ଯାଜପୁର ରାମେଶ୍ୱର ମନ୍ଦିରରେ ରାସ ପୂର୍ଣ୍ଣିମା ପାଳିତ

Spread the love

ଯାଜପୁର, ୧୯/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁରର ପଣସା ପଞ୍ଚାୟତର ପାଟପୁର ଗ୍ରାମର ରାମେଶ୍ୱର ମନ୍ଦିରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ମହାବିଧିରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସପ୍ତ ଦିବସ ବ୍ୟାପୀ ଭାଗବତ ପ୍ରବଚନ, ହୋମ ଯଜ୍ଞ, ଭଜନ କୀର୍ତ୍ତନ, ମହାଦେବଙ୍କର ଅଭିଷେକ, ଆକଶ ଦୀପ ପ୍ରଜ୍ଜ୍ୱଳନ ସହିତ ମହାଦେବଙ୍କର ବଡ଼ ସିଂହାର ବେଶରେ ଦର୍ଶନ ଶ୍ରଦ୍ଧାଳୁମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଥିଲା । ପଣ୍ଡିତ ପର୍ଶୁରାମ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉସôବରେଅଜୟ କୁମାର ଶତପଥି, ଭୀମସେନ ମହାନ୍ତି, ପୀତବାସ ଶତପଥି, ବିଜୟ ପତି, ପିଣ୍ଟୁ, ତପୁ, ପିଙ୍କୁ, ବିନୋଦ, ଘନଶ୍ୟାମ, ବୁବୁଲି ପ୍ରମୁଖ ଏହି ଉସôବକୁ ଦୀର୍ଘ ବର୍ଷ ଧରି ପାଳନ କରିଆସୁଥିବା ବେଳେ ପଣସା ପଞ୍ଚାୟତ ତଥା ଆଖ ପାଖ ଅଞ୍ଚଳର ଆବାଳ ବୃଦ୍ଧ ବନିତା ଏହି ସପ୍ତ ଦିବସ ବ୍ୟାପୀ ଉସôବକୁ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରି ଆସୁଛନ୍ତି ।

Related Posts

About The Author

Add Comment