କାର୍ଯ୍ୟରେ ଆସୁନି ବସୁଧା ଟାଙ୍କି; ପଦାରେ ପଡିଲା ଆର.ଡବ୍ଲୁ.ଏସ୍.ଏସ୍ ବିଭାଗର କେଳେଙ୍କାରୀ
କାର୍ଯ୍ୟରେ ଆସୁନି ବସୁଧା ଟାଙ୍କି; ପଦାରେ ପଡିଲା ଆର.ଡବ୍ଲୁ.ଏସ୍.ଏସ୍ ବିଭାଗର କେଳେଙ୍କାରୀ
Manas Kumar Rout |
May 22, 2022 |

ଶତାଧିକ ଗ୍ରାମବାସୀ ପାଉନାହାନ୍ତି ପାନୀୟ ଜଳ
ବଡଚଣା,୧୯/୦୫ (ସନ୍ଧାନ ନିୟୁଜ) : ଗ୍ରାମଂଚଳରେ ସମସ୍ତ ଗ୍ରାମବାସୀଙ୍କ ସ୍ୱଚ୍ଛ ପାନୀୟଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନା ପ୍ରଣୟନ କରିଛନ୍ତି । ଏଥିରେ ପ୍ରତି ପଂଚାୟତରେ ସ୍ୱଚ୍ଛ ପାନୀୟ ଜଳ ବସୁଧା ଟାଙ୍କିରୁ ପାଇପ ଯୋଗେ ସମସ୍ତ ପରିବାରକୁ ଯୋଗାଇବା ପାଇଁ କାର୍ଯ୍ୟକ୍ଷମ କରାଯାଉଛି । ମାତ୍ର ଏପରକି ଅନେକ ସ୍ଥାନ ଅଛି ଯେଉଁଠି ବସୁଧା ଯୋଜନାରେ ନିମ୍ନ ମାନର ପାଣି ଟାଙ୍କି କରାଯାଇଥିବାରୁ ତାହା କାର୍ଯ୍ୟରେ ଆସୁନାହିଁ । ଫଳରେ ଗ୍ରାମବାସୀ ପାଣି ପାଉନଥିବା ବେଳେ ସରକାରୀ ରାଜସ୍ୱ ପାଣିରେ ପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଡଚଣା ବ୍ଲକ ଅନ୍ତର୍ଗତ ଶାଳପଡା ପଂଚାୟତରେ । ଏହି ପଂଚାୟତରେ ଶାଳପଡା, ଗୋଡାସାହି, କୁଆରିଆଁ କୂଳ ଗ୍ରାମ ପାଇଁ ୨୦୧୯-୨୦ ମସିହାରେ ବସୁଧା ଯୋଜନା ଗ୍ରାମ ଜଳ ଯୋଗାଣ ପ୍ରକଳ୍ପରେ ଅନ୍ତର୍ଭକ୍ତ କରାଯାଇ ପାନୀୟ ଜଳ ଯୋଗାଇବା ଲକ୍ଷରେ ଶାଳପଡା ଠାରେ ଏକ ଓଭରହେଡ ପାଣିଟାଙ୍କି ନିର୍ମାଣ କରାଯାଇଥିଲା । ଲକ୍ଷଥିଲା ଏହି ପଂଚାୟତର ପାଖାପାଖି ୪୪୩ ପରିବାରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା । ଏହାକୁ ନିର୍ମାଣ କରିବା ପାଇଁ ସରକାରଙ୍କ ପକ୍ଷରୁ ୮୫ଲକ୍ଷ ଟଙ୍କା ବ୍ୟାୟ ବରାଦ କରାଯାଇଥିଲା । ମାତ୍ର ଆରମ୍ବରୁ ଏହାକୁ ନିର୍ମାଣ କରିଥିବା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଏବଂ ବିଭାଗୀୟ ଯନ୍ତ୍ରୀ ବିଡିଓଙ୍କ ଉଚ୍ଚିତ୍ ତଦାରକ କାରଣରୁ ଏହାକୁ ନିମ୍ନ ମାନର କରାଯାଇଥିଲା । ଏହର ମୂଳଦୁଆ ଏବଂ ଖମ୍ବ ଗୁଡିକ ଅତି ନମ୍ନମାନର କରାଯାଇଥିବାରୁ ଏହା ଆବଶ୍ୟକେୟ ଲିଟର ପାଣି ଧରି ରଖ୍ିବାରେ ସକ୍ଷମ ହେଲାନାହିଁ । ଏପରକି ଖୁବୁ କମ ଦିନରେ ଏହାର ବିଭିନ୍ନ ସ୍ଥାନରୁ କଂଙ୍କ୍ରିଟ ଖସିଯାଇଥିବା ଦେଖିବାକୁ ମିଳିଛି । ଫଳରେ ନିର୍ମାଣ ସରିବା ପରେ ଗ୍ରାମବାସୀ ଏହା ଧସି ଯିବା ଭୟରେ ଟାଙ୍କିରେ ପାଣି ପୁରାଗଲାନାହିଁ । ଏହା ଗ୍ରାମବାସୀଙ୍କ କାର୍ଯ୍ୟରେ ଆସୁନଥିବା ବେଳେ ପ୍ରତିବର୍ଷ ଏହାର ରଙ୍ଗ କରାଇବା ଏବଂ ଅନ୍ୟନ ବାବଦଦରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ଅନ୍ୟପଟରେ ଏହି ଟାଙ୍କି ନିର୍ମାଣ ବାବଦରେ ଠିକାଦାର ଜଣଙ୍କ ଏହାର ସବିଶେଷ ତଥ୍ୟ ଯଥା ବ୍ୟୟ ଅଟକର ପରିମାଣ ଏବଂ କେତ ଲିଟର ପାଣି ଧରି ରଖିବାକୁ ସକ୍ଷମ ଏବଂ ଏହାକୁ କିଏ ନିର୍ମାଣ କରିଛି ଏବଂ କେବେ ସରିଛି ଇତ୍ୟାଦିର ସୂଚନା ପ୍ରଦାନ କରାଯାଇନାହିଁ । ଯାହା ଫଳରେ ଗ୍ରାମବାସୀ ଏହା ଉପରେ ସଠିକ ତଥ୍ୟ ଜାଣିବରେ ଅସୁବିଧା ହେଉଛି । ଏହି ଜଳ ପ୍ରକଳ୍ପ ଆରମ୍ଭରୁ କାଳେ ବିବାଦ ଆରମ୍ଭ ହେବେ ତେଣୁ ସିଧାସଳକ ମଟର ଯୋଗେ କିଛି ଗ୍ରାମବାସୀଙ୍କୁ ପାଣି ଯୋଗାଇ ଦିଆଯାଉଥିଲା । କିନ୍ତୁ ମେଗା ପାଣି ଯୋଗାଣ ଯୋଜନା ଆରମ୍ଭ ଫଳରେ ଗ୍ରାମରେ ଜେସିବି ମେସିନ ସାହାର୍ଯ୍ୟରେ ଖୋଳାହେବାରୁ ବସୁଧା ଯୋଜନାରେ ବିଛାଯାଇଥିବା ପାଇପ ଗୁଡିକ ବିଭିନ୍ନ ସ୍ଥାନରେ ଫଠାଇ ଦେଇଥିବାରୁ ଯେଉଁ ପାଣି ଟୋପାଏ ଗ୍ରାମବାସୀ ପାଇଥିଲେ ତାହାବି ପାଇଲେ ନାହିଁ । ଅନ୍ୟପଟରେ ଏହି ମଟର ଟି ମଧ୍ୟ ଖରାପ ହୋଇପଡିଥିଲା । ଏହି ବିଷୟରେ ଗ୍ରାମବାସୀ ଦୁଇଦୁଇ ଥର ବଡଚଣା ବିଡିଓ ଅଜିତ ପ୍ରସାଦ ନାରାୟଣ ଗିରିଙ୍କୁ ଅଭିଯୋଗ କରିଥିଲେ । ମାତ୍ର ବିଭାଗର ମେକାନିକାଲ ଟିମ୍ ଆସି କେବଳ ମଟରର ପ୍ୟନେଲ ବୋର୍ଡ ମରାମତି କରି ଚାଲିଯାଇଥିଲେ । କିନ୍ତୁ ଭାଙ୍ଗିଯାଇଥିବା ପାଇପ ପ୍ରତି ବିଭାଗ କୌଣସି ଦୃଷ୍ଟି ଦେଇନଥିଲେ । ଫଳରେ ବର୍ତମାନ ଗ୍ରାମର ଅଧା ଲୋକ ମଟର ଦ୍ୱାରା ପାଣି ପାଉଥିବା ବେଳେ ଅନ୍ୟ ଅଧା ଗ୍ରାମବାସୀ ପାଣି ପାଇପାରୁନାହାନ୍ତି । ଫଳରେ ପୁଣିଥରେ ବିଡିଓଙ୍କୁ ଏବଂ ମେଗା ଜଳ ଯୋଗାଣ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ । ହେଲେ ବିଡିଓ କିମ୍ବା ମୋଗ ଜଳ ଯୋଗାଣ ବିଭାଗ କେହି ଆଉ ଏଥିପ୍ରତି ଦୃଷ୍ଟି ଦେଲେନି କି ଏହି ପାଇପକୁ ମରାମତି କଲେ ନାହିଁ । ଫଳରେ ସେବେଠାରୁ ଶତାଧିକ ଗ୍ରାମବାସୀ ଆଉ ପାଣି ପାଇପାରୁନାହାନ୍ତି । ଏହି ବିଷୟରେ ପଂଚାୟତର ସରପଂଚ ନମିତା ରାଉତ ଏବଂ ଗ୍ରାମର ବହୁ ବୁଦ୍ଧିଜିବୀ ଗୋକୁଳାନନ୍ଦ ଶତପଥୀ, ବସନ୍ତ କୁମାର ରାଉତ, ସୁଲଭ ଚରଣ ନାୟକ, ଡକ୍ଟର କୃଷ୍ଣଚନ୍ଦ୍ର ରାୟ, ପୂବୟତନ ସରପଂଚ ବଟକୃଷ୍ଣ ନାୟକ, ଦୁର୍ଯ୍ୟଧନ ଶତପଥୀ, ବିରକିଶୋର ନାୟକ, ଜର୍ନାଦନ ବାରିକ ପ୍ରମୁଖ ଏହାକୁ ସମ୍ପୁଣ୍ଣ ଭାଙ୍ଗି ନୂତନ ଭାବେ ନିର୍ମାଣ କରିବାକୁ ବିଭିଗୀୟ ସଚିବଙ୍କୁ ଏକ ଦାବିପତ୍ର ଦେଇ ତୁରନ୍ତ ଏହାକୁ ନର୍ମାଣ କରିବାକୁ ଦାବି କରିଛନ୍ତି ।

Related Posts
About The Author