ନୂଆଦିଲ୍ଲୀ, ନୂଆଦିଲ୍ଲୀ (ସନ୍ଧାନ ନିଉଜ) ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଚାଲିଛି ଲଢେଇ। ସପ୍ତାହ ଭିତରେ ଋଷର ଆକ୍ରମଣ ପରଠାରୁ ୟୁକ୍ରେନ ଛାଡି ପଳାଇଛନ୍ତି ୧୦ ଲକ୍ଷ ଲୋକ । ଏନେଇ ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ସୂଚନା ଦେଇଛି। UNHCR ଗଣନା ଅନୁସାରେ ୟୁକ୍ରେନର ଜନସଂଖ୍ୟାର ୨ ପ୍ରତିଶତରୁ ଅଧିକ । ୨୦୨୦ ଶେଷରେ ବିଶ୍ୱ ବ୍ୟାଙ୍କ ଏହାର ଜନସଂଖ୍ୟାକୁ ୪୪ ଲକ୍ଷ ବୋଲି କହିଥିଲା ।
ତେବେ ମିଳିତ ଜାତିସଂଘ ଏଜେନ୍ସି ପୂର୍ବାନୁମାନ କରିଛି ଯେ, ୟୁକ୍ରେନ ଛାଡିପାରନ୍ତି ୪୪ ଲକ୍ଷ ଲୋକେ। ଏହାସହ ଚେତାବନୀ ଦେଇଛି ଯେ, ଏହି ସଂଖ୍ୟା ଆହୁରି ବି ବଢ଼ିପାରେ। ଏକ ଇ-ମେଲରେ, UNHCR ମୁଖପାତ୍ର ଜୋଙ୍ଗ-ଆହା ଗେଡିନି-ୱିଲିୟମ ଲେଖିଛନ୍ତି ଯେ, ଜାତୀୟ କର୍ତ୍ତୃପକ୍ଷଙ୍କ ଗଣନାକୁ ଆଧାର କରି ୟୁରୋପରେ ମଧ୍ୟରାତ୍ରି ସୁଦ୍ଧା ଏହା ଏକ ଲକ୍ଷ ଛୁଇଁପାରେ।
ସେହିପରି ସାତ ଦିନ ମଧ୍ୟରେ ଏକ ଲକ୍ଷ ଶରଣାର୍ଥୀଙ୍କ ୟୁକ୍ରେନରୁ ପଡୋଶୀ ଦେଶକୁ ଚାଲିଯିବାର ଆମେ ସାକ୍ଷୀ ରହିଛୁ । ୨୦୧୧ ମସିହା ସିରିଆ ଗୃହ ଯୁଦ୍ଧ ସମୟରେ ସବୁଠାରୁ ଅଧିକ ଲୋକ ଦେଶ ଛାଡ଼ି ଚାଲିଯାଇଥିଲେ । UNHCR ଅନୁସାରେ ପାଖାପାଖି ୫.୬ ମିଲିୟନ୍ ଲୋକ ଦଶରୁ ପଳାୟନ କରିଥିଲେ ।