ଯାଜପୁର ଜିଲ୍ଲାରେ ୧୦ ତାରିଖରେ ନୁତନ ସରପଂଚ ଶପଥ ନେବେ

Spread the love

ଯାଜପୁର, ୦୬/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ସରିଯାଇଥିବା ବେଳେ, ଜିଲ୍ଲାର ୧୦ଟି ବ୍ଲକର ପଂଚାୟତ ମାନଙ୍କରେ ନବ ନିର୍ବାଚିତ ହୋଇଥିବା ମହିଳା ଏବଂ ପୁରୁଷ ସରପଂଚ ମାନେ ୧୦ ତାରିଖରେ ତାଙ୍କ ପଂଚାୟତ ମାନଙ୍କରେ ପଂଚାୟତ କାର୍ଯ୍ୟାଳୟରେ ଦାୟୀତ୍ୱ ଗ୍ରହଣ କରିବା ପାଇଁ ନବନିର୍ବାଚିତ ସରପଂଚ ମାନେ ନିର୍ବାଚିତ ୱାର୍ଡ଼ମେମ୍ବର ମାନଙ୍କୁ ନେଇ ପଂଚାୟତ କାର୍ଯ୍ୟାଳୟ ପରିଶରରେ ଦାୟିତ୍ୱ ନେବା ପାଇଁ ପଂଚାୟତ କାର୍ଯ୍ୟାଳୟ ମାନଙ୍କରେ ୧୦ଟି ବ୍ଲକର ନୁତନ ଭାବରେ ନିର୍ବାଚିତ କରାଯାଇଥିବା ସରପଂଚ ମାନେ ସପଥ ଗ୍ରହଣ କରିବା ପାଇଁ ପଂଚାୟତରାଜ ବିଭାଗ ପକ୍ଷରୁ ନିଦେ୍ର୍ଦଷ ଦିଆଯାଇଛି । ଏହି ଅବସରରେ ବିଭିନ୍ନ ବ୍ଲକର ଭିଏଲଡବ୍ଲୁ ମାନେ ପଂଚାୟତ ନିୟମ ଅନୁସାରେ ସରପଂଚ ମାନଙ୍କୁ ଶପଥ ପାଠ କରାଇବେ । ଏଠାରେ ସୂଚନା ଯୋଗ୍ୟ ଯେ, ନବନିର୍ବାଚିତ ସରପଂଚ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ପଂଚାୟତରାଜ ବିଭାଗକୁ ଏବଂ ପଂଚାୟତରାଜ ମନ୍ତ୍ରୀ ପ୍ରତାପ କୁମାର ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଧାୟକ ବିଧାୟୀକା ମାନଙ୍କୁ ନୂତନ ସରପଂଚ ମାନେ ଭୂବନେଶ୍ୱର ବିଧାୟକ ବିଧାୟୀକା ମାନଙ୍କ ନିବାସରେ ପହଁଞ୍ଚô ଆର୍ଶୀବାଦ ନେଇଛନ୍ତି । ଯାହାକି ଏହି ଜିଲ୍ଲାରେ ବିପୁଳ ସଂଖ୍ୟାରେ ସରପଂଚ, ସମିତି ସଭ୍ୟ ବିଜେଡ଼ି ଦଳରୁ ନିର୍ବାଚିତ ହୋଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦକୁ ନେଇ ପଂଚାୟତର ମୁଖ୍ୟମନ୍ତ୍ରୀ ଭାବେ ପରପଂଚ ମାନେ ଶପଥ ନେବାକୁ ଯାଉଛନ୍ତି । ଆସନ୍ତା ୧୩ ତାରିଖରେ ପଂଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ି ପକ୍ଷରୁ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଁଞ୍ଚô ଥିବାଦେଖିବାକୁ ମିଳିଚି । ୫ବର୍ଷ ପର୍ଯ୍ୟନ୍ତ ପଂଚାୟତରେ ସରପଂଚ ଭାବେ କାର୍ଯ୍ୟ କରିବା ସହିତ ଲୋକମାନଙ୍କର କିପରି ଭାବରେ ସେବା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related Posts

About The Author

Add Comment