ବୈତରଣୀ ନଦୀ ମଧ୍ୟରୁ ମୃର୍ତ୍ତି ଉଦ୍ଧାର ହେଲେ

Spread the love

ଯାଜପୁର ସଦର, ୦୫ା୦୪: ଯାଜପୁର ଜିଲ୍ଲାର ବୈତରଣୀ ନଦୀ ମଧ୍ୟରୁ ୪ଟି ମୃର୍ତ୍ତି ଉଦ୍ଧାର ହେବା ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଚି । ଘଟାନରୁ ପ୍ରକାଶ ଯେ, ବୈତରଣୀ ନଦୀ ମଧ୍ୟରୁ ପୁରାତ ମୃର୍ତ୍ତି ଗୁଡ଼ିକ ବୈତରଣୀ ନଦୀ ମଧ୍ୟରୁ ମିଳିଥିବା ଦେଖିବାକୁ ମିଳିଚି । ଯାହାକି ବୈତରଣୀ ନଦୀର ବରାହ ନାଥ ମନ୍ଦିର ନିକଟସ୍ଥ ବୈତରଣୀ ନଦୀ ଗଣ୍ଡ ମଧ୍ୟରୁ ୪ଟି ମୃର୍ତ୍ତି ଉଦ୍ଧାର ହୋଇଥିବା ଘଟଣା ଯାଜପୁର ଜିଲ୍ଲାରେ ଚହଳ ପଚାଇଚି । କିଛି ଦିନ ପୂର୍ବେ ବରାହ ନାଥ ଦଶମେଧ ଘାଟ ନିକଟସ୍ଥ ବୈତରଣୀ ନଦୀ ମଧ୍ୟରୁ ୫ଟି ମୃର୍ତ୍ତି ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଥିଲା । ପୁଣି ସେହି ବୈତରଣୀ ବରାହ ଗଣ୍ଡ ମଧ୍ୟରୁ ୪ଟି ମୃର୍ତ୍ତି ଉଦ୍ଧାର ହେବା ଘଟଣା ଅଶ୍ଚର୍ଯ୍ୟ କରିଦେଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବୈତରଣୀ ନଦୀରେ ଲୋକମାନେ ଗାଧୋଉଥିବା ବେଳେ, ସେମାନଙ୍କ ଗୋଡ଼ରେ ମୃର୍ତ୍ତି ଗୁଡ଼ିକ ବାଜିବାରୁ ମନ୍ଦିର ପୂଜନ ଲୋକନାଥ ପଣ୍ଡା ବୈତରଣୀ ନଦୀରେ ଗାଧୋଉଥିବା ବେଳେ, ଏହି ମୃର୍ତ୍ତି ଗୁଡ଼ିକ ତାଙ୍କ ଗୋଡ଼ରେ ବାଜିଥିଲା । ନଦୀ ପାଣିରୁ ଶ୍ରୀ ପଣ୍ଡା ଉଦ୍ଧାର କରି ବରାହ ପୂଜକ ଭୋଳାନାଥ ଏହି ଗଣ୍ଡରେ ବୁଧବାର ଦିନ ଗାଧୋଉଥିବା ସମୟରେ ନୃସିଂହ ଶିବ କୃଷ୍ଣ ଦଳନ ଅନନ୍ତଶଯ୍ୟାରେ ଶୋଇଥିବା ନାରାୟଣ ମୃର୍ତ୍ତି ଏହି ୪ଟି ମୃର୍ତ୍ତି ପାଇଥିବା ବେଳେ, ସେହିପରି ଦଶମେଧ ଘାଟ କୃଷ୍ଣ ମୃର୍ତ୍ତି, ଚାମୁଣ୍ଡା ମୃର୍ତ୍ତି, ଭୟରବି ମୃର୍ତ୍ତି, ସୂର୍ଯ୍ୟ ନାରାୟଣ ମୃର୍ତ୍ତି, ଶିବ ମୃର୍ତ୍ତି ୬ଟି ମୃର୍ତ୍ତି ଉଦ୍ଧାର କରାଯାଇଅଛି । ଏହି ମୃର୍ତ୍ତି ଗୁଡ଼ିକୁ ବରାହ ମନ୍ଦିର ନିକଟରେ ରଖାଯାଇଚି ମନ୍ଦିର ପୂଜକ ସୂଚନା ଦେଇଛନ୍ତି । ଉଦ୍ଧାର କରାଯାଇଥିବା ମୃର୍ତ୍ତି ଗୁଡ଼ିକ ପ୍ରଶାସନ ପକ୍ଷରୁ ଏହାର ରକ୍ଷଣ ବେକ୍ଷଣ ଦାୟିତ୍ୱ ନେବା ହସିତ ଶ୍ରୀ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment