ଆରମ୍ଭ ହେଲା ଋଷ-ୟୁକ୍ରେନ୍ ଯୁଦ୍ଧ, ମୋଦିଙ୍କ ସହାୟତା ଲୋଡିଲା ୟୁକ୍ରେନ୍‌

Spread the love

ନୂଆଦିଲ୍ଲୀ, ୨୪/୨ (ସନ୍ଧାନ ନିଉଜ) : ଆଜି ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏହାପରେ ସଙ୍ଗେ ସଙ୍ଗେ ୟୁକ୍ରେନ୍ ର କିଛି ସ୍ଥାନରେ ବିସ୍ଫୋରଣ ଘଟିବା ସହିତ କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

ଏଭଳି ସ୍ଥିତିରେ ବିଶ୍ୱ ଶାନ୍ତି ଭଙ୍ଗ ହେବାକୁ ଯାଉଛି ଯାହାକୁ ନେଇ ଅନେକ ରାଷ୍ଟ୍ର ଋଷକୁ ବିରୋଧ ମଧ୍ୟ କରିଛନ୍ତି ଓ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ନକରିବାକୁ ପରାମର୍ଶ ଦେଇଛନ୍ତି । ମାତ୍ର ଋଷ ନିଜ ଜିଦ୍‌ରେ ଅଟଳ ରହିଛି ଏଭଳି ଗମ୍ଭୀର ସ୍ଥିତିରେ ଭାରତର ସହାୟତା ଲୋଡିଛି ୟୁକ୍ରେନ୍ ।

ଭାରତରେ ଥିବା ୟୁକ୍ରେନୀୟ ରାଷ୍ଟ୍ରଦୂତ ଆଇର୍ଗୋ ପୋଲିଖା ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଲୋଡ଼ି କହିଛନ୍ତି ଯେ, ଋଷ୍ ସହ ଭାରତର ଉତ୍ତମ ସମ୍ପର୍କ ଅଛି । ଋଷ୍‌-ୟୁକ୍ରେନ୍ ସଙ୍କଟ ନିୟନ୍ତ୍ରଣ କରିବାରେ ନୂଆଦିଲ୍ଲୀ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବ ।

ତେଣୁ ଋଷ ଓ ୟୁକ୍ରେନ୍ ମଧ୍ୟରେ କେବଳ ଭାରତ ଚାହିଁଲେ ହିଁ ସମାଧାନ ହୋଇପାରିବ ବୋଲି ଆଜି ୟୁକ୍ରେନୀୟ ରାଷ୍ଟ୍ରଦୂତ କହିଛନ୍ତି । ଏହାପରେ ଯୁଦ୍ଧ ସମୟରେ ଭାରତର ପଦକ୍ଷପ ଉପରେ ସମସ୍ତଙ୍କ ନଜର ।

Related Posts

About The Author

Add Comment