ମାଳ ଗ୍ରାମରେ ଶ୍ରୀଶ୍ରୀ ଲୋକନାଥ ଶ୍ଵରାୟ ଜାଗର ଉତ୍ସବ :

Spread the love

ଜେନାପୁର/, ୦୧/୦୩/(ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ମାଳଗ୍ରାମସ୍ଥ  ଶ୍ରୀଶ୍ରୀ ଲୋକନାଥ ଶ୍ଵରାୟ ଶୈବ ପୀଠ ସ୍ଥଳୀରେ ଦେଵ ଦେଵ ମହାଦେବଙ୍କ ମହାଶିବରାତ୍ରି ଓ ଜାଗର ଯାତ୍ରା ପାଳିତ ହୋଇଯାଇଛି।ସୂଚନା ଯୋଗ୍ୟ ଯେ ଏହି ଶୈବ ମନ୍ଦିରଟି ବହୁ ପୁରାତନ କାଳରୁ ଏଠି  ଏହି ମନ୍ଦିରଟି  ଶ୍ରୀ ଶ୍ରୀ ଲୋକନାଥଶ୍ଵରାୟ ରୂପେ ପୂଜା ପାଇ ଆସୁଛନ୍ତି । ପୂର୍ବରୁ ଏହି ଅଞ୍ଚଳରେ କୌଣସି ଶୈବ ମନ୍ଦିର ନଥିବା କାରଣରୁ ଆଖ ପାଖ ବହୁ ଗ୍ରାମର ଭକ୍ତ ମାନଙ୍କୁ ଏଠାରେ ଜାଗର ରାତ୍ରିରେ ଦେଖିବାକୁ ମିଳିଥାଏ ।ଏବେ ଏବେ ଏହି ଅଂଚଳରର ଛୋଟ ମୋଟ ଗୋଟେ ଦୁଇଟା ମନ୍ଦିର ଥିଲେହିଁ ମଧ୍ୟ ଯେହେତୁ ଏହି ମନ୍ଦିରଟି ପ୍ରାଚୀନ କାଳରୁ ତେଣୁ କରି ଏଠି ବହୁ ଶ୍ରଦ୍ଧାଳୁମାନଙ୍କୁ ଦେଖିବାକୁ ମିଳେ । ସୃଷ୍ଟିର ବଡ଼ ବିଡ଼ବନା ଗତ ବର୍ଷ ଏ ମହାମାରୀ କରୋନା ସବୁ ଫିକା କରିଦେଇଥିବା ବେଳେ ଚଳିତ ବର୍ଷ ଏହି ମନ୍ଦିର ପ୍ରାଙ୍ଗଣରେ ପ୍ରାୟ ୫.୭.ଟି ସଂକୀର୍ତ୍ତନ ମଣ୍ଡଳୀ ପ୍ରଭୁଙ୍କର ହରିନାମ ରାତିମାନ ରହି ଗାନ କରିଥିବା ବେଳେ ଭଜନ କୀର୍ତ୍ତନ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁ ମାନଙ୍କ ମନ ମୋହିଥିଲା ।ଚଳିତ ବର୍ଷ ସରକାରଙ୍କ କୋଭିଡି ଗାଇଡିଲାଇନ ଅନୁଯାୟୀ ମନ୍ଦିରର ସମସ୍ତ ପୂଜା ବିଧି  ନୀତି ନିୟମ ଅନୁଯାୟୀ ହୋଇଥାବା ବେଳେ ମହାଦୀପ ରାତ୍ର ୧୨.୦୫ ମିନିଟିରେ ଉଠିଥିଲା ।ଆମ ସନ୍ଧାନ ନିଉଜ୍ ର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଆମେ ଯାହା ଭକ୍ତ ମାନଙ୍କ ଠାରୁ ବୁଝିଲୁ ,ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଭରି ରହିଛି। ସରକାରଙ୍କ କରୋନା ଗାଇଡ୍ ଲାଇନ୍ ଅନୁଯାୟୀ ପୂଜାକମିଟିର ସମସ୍ତ କର୍ମକର୍ତ୍ତା ଓ ମାଳ ଗ୍ରାମର ସମସ୍ତ ଯୁବକ ଏବଂ ଗ୍ରାମ ବାସିବୃନ୍ଦ ପୂର୍ଣ୍ଣ ସହଯୋଗ କରିଥିଲେ । ବାବା ଲୋକନାଥଙ୍କ ଆନନ୍ଦ ବଜାର ଜାଗର ସମାପ୍ତ ହେବା ପର୍ଯ୍ୟନ୍ତ ଖୋଲା ରହିଥିଲା ଭକ୍ତ ମାନେ ଜାଗର ଦୀପ ଜାଳି ପ୍ରସାଦ ପାଇ ମହା ଆନନ୍ଦରେ ଘରକୁ ଫେରିଥିଲେ ।

Related Posts

About The Author

Add Comment