ଜେନାପୁର/୧୬/୦୧/ସନ୍ଧାନ ନିଉଜ/ଜଗସିଂହପୁର ଏରସମା ବ୍ଳକର ଢିଙ୍କିଆ ଗ୍ରାମରେ ଗତ ୧୪ ତାରିଖରେ ଜେଏସ ଡବ୍ଲୁ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ କରୁଥିବା ଜନସାଧାରଣ ମାନଙ୍କ ଉପରେ ପୋଲିସର ବର୍ବରିଚି କାର୍ଯ୍ୟଅନୁଷ୍ଠାନକୁ ବିରୋଧ କରି ଏସ୍ ୟୁ ସି ଆଇ କବାଟବନ୍ଧ ଆଞ୍ଚଳିକ କମିଟି ପକ୍ଷରୁ ସ୍ଥାନୀୟ ବ୍ରାହ୍ମଣୀ ବ୍ରିଜ ବଜାରରେ ଏକ ପ୍ରତିବାଦ ସଭା କରାଯାଇଥିଲା ।କମ୍ରେଡ଼ ଚୈତନ୍ୟ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏହି ପଥପ୍ରାନ୍ତ ସଭାରେ ପବିତ୍ର ସାହୁ, ନାରାୟଣ ପରିଡ଼ା,ମନୋଜ ସେଠି ପ୍ରମୁଖ ବକ୍ତବ୍ୟ ରଖିଥିଲେ ପୋଲିସର ଏପରି ଅଗଣ ତାନ୍ତ୍ରିକ ଦମନ ମୂଳକ କାର୍ଯ୍ୟଅନୁଷ୍ଠାନକୁ ନିନ୍ଦା କରିଥିଲେ ।ଦେଶୀୟ ଏବଂ ବହୁ ଜାତିକ କମ୍ପାନୀ ମାନଙ୍କସ୍ୱାର୍ଥରେ ସରକାର ।ବହୁ ଫସଲି ଉର୍ବର ଜମିକୁ ଟେକିଦେବାକୁ ମସୁଧାକରି କୃଷକ ମାରଣ ନୀତିକୁ ଆପଣେଇ ନେଇଥିବାରୁ ସେମାନେ ତାହାର ସମାଲୋଚନା କରିଥିଲେ ।ସମଗ୍ର ରାଜ୍ୟରେ ମୂଲ୍ୟବାନ ଜମିକୁ ଟାଟା, ଜିନ୍ଦଲ, ଭୁଷଣ ପରି ପୁଞ୍ଜିପତି ମାନଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାର ଶାଗ୍ନ ମୂଲ୍ୟରେ ଦେଇଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବକ୍ତା ମାନେ କହିଥିଲେ ।ସରକାର ତୁରନ୍ତ ଢିଙ୍କିଆ ଅଞ୍ଚଳର ଜମି ଅଧିଗ୍ରହଣରୁ ବିରତ ହୋଇ ଦୋଷୀ ପୋଲିସ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ।
ଢିଙ୍କିଆରେ ଦମନମୂଳକ କାର୍ଯ୍ୟଅନୁଷ୍ଠାନ ବିରୁଦ୍ଧରେ ଏସ୍ ୟୁ ସି ଆଇ ପକ୍ଷରୁ ପ୍ରତିବାଦ ସଭା
|
January 16, 2022 |
![](https://sandhannews.com/wp-content/uploads/2022/01/IMG-20220115-WA0004.jpg)