁନ୍ଦର ଭାବେ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ଥିଲା । ବିଜୁ ଜନତା ଦଳର ୫ମ ପାଳିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଜିଲ୍ଲାକୁ ଗୁରୁତ୍ୱ ଦେଉଛନ୍ତି । ଯାହାକି ପ୍ରମାଣ ସ୍ପଷ୍ଟ ହେଲା ଯାଜପୁର ଜିଲ୍ଲାରେ ତିନି ମିହିଳା ନେତ୍ରୀ ଭୂବନେଶ୍ୱର ମେୟର ସାମ୍ବାଦିକା ସୁଲଚନା ଦାସ ମେୟର ହୋଇଥିବା ବେଳେ, ବରୀ ବିଧାୟୀକା ନାରୀ ନେତ୍ରୀ ସୁନନ୍ଦା ଦାସ ସରପଂଚ ପଦରୁ ରାଜନୀତି ଆରମ୍ଭ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁଣି ରାଜନୀତି ରସୁଲପୁର ବ୍ଲକ ବ୍ରହ୍ମବରଦାରୁ ଶ୍ରୀମତୀ ସୁଲତା ଦେଓ ବ୍ରହ୍ମବରଦା ପଂଚାୟତର ସରପଂଚ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୨ ମସିହାରେ ଶ୍ରୀମତୀ ଦେଓ ରାଜନୀତିକୁ ଆସି ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଯାହାକି ଶ୍ରୀମତୀ ଦେଓ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଶ୍ରୀମତୀ ଦେଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶ୍ରୀବାଦକୁ ପାଥେୟ କରି ୨୦୦୭ରେ ଜିଲ୍ଲା ପରିଷଦ ୩୬ ନଂ ଜୋନରୁ ନିର୍ବାଚିତ ହୋଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୦୯ ମସହିହାରେ ଦେବାଶିଷ ନାୟକ ବିଧାୟକ ଥିବା ବେଳେ, ଶ୍ରୀମତୀ ଦେଓ ଦଳରୁ ନିଲମ୍ବିତ ହୋଇଥିଲେ । ଏହା ପରେ ଶ୍ରୀମତୀ ଦେଓ ୨୦୧୩ ପର୍ଯ୍ୟନ୍ତ ବରୀ ନିର୍ବାଚନ ମଣ୍ଡଳୀର ଦାୟୀତ୍ୱ ତୁଲାଇ ୨୦୧୨ ମସିହା ପଂଚାୟତ ନିର୍ବାଚନ ପରିଚାଳନା କରିବା ସହିତ ଦଳୀୟ ଟିକେଟ ବାଣ୍ଟିଥିଲେ । ୨୦୧୬, ୨୦୧୮ ବିଜେଡ଼ିର ନାରୀ ନେତ୍ରୀ ଭାବରେ ତାଙ୍କର ଫୋକ ଜାରି ରଖିଥିଲେ । ଶ୍ରୀମତୀ ଦେଓ ବିଭିନ୍ନ ପଦ ପଦବୀରେ ରହିବା ସହିତ ମୁଖପାତ୍ର ଭାବେ ଟିଭି ପରଦାରେ ତାଙ୍କର ଆର୍ଗୁମେଣ୍ଟ ବିରୋଧି ଦଳକୁ ଶକ୍ତ ଧକ୍କା ଲାଗୁଥିଲା । ଯାହାକି ରାଜ୍ୟ ସଭାର ସମୟ ପୁରି ଯାଇଥିବା ବେଳେ, ଶ୍ରୀମତୀ ଦେଓ ରାଜ୍ୟସଭାକୁ ସାଂସଦ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଷରେ ୪ ଜଣ ଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ ଏହି ମହିୟସୀ ମହିଳା ଶ୍ରୀମତୀ ଦେଓ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ଆଜି ଯାଜପୁର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଚି । ବିଶେଷ କରି ରସୁଲପୁର ବ୍ଲକର ବ୍ରହ୍ମବରଦା ପଂଚାୟତରେ ଶ୍ରୀମତୀ ଦେଓଙ୍କୁ ଅଭିନନ୍ଦନ ଜଣାଇବା ସହିତ ଯାଜପୁର ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ମାନେ ଶୁଭେତ୍ସା ଜଣାଇଛନ୍ତି । ରସୁଲପୁର ପ୍ରେସ ଫୋରମର ସଭାପତି, ସମ୍ପାଦକ, ଉପଦେଷ୍ଠା ମଣ୍ଡଳୀ, ସହ ସମ୍ପାଦକ ଶ୍ରୀମତୀ ଦେଓଙ୍କୁ ସ୍ୱାଗତ କରିବା ସହିତ ତାଙ୍କର ଦିର୍ଘଜୀବନ କାମନା କରିଛନ୍ତି ।

Related Posts

About The Author

Add Comment