ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ ସହିତ ଜିଲାପାଳଙ୍କ ବୁଥ ନିରୀକ୍ଷଣ

Spread the love

ସୁନ୍ଦରଗଡ଼ ତା:୨୦/୧/୨୦୨୨( ଦନ୍ଧନ ନିଉଜ/ ରାଜୁ ପଟେଲ) ସବଡେଗା ବ୍ଲକ ଅନ୍ତର୍ଗତ ୧୪ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ଓ ୱାଡ଼ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ଜୋରସୋରରେ ଚାଲିଛି । ସରପଞ୍ଚ ପଦବୀ ପାଇଁ ୨୦ଜଣ ପ୍ରାର୍ଥୀପତ୍ର ଦାଖଲ ହେବାବେଳେ ସମିତି ପାଇଁ ୨୪ଜଣ ଓ ୱାଡ଼ ସଭ୍ୟପାଇଁ ୫୮ଜଣ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ବ୍ଲକ ତରଫରୁ ସୂଚନା ମିଳିଛି । ପତ୍ର ଦାଖଲ କରିବାପାଇଁ ଆଉ ଦିନେ ମାତ୍ର ରହିଥିବାବେଳେ ଏହି କର୍ମରେ ଆଜି ସବୁଠାରୁ ଅଧିକ ପ୍ରାର୍ଥୀ ପତ୍ର ଦାଖଲ ହୋଇଛି । ଏହି କର୍ମରେ ଆଜି ସୁନ୍ଦରଗଡ଼ ଜିଲ୍ଳାପାଳ
ଶ୍ରୀଯୁକ୍ତ ନିଖିଳ ପବନ କଲ୍ୟାଣ ସବଡେଗା ବ୍ଲକ ନିର୍ବାଚନ ତଦାରଖରେ ଆସି ସବଡେଗାର ସମସ୍ତ ବୁଥର ନିରୀକ୍ଷଣ କରିଥିଲେ । ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ନିର୍ବାଚନ ପରିଚାଳନା ପାଇଁ ସ୍ଥାନୀୟ ବିଡ଼ିଓ, ତହସିଲଦାର ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

Related Posts

About The Author

Add Comment