ସୁରତ୍‌ର ଛାପାଖାନାରେ ଗ୍ୟାସ୍‌ ନିର୍ଗତ; ୬ ମୃତ, ୨୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର

Spread the love

ସୁରତ, ୦୬/୦୧/୨୦୧୨ (ସନ୍ଧାନ ନିଉଜ) : ଗୁଜୁରାଟର ସୁରତରେ ଗୁରୁବାର ଭୋର ସକାଳୁ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ସଚିନ ଅଞ୍ଚଳରେ ହୋଇଥିବା ଏହି ଦୁର୍ଘଟଣାରେ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ ଏକ ଛାପା କାରଖାନାରେ କାମ ଚାଲିଥିଲା। କାରଖାନା ନିକଟରେ ଜଣେ ଅଜ୍ଞାତ ବ୍ୟକ୍ତି ଟ୍ୟାଙ୍କରରୁ ନାଳରେ କ୍ୟାମିକାଲ ପକାଉଥିଲା। ଏହି ସମୟରେ ଗ୍ୟାସ ନିର୍ଗତ ହୋଇଥିଲା। ଫଳରେ ଦୁର୍ଘଟଣା ଘଟିଛି।

ଘଟଣା ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ୬ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

Related Posts

About The Author

Add Comment