ସୈତାନ ସାଜିଲା ସ୍ୱାମୀ, ସ୍ତ୍ରୀକୁ ବାଡିରେ ପିଟି ପିଟି କଲା ହତ୍ୟା

Spread the love
ସୋର, ୦୩/୦୫/୨୨ (ସନ୍ଧାନ ନିଉଜ) ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ । ମଦ ନିଶାରେ ସ୍ୱାମୀ ପାଲଟିଲା ସୈତାନ । ସ୍ତ୍ରୀକୁ ବାଡିରେ ପିଟି ପିଟି କଲା ହତ୍ୟା । ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖିଛି ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କଇଁସି ଗାଁରେ ।

ସୂଚନା ଅନୁସାରେ, ସ୍ୱାମୀ ରାମ ମୁର୍ମୁ ଅଧିକାଂଶ ସମୟ ମଦ ପିଇ ଘରକୁ ଆସିଥିଲା । ଯାହାକୁ ସ୍ତ୍ରୀ ଦେଉଲା ମୁର୍ମୁ ବିରୋଧ କରୁଥିଲା । ହେଲେ ବିଳମ୍ବିତ ରାତିରେ ସ୍ୱାମୀ ରାମ ମୁର୍ମୁ ପୁଣି ଥରେ ମଦ ପିଇ ଘରକୁ ଆସିଥିଲେ ।

ପରେ କୌଣସି ଏକ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା । ଫଳରେ ଏହି ବିବାଦ ଉଗ୍ରରୂପ ନେଇଥିଲା । ସ୍ତ୍ରୀ ବାଡିରେ ପିଟି ପିଟି ହତ୍ୟା କରିଦେଇଥିଲା ସ୍ୱାମୀ ।

ସେପଟେ ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇଁ ସିମୁଳିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ ଟିମ ମଧ୍ୟ ସହଯୋଗ ନେଇପାରେ ପୋଲିସ ।

Related Posts

About The Author

Add Comment