କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର ରେ “ଫାଇଲେରିଆ “ରୋଗର ଏମ .ଏମ .ଡି .ପି ସରଞ୍ଜାମ ବଣ୍ଟନ ।

Spread the love


ଜେନାପୁର/୦୩/୦୫/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ମୁଖ୍ୟ ଚିକିସ୍ଛା ଅଧିକାରୀ ଙ୍କ ନିର୍ଦ୍ଧେଶ ରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ “କବାଟବନ୍ଧ ସେକ୍ଟର “ରେ ସୋମବାର ପୂର୍ବାହ୍ନ ରେ ଫାଇଲେରିଆ ରୋଗୀ ମାନଙ୍କୁ ଫାଇଲେରିଆ ରୋଗ ର ଅସୁସ୍ଥତା ପରିଚାଳନା ଓ ଶାରୀରିକ ଅସାମର୍ଥ୍ୟ ନିବାରଣ ସରଞ୍ଜାମ (ଏମ .ଏମ .ଡି .ପି . କିଟ ) ବଣ୍ଟନ କରାଯାଇଥିଲା ।
ଉତ୍କ କାର୍ଯ୍ୟକ୍ରମ ଟି “କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର “ର ଚିକିସ୍ଛା ଅଧିକାରୀ ଡ଼ା ନିହାର ରଞ୍ଜନ କର ଙ୍କ ତତ୍ୱାବଧାନ ରେ ପରିଚାଳିତ ହୋଇଥିଲା
ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଶ୍ରୀମତୀ ସବିତା ରାଣୀ ମହାନ୍ତି ଓ ସ୍ୱାସ୍ଥ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ଉମାକାନ୍ତ ସାହୁ ‘କିଟ ‘ ର ବ୍ୟବହାର ବିଷୟରେ ରୋଗୀ ମାନଙ୍କୁ ଅବଗତ କରାଇବା ସହ ରୋଗୀ ଙ୍କୁ ବିଭିନ୍ନ ହିତକର ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଓ ପରିଦର୍ଶିକା ଙ୍କ ସହ କବାଟବନ୍ଧ ସେକ୍ଟର ର ସ୍ୱାସ୍ଥ୍ୟକର୍ମୀ ,ଆଶା କର୍ମୀ ଏବଂ ସି .ଏଚ .ଓ ମାନେ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ ।
ସମୁଦାୟ ୨୬ ଜଣ ହିତାଧିକାରୀ ଙ୍କୁ ସରଞ୍ଜାମ ବଣ୍ଟନ କରାଯାଇଛି ବୋଲି ଡ଼ା ନିହାର ରଞ୍ଜନ କର ସୂଚନା ଦେଇଛନ୍ତି ।

Related Posts

About The Author

Add Comment