ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ

Spread the love

ଯାଜପୁର ସଦର,୧୧/୦୨/୨୦୧୨ (ସନ୍ଧାନ ନିଉଜ) ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲା ବଞ୍ଝାପୁର ଥାନା ଅନ୍ତର୍ଗତ ବିଞ୍ଝାପୁର ବ୍ଲକ୍ ନବବଧୂକୁ ହତ୍ୟା କରିବା ଅଭିଯୋଗରେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରଜଜ୍ ନବବଧୂର ସ୍ୱାମୀକୁ ମାନ୍ୟବର କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ ହଜାର ଟଙ୍କାର ଜୋରିମାନା କରିଥିବା ଜଣାଯାଇଚି । ମାନ୍ୟବର କୋର୍ଟ ରାୟ ପ୍ରକାଶ କରିବା ସହିତ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ବିଞ୍ଝାପୁର ଥାନା ନିକଟସ୍ଥ ଏକ ଗ୍ରାମର ନିରଂଜନ ବେଉରିଆଙ୍କ ଝୀଅ ସ୍ମିତାଶ୍ରୀ ବେଉରିଆ ଓଳେଇ ଚନ୍ଦନପୁର ଗ୍ରାମର ପ୍ରଫୁଲ ସାମଲଙ୍କ ପୁଅ ଦେବାଦତ୍ତ ସାମଲଙ୍କୁ ଗତ ୨୦୧୩ ଜାନୁଆରୀ ୩୦ ତାରିଖରେ ବୈଦିକ ମତରେ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷରୁ ଦାବି କରାଯାଇଥିବା ନଗଦ ୨ଲକ୍ଷ ଟଙ୍କା ସହିତ ସମସ୍ଥ ଆସବାସପତ୍ର ଦିଆଯାଇଥିଲା । ବିଭାହର ମାସକ ପରେ ସ୍ମିତାଶ୍ରୀକୁ ଆଉ ୨ଲକ୍ଷ ଟଙ୍କା ବାପଘରୁ ଯୌତୁକ ଆଣିବା ପାଇଁ ଶାଶୁଘର ପକ୍ଷରୁ ଦାବି କରାଯାଉଥିଲା । ସ୍ମିତାଶ୍ରୀଙ୍କ ପରିବାର ଗରିବ ହୋଇଥିବାରୁ ଟଙ୍କା ନଦେଇ ପାରିବାରୁ ସ୍ମିତାଶ୍ରୀକୁ ଶାଶୁଘର ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଶାଶୁଘର ଗ୍ରାମର ଲୋକମାନେ ବିଭାଘର ୫ମାସ ପରେ ୨୦୧୩ ଜୁନ ୯ତାରିଖ ରାତିରେ ସ୍ମିତାଶ୍ରୀ ରୋଷେଇ କରୁଥିବା ସମୟରେ ରୋଷେଇ ଘରେ ଶାଶୁଘର ପରିବାର ଲୋକମାନେ ମିଳିମିଶି କିରୋସିନି ଢ଼ାଳି ସ୍ମିତାକୁ ପୋଡ଼ି ଦେଇଥିଲେ । ଏନେଇ ସ୍ମିତାଶ୍ରୀଙ୍କର ଭାଇ ଜ୍ୟୋତି ରଂଜନ ବେଉରିଆ ବିଞ୍ଝାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଞ୍ଝାପୁର ଥାନ ଅଧିକାରୀ ୧୦୪/୧୩ ରେ ଏକ ମାମଲା ରୁଜୁ କରି ଥାନ ପକ୍ଷରୁ ତଦନ୍ତ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ହତ୍ୟା ଅଭିଯୋଗରେ ସ୍ମିତାଶ୍ରୀଙ୍କ ଶାଶୁ ଶ୍ୱଶୁର ଜେଲରେ ଥିବା ବେଳେ, ସ୍ୱାମୀ ଦେବଦତ୍ତ ଫେରାର ଥିଲା । ଶାଶୁ ଶ୍ୱଶୁରଙ୍କୁ ବିଞ୍ଝାରପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତ ୨୦୧୫ ଡିସେମ୍ବର ୧୫ ତାରିଖ ଦିନ ଯାଜପୁର ଜିଲ୍ଲା ଦୌରଜଜ ଏକ ରାୟ ପ୍ରକାଶ କରି ଶାଶୁ ଶଶିକଳା ସାମଲ ଶ୍ୱଶୁର ପ୍ରଫୁଲ ସାମଲଙ୍କୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଶାଶୁ ଶ୍ୱଶୁର ଚୌଦ୍ୱାର ଜେଲରେ ରହୁଥିବା ବେଳେ, ସ୍ୱାମୀ ଦେବଦତ୍ତ ଫେରାର ଥିବାରୁ ପୋଲିସ ଦୃଷ୍ଟି ରଖିଥିଲା । ୨୦୧୫ରେ ଦେବଦତ୍ତକୁ ବିଞ୍ଝାରପୁର ପୋଲିସ ଗିରଫ କରିବାରେ ସଫଲ ହୋଇଥିଲା । ଦେବଦତ୍ତ ଯାଜପୁର ସବଜେଲରେ ରହିଥିବା ବେଳେ, ଅତିରିକ୍ତ ଜିଲ୍ଲା ଦୌରଜଜ ମାମଲାର ଶୁଣାଣୀ କରି ୧୮ଜଣ ସାଖିଙ୍କ ବୟାନକୁ ଭିତ୍ତିକରି ଜିଲ୍ଲା ଦୌରଜଜ ଜ୍ଞାନେନ୍ଦ୍ର ବାରିକ ଦେବଦତ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ ହଜାର ଟଙ୍କା ଜୋରିମାନା ମାନ୍ୟବର କୋର୍ଟ ରାୟ ପ୍ରକାଶ କରିଛନ୍ତି । ୫୦ ହଜାର ଟଙ୍କା ନଦେଲେ ଆଉ ଏକ ବର୍ଷ ଜେଲ ଦଣ୍ଡାଦେଶ କରାଯିବ ବୋଲି ମାନ୍ୟବର କୋର୍ଟ ରାୟ ପ୍ରକାଶ କରିଛନ୍ତି । ଏହି କେସକୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରକାଶ ରାୟ କେସ ପରିଚାଳନା କରୁଥିଲେ ।

Related Posts

About The Author

Add Comment