ଯାଜପୁର, ୦୭/୦୨/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବରୀ ତହସିଲ କାର୍ଯ୍ୟାଳୟରେ ଆକଶ୍ମିକ ଅଗ୍ନିକାଣ୍ଡ ଘଟିବାରୁ ବରୀ ତହସିଲରେ ଥିବା ସମସ୍ତ କାଗଜପତ୍ର ପୋଡ଼ି ପାଉଁଶ ହୋଇଥିବା ସୂଚନା ମିଳିଚି । ଘଟଣାରୁ ପ୍ରକାଶ ଯେ, ବରୀ ତହସିଲରେ ସରକାରୀ କାଗଜ ପତ୍ର ରହିଥିବା ବେଳେ, ଆକଶ୍ମିକ ଅଗ୍ନିକାଣ୍ଡ ହେବାରୁ ସମସ୍ତ ସରକାରୀ କାଗଜ ପତ୍ର ସହ କମ୍ପୁଟର, ପ୍ରିଣ୍ଟର ଆଦି ପୋଡ଼ିଯାଇଥିବା ଜଣାଯାଇଚି । ଅଗ୍ନିକାଣ୍ଡ ନିୟନ୍ତ୍ରଣ ଯନ୍ତ୍ର ତହସିଲ କାର୍ଯ୍ୟାଳୟରେ ନଥିବାରୁ ନିଅାଁକୁ ଆୟତ କରାଯାଇ ପାରିନଥିଲା । ସଟ୍ ସରକିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଚି । ତହସିଲ କାର୍ଯ୍ୟାଳୟର ରାତ୍ରୀ ଜଗୁଆଳୀ ପର୍ଶୁ ମଲିକ ଆଜି ଭୋର ୫ଘଟିକା ସମୟରେ ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟି ସରକାରୀ କାଗଜ ପତ୍ର ପୋଡ଼ିଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ କର୍ମଚାରୀ ତହସିଲଦାରଙ୍କୁ କାଗଜ ପତ୍ର ପୋଡ଼ିଯାଇଥିବା ସୂଚନା ଦେଇଥିଲେ । ତହସିଲଦାର ଘଟଣା ସ୍ଥଳରେ ପହଁଞ୍ଚô ସମସ୍ତ କାଗଜପତ୍ର ତନଖି କରିବା ସହିତ ସରକାରୀ କାଗଜପତ୍ର ପୋଡ଼ିଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ତହସିଲ ପକ୍ଷରୁ ତଦନ୍ତ କରାଯାଉଥିବା ଜଣାଯାଇଚି ।
ବରୀ ତହସିଲରେ ସଟ୍ ସରକିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ସରକାରୀ କାଗଜପତ୍ର ପୋଡ଼ି ପାଉଁଶ
|
February 7, 2022 |



