ଢେଙ୍କାନାଳ/ଭୁବନ/୦୯/୧୨/ସନ୍ଧାନ ନିଉଜ୍/
ଢେଙ୍କାନାଳ ରୁ ଭୂବନ ପୂର୍ତ୍ତ ବିଭାଗ ମୂଖ୍ୟ ରାସ୍ତା ଗଁଦିଆ ଥାନା ଅଧୀନ ସାପୁଆଝର ବୁଲାଣି ନିକଟରେ ମଟରସାଇକେଲ ଦୁର୍ଘଟଣା । ଜଣେ ମୃତ ଓ ଦୁଇ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତିଲା ଶିଶୁ..
ସୂଚନା ଅନୁଯାୟୀ ଆଜି ଅପରାହ୍ନ ୩:୦୦ ସମୟରେ ଢେଙ୍କାନାଳ ଜିଲ୍ଲା ସଦର ଥାନା , ପଞ୍ଚାୟତ ଭାଲିଆବୋଲକାଟେଣୀ ପଂଚାୟତ ବଢେଇକାଟେଣୀ ଗ୍ରାମ ର ମକରା ଦେହୁରୀ ଙ୍କ ପୁଅ ତ୍ରିନାଥ ଦେହୁରୀ (୩୫) , ହୃଦା ଦେହୁରୀ ଙ୍କ ପୁଅ ଅର୍ଜୁନ ଦେହୁରୀ (୧୮)ଓ ତ୍ରୀନାଥ ଦେହୁରୀ ଙ୍କର ଶିଶୁ ପୁତ୍ର (୪) ଗ ଶଶୁର ଘରକୁ ଗଁଦିଆ ଝାରଦା ଗ୍ରାମ କୁ ବୁଲିବାକୁ ମଟର ସାଇକେଲ ଓ ଡି ୦୬ ଏଫ (୪୮୨୫ )ଯୋଗେ ଆସି ନିଜ ଘରକୁ ଫେରୁଥିଲେ। ସାପୁଆଝର ବୁଲାଣୀ ନିକଟରେ ଚାଳକ ତ୍ରୀନାଥ ଦେହୁରୀ ଭାରସ୍ୟାମ ହରାଇ ମଟରସାଇକେଲ ଟିକୁ ରାସ୍ତା ପାର୍ଶ୍ବ ଗଛରେ ଶକ୍ତ ଧକାଦେବା ଫଳରେ ସମସ୍ତେ ଗୁରୁତର ହୋଇ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଡ଼ାକ୍ତର ତ୍ରୀନାଥ ଦେହୁରୀ ଙ୍କୁ ମୃତ ଘୋଷଣା କରିଥିଲେ। ଗଁଦିଆ ଥାନାଧିକାରୀ ବିଷ୍ଣୁ ପ୍ରସାଦ ବାରିକ ଘଟଣା ସ୍ଥଳ ରେ ପହଂଚି ଗାଡି କୁ ଥାନାକୁ ଆଣିବା ସହ ଆହତ ମାନଂକୁ ଡାକ୍ତରଖାନା କୁ ପଠାଇଥିଲେ