ଗିରଫ ହେଲେ ନୁଆପଡା ଅତିରିକ୍ତ ସିଭିଲ୍ ଯୋଗାଣ ଅଧିକାରୀ, ଉଭୟ ପତୀ ଓ ପତ୍ନୀଙ୍କ ନାଁ ମାମଲା

Spread the love
ନୁଆପଡା , ୦୩/୦୨/୨୦୧୨ (ସନ୍ଧାନ ନିଉଜ) ଗିରଫ ହେଲେ ନୁଆପଡା ଅତିରିକ୍ତ ସିଭିଲ୍ ଯୋଗାଣ ଅଧିକାରୀ ରତ୍ନାକର ସେଠୀ । ଆୟ ବର୍ହିଭୂତ ଠୂଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଉଭୟ ପତୀ ଓ ପତ୍ନୀଙ୍କ ନାଁ ମାମଲା ରୁଜୁ କରିଛି ଭିଜିଲାନ୍ସ ।

ସୁଚନା ଅନୁସାରେ ଗତକାଲି ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରି ୭୩ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଥିଲା । ଆୟ ବହିଭୁର୍ତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ, ରତ୍ନାକର ସେଠୀଙ୍କ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଥିଲା ।

କଟକର ଚାଉଳିଆଗଞ୍ଜ ଚାରି ମହଲା କୋଠା, କଟକସ୍ଥିତ ବାଲିସାହିରେ ଆବାସିକ ଦ୍ୱି ମହଲା କୋଠା, କଟକର ବାଲିସାହିରେ ନଟରାଜ୍ ପ୍ୟାଲେସ୍ ନାମକ ତିନି ମହଲା କୋଠା, କଟକର ଓରାଣ୍ଡାର ଏକ ଫାର୍ମ ହାଉସ୍, ରେଭିନ୍ୟୁ କଲୋନୀରେ ଆବାସିକ ଘର ଭଡା , ଏବଂ ସିଭିଲ୍ ଯୋଗାଣ କାର୍ଯ୍ୟାଳୟ, ନୁଆପଡା ଠାରେ ଅଫିସ୍ ରୁମ୍ ।

ଏଥିସହ ୧.୧୭ କୋଟି ଟଙ୍କାର ବୀମା ଜମା, ଚାଉଲିଆଗଞ୍ଜରେ ତିନୋଟି ପ୍ଲଟ୍ ଏବଂ କଟକ ସହରର ବାଲିସାହିରେ ଚାରୋଟି ପ୍ଲଟ୍, ସେଠି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ସେଭିଙ୍ଗ ଜମା ସହିତ ବ୍ୟାଙ୍କ ଜମା ୮୯,୨୪,୦୮୧ ଟଙ୍କା ଏବଂ ୫୦୦ ଓଜନ ସୁନା ଅଳଙ୍କାର, ୨୦,୯୪,୦୦୦ ଟଙ୍କା ମୂଲ୍ୟର ୨.୫୫ କିଲୋଗ୍ରାମ ଓଜନର ରୂପା ଅଳଙ୍କାର ଏବଂ ୧୬,୫୪,୯୦୦ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀ, ତିନିଟି ଦୁଇ ଚକିଆ ଯାନର ରତ୍ନାକର ସେଠୀ ମାଲିକ ବୋଲି ଜଣାପଡିଛି ।

Related Posts

About The Author

Add Comment