ଯାଜପୁର ପୌର ନିର୍ବାଚନ: ବିଜେଡ଼ି ପ୍ରାର୍ଥି ଦେବାପାଇଁ ଦୌଡ଼ ଆଗରେ

Spread the love

ଯାଜପୁର ସଦର, ୦୩/୦୩/୨୨(ସନ୍ଧାନ ନ୍ୟୁଜ): ଯାଜପୁର ପୌର ନିର୍ବାଚନ କରାଯିବା ଲାଗି ନିର୍ବାଚନ ରଣାଙ୍ଗନରେ ତିନୋଟି ଦଳ ମଧ୍ୟରୁ ବିଜେଡ଼ିରୁ ପ୍ରାର୍ଥି ହେବା ପାଇଁ ବିଜେଡ଼ି ଆଗରେ ରହିଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ପୌର ପାଳିକାରେ ନିର୍ବାଚନ କରାଯିବା ପାଇଁ କଂଗ୍ରେସ, ବିଜେପି, ବିଜେଡ଼ି ପ୍ରାର୍ଥି ଦେବାପାଇଁ ଦୌଡ଼ରେ ରହିଥିବା ଦେଖିବାକୁ ମିଳିଚି । ଯହାକି ପଂଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ କରାଯିବା ପାଇଁ ତିମୋଟି ଦଳର ବରିଷ୍ଟ ନେତାମାନେ ଅଙ୍କ କସୁଛନ୍ତି । ସବୁ ଆଗରେ ବିଜେଡ଼ି ପଂଚାୟତ ନିର୍ବାଚନରେ ବାଜି ମାତ କରିଥିବା ବେଳେ, ପୌର ନିର୍ବାଚନରେ ବିଜେଡ଼ି ଛକା ଚୌକା ମାରିବା ପାଇଁ ପ୍ରସ୍ତୁତ ହୋଇ ସାରିଲାଣି । ଯାହାକି ପ୍ରମାଣ ମିଳିଚି ଜିଲ୍ଲା ପରିଷଦ ଆସନରେ ସେହି ଅନୁପାତରେ ଯାଜପୁର ପୌର ପାଳିକା ନିର୍ବାଚନ କରାଯିବା ପାଇଁ ୧୯୮୨ ମସିହାରେ ପୌରାଦକ୍ଷ ପଦବି ଲାଗି ନିର୍ବାଚନ କରାଯାଇଥିଲା । ୩୦ ବର୍ଷ ପରେ ପୁଣି ଭୋଟର ମାନେ ନୂତନ ଅଧ୍ୟକ୍ଷ କାଉସିଲ ମାନଙ୍କୁ ନିର୍ବାଚିତ କରିବା ପାଇଁ ନିର୍ବାଚନ ହୋଇନଥିବାରୁ ୩ ବର୍ଷ ହେଲା ପୌର ପରିଷଦର ଦାୟୀତ୍ୱରେ ରହିଥିବା ବଲେ, ଆସନ୍ତା କାଲିଠାରୁ ନାମାଙ୍କନ ପତ୍ର ପୌର ପରିଷଦ ନିର୍ବାଚନ କରାଯିବା ଲାଗି ଦାଖଲ ହେବ । ୧୮ ଟି ୱାର୍ଡ଼କୁ ନେଇ ଯାଜପୁର ମୁନିସିପାଲିଟ ଗଠନ କରାଯାଇଥିଲା । ଏଥର ପୌରାଦକ୍ଷ ପଦବିଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ, କସରତ ଆରମ୍ଭ କରାଯାଇଚି । ଏହି ପୌରାଞ୍ଚଳରେ ଯାଜପୁର ବିଧାୟକ ପ୍ରକାଶ ଦାସ ଯାଜପୁର ନିର୍ବାଚନ ମଣ୍ଡଳିର ବିକାଶ ପଥରେ ଆଗେଇ ନେଇଥିବା ବେଳେ, ଏହି ପୌରାଞ୍ଚଳ ମେଡିକା କଲେଜ ପ୍ରତିଷ୍ଟ କରିବା ସହିତ ଯାଜପୁର ନକ୍ସା ଶ୍ରୀ ଦାସ ବଦଳାଇ ଦେଇଛନ୍ତି । ଯାହାକି ତାଙ୍କ ସଂଗଠନରେ ବିଜେବି ବାଜି ମାତ କରୁଚି । ପ୍ରତି ୱାର୍ଡ଼ରେ ଆଲୋକ, ପାନୀୟ ଜଳ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପରିମଳ ଉପରେ ଶ୍ରୀ ଦାସ ନଜର ରଖିଛନ୍ତି । ଅନେକ ୱାର୍ଡ଼ରେ ବିଭିନ୍ନ ସମସ୍ୟା ରହିଥିବା ବେଳେ, ଏହି ୧୮ଟି ୱାର୍ଡ଼ର ଯାଜପୁର ପୌର ପାଳିକା ମୋଟ ଭୋଟର ସଂଖ୍ୟା ୨୯,୫୧୫ ଜଣ ରହିଥିବା ବେଳେ, ସେମାନଙ୍କ ମଧ୍ୟରୁ ୧୪,୯୬୯ଜଣ ପୁରଷ ଭୋଟର ରହିଛନ୍ତି । ଏବଂ ମହିଳା ଭୋଟର ସଂଖ୍ୟା ୧୪,୫୪୫ ଜଣ ରହିଥିବା ବେଳେ ଏହି ପୌରାଞ୍ଚଳରେ ଜଣେ କିନ୍ନର ଭୋଟର ରହିଥିବା ସୂଚନା ମିଳିଚି । ଭୋଟ ଦେବାଲାଗି ମୋଟ ୩୬ଟି ଭୋଟ କେନ୍ଦ୍ର କରାଯିବା ପାଇଁ ସ୍ଥିର କରାଯାଇଚି । ବିଧାୟକଙ୍କ ସାନଭାଈ ଭବ ପ୍ରକାଶ ଦାସ ସଫଳତାର କାର୍ଯ୍ୟ କରିଥିଲେ । ୱାର୍ଡ଼ ନଂ ୧୦, ୧୧, ୧୨, ୧୪, ୧୭ ପାଇଁ ମହିଳା ପ୍ରାର୍ଥିଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ, ୱାର୍ଡ଼ ନଂ ୩୫, ୨୮, ୯, ୧୩, ୧୫, ୧୮ ପାଇଁ ଅଣ ସଂରକ୍ଷିତ ରଖାଯାଇଚି । ସେହିପରି ୱାର୍ଡ଼ ନଂ ୪, ୭, ୧୬ ପାଇଁ ଅନସୂଚିତ ଜାତି ମହିଳା ପାଇଁ ରଖାଯାଇଚି ।

Related Posts

About The Author

Add Comment