ଯାଜପୁରରେ ପୌରପରିଷଦ ନିର୍ବାଚନ ଅନୁଷ୍ଟିତ

Spread the love

ଯାଜପୁର ସଦର, ୨୫/ ୦୩ (ସନ୍ଧାନ ନିଉଜ): ଯାଜପୁର ୧୮ଟି ୱାଡ଼ରେ ପୌରନିର୍ବାଚନ ଅନୁଷ୍ଟିତ ହୋଇଥିବା ବେଳେ, ମତଦାତା ମାନେ ସେମାନଙ୍କର ଯୋଗ୍ୟ ପ୍ରାର୍ଥିଙ୍କୁ ମତଦାନ କରିଥିବା ଦେଖିବାକୁ ମିଳିଥିଲା । ଯାଜପୁର ପୌରାଞ୍ଚଳରେ ୧୮ଟି ୱାର୍ଡ଼ ରହିଥିବା ବେଳେ, ବ୍ୟସନଗର ପୌରାଞ୍ଚଳରେ ୧୦ ୱାର୍ଡ଼ରେ ମତଦାତା ମାନେ ସେମାନଙ୍କର ମତଦାନ କରିଛନ୍ତି । ଯାହାକି କଂଗ୍ରେସ, ବିଜେପି, ବିଜେଡ଼ି ଦଳ ପକ୍ଷରୁ ମେୟର ପ୍ରାର୍ଥିପାଇଁ ମତଦାତା ମାନେ ସେମାନଙ୍କର ମତ ସାବ୍ୟସ୍ଥ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ତ୍ରୀସ୍ଥରୀୟ ପଂଚାୟତ ନିର୍ବାଚନରେ ବିଜେଡ଼ି ବିପୁଳ ଭୋଟରେ ବିଜୟ ଟିକା ପିନ୍ଧିଥିବା ବେଳେ, ପୌର ନିର୍ବାଚନରେ ଯାଜପୁର ବ୍ୟାସ ନଗର ୨୮ଟି ୱାର୍ଡ଼କୁ ବିଜେଡ଼ି ଦଖଲ କରିବା ବୋଲି ସ୍ପଷ୍ଟ ବାରିହୋଇ ପଡ଼ୁଚି । ଯାଜପୁର ବିଜେଡ଼ି ଯୁବ ସଂଗଠକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମତଦାନ କରିଥିବା ବେଳେ, ପୌର ନିର୍ବାଚନ ମତଦାନ କରିବାପାଇଁ ୧୦୪ ବର୍ଷ ମୁନିସିପାଲିଟି ହାଇସ୍କୁଲରେ ମତଦାନ କରିଛନ୍ତି । ସୀତାଦେବୀ ପଣ୍ଡା ସେହିପରି ବିଜୁ ଜନତା ଦଳରୁ ପ୍ରାର୍ଥି ହୋଇଥିବା ପୌରାଦକ୍ଷା ପ୍ରାର୍ଥିନୀ ରଞ୍ଜୁଲତା ହୋତା ତାଙ୍କର ମତଦାନ କରିଥିଲେ । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତ ସିଂରାଠୋର ବିଭିନ୍ନ ବୁଥ ପରିଦର୍ଶନ କରିଥିବା ସହିତ ବରିଷ୍ଠ ନାଗରିକ ସେମାନେ ବୁଥକୁ ଯାଇ ତାଙ୍କର ମତଦାନକୁ ଇଭିଏମରେ ପ୍ରାର୍ଥିମାନଙ୍କୁ ମତଦାନ କରିଥିବା ବେଳେ, ଯାଜପୁର ପୌରନିର୍ବାଚନ ପାଇଁ ଅନୁଷ୍ଟିତ ହୋଇଥିବା ଯାଜପୁର ପୌରପରିଷଦର ୧୮ଟି ୱାର୍ଡ଼ ମୋଟ ୨୯୫୩୫ ଜଣ ଭୋଟରଙ୍କ ମଧ୍ୟରେ ୨୩୩୫୮ ଜଣ ମତଦାନ କରିଥିଲେ । ମତଦାନ ହାର ୭୯ ପ୍ରତିଶତ ହୋଇଥିବାର ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଚି । ପ୍ରତ୍ୟେକ ସଦସ୍ୟ ୨ଟି ଲେଖାଏଁ ଭୋଟ ଦେଇଥିଲେ । ପୌରନିର୍ବାଚନ ଗରିଆପୁର ପ୍ରାଥମିକ ସ୍କୁଲକୁ ଆଦର୍ଶ ବୁଥ ଭାବେ ଚିହ୍ନଟ କରାଯାଇଥିଲା । ହରିସାମନ୍ତ ହାଇସ୍କୁଲକୁ ୪ଟି ବୁଥକୁ ପିଙ୍କ ବୁଥ ଭାବେ ଚିହ୍ନଟ କରାଯାଇଥିଲା । ଯାଜପୁର ପୌରପରିଷଦର ୧, ୭, ୧୫ ନଂ ୱାର୍ଡ଼ରେ ୩ଟି ଲେଖାଏଁ ବୁଥ କରାଯାଇଥିବା ବେଳେ, ନିର୍ବାଚନକୁ ଶାନ୍ତି ଶଙ୍ଖଳା ସହିତ କରାଯିବା ପାଇଁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ଦୃତ ପଦକ୍ଷେପ ନେଇଥିଲେ । ମତଦାନ ବ୍ୟବସ୍ଥା କରାଯିବା ପାଇଁ ୪୨ ଜଣ ପ୍ରଜାଇଡିଂ ଅଫିସର ୧୬୮ ଜଣ ପୁଲିଂ ଅଧିକାରୀ ନିୟୋଜିତ ହୋଇଥିବା ବେଳେ, ଯାଜପୁର ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବୁଥ ଉପରେ ତିକ୍ଷ୍ଣ ନଜର ରଖାଯାଇଥିବା ଦେଖିବାକୁ ମିଳିଥିଲା । ପୂର୍ବତନ ପୌରାଦକ୍ଷ ଭବ ପ୍ରକାଶ ଦାସ ୪ନଂ ୱାର୍ଡ଼ରେ ମତଦାନ କରିଥିବା ବେଳେ, ବିଧାୟକ ପ୍ରଣବ ପ୍ରକାଶ ଦାସ ବାହାବଳପୁର ବୁଥରେ ମତଦାନ କରିଥିଲେ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରାଯିବା ଏସପି ଡିଏସପି ବିଭିନ୍ନ ଥାନା ଅଧିକାରୀ ମାଜିଷ୍ଟ୍ରେଟ ନିୟୋଜିତ କରାଯାଇ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ କରାଯାଇଥିଲା ।

Related Posts

About The Author

Add Comment